‘ଜୁନରୁ ଅକ୍ଟୋବର ଆମ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ’ ସବୁ ସ୍ତରରେ ପ୍ରସ୍ତୁତି ନେଇ ସମୀକ୍ଷା କରିବାକୁ ପଡ଼ିବ: ମୁଖ୍ୟମନ୍ତ୍ରୀ

ସମ୍ଭାବ୍ୟ ବନ୍ୟା ଓ ବାତ୍ୟାର ମୁକାବିଲା ପାଇଁ ସବୁ ସ୍ତରରେ ପ୍ରସ୍ତୁତି ନେଇ ସମୀକ୍ଷା କରିବାକୁ ପଡ଼ିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଚେତାବନୀ ପାଇଁ ସମସ୍ତ ପ୍ରସ୍ତୁତି ସହ ଉଦ୍ଧାର ଓ ରିଲିଫ ଅପରେସନ, ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ ଓ ଗୋ ସଂପଦର ସୁରକ୍ଷା ପାଇଁ ସଜାଗ ରହିବାକୁ ପଡ଼ିବ।

କେନ୍ୟୁଜ୍(ବ୍ୟୁରୋ): ସମସ୍ତ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଆମକୁ ସଜାଗ ରହିବାକୁ ପଡ଼ିବ । ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକରେ ଅଧ୍ୟକ୍ଷତା କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ। ବନ୍ୟା ଓ ବାତ୍ୟା ଦ୍ୱାରା ଏହା ଅଧିକ ପ୍ରଭାବିତ । ଗତବର୍ଷ ବନ୍ୟା ଓ ପ୍ରବଳ ବର୍ଷାରେ ୨୪ଟି ଜିଲ୍ଲା ପ୍ରଭାବିତ ହୋଇଥିଲା। ତେବେ ଏହାକୁ ସଫଳତାର ସହ ମୁକାବିଲା କରିପାରିଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନା ନେଇ ଓଡ଼ିଶା ୨୦୨୩ରେ କେନ୍ଦ୍ର ସରକାରଙ୍କ ଠାରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆପ୍‌ଦା ପ୍ରବନ୍ଧନ ପୁରସ୍କାର ଲାଭ କରିଛି। ବାହାନଗା ରେଳ ଦୁର୍ଘଟଣା ବେଳେ ଉଦ୍ଧାର ଓ ସୁରକ୍ଷା ପାଇଁ ତ୍ୱରିତ ପଦକ୍ଷେପ ନିଆଯାଇଥିଲା। ଏହା ଫଳରେ ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସଫଳ ହୋଇପାରିଛୁ ।

ଗ୍ରୀନ କରିଡର ମଧ୍ୟରେ ଅନେକ ଆହତଙ୍କୁ ଡାକ୍ତରଖାନାରେ ପହଞ୍ଚାଯାଇ ପାରିଥିଲା। ଜୁନରୁ ଅକ୍ଟୋବର ଆମ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ । ଏହି ସମୟରେ ରାଜ୍ୟ ମରୁଡ଼ି, ବନ୍ୟା ଓ ବାତ୍ୟାର ସମ୍ମୁଖୀନ ହୋଇଥାଏ । ସମ୍ଭାବ୍ୟ ବନ୍ୟା ଓ ବାତ୍ୟାର ମୁକାବିଲା ପାଇଁ ସବୁ ସ୍ତରରେ ପ୍ରସ୍ତୁତି ନେଇ ସମୀକ୍ଷା କରିବାକୁ ପଡ଼ିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଚେତାବନୀ ପାଇଁ ସମସ୍ତ ପ୍ରସ୍ତୁତି ସହ ଉଦ୍ଧାର ଓ ରିଲିଫ ଅପରେସନ, ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ ଓ ଗୋ ସଂପଦର ସୁରକ୍ଷା ପାଇଁ ସଜାଗ ରହିବାକୁ ପଡ଼ିବ।

ଓଡ୍ରାଫ ୟୁନିଟ ଓ ଅଗ୍ନିଶମ ବାହିନୀକୁ ଆବଶ୍ୟକ ସ୍ଥଳରେ ସଠିକ ସମୟରେ ପହଞ୍ଚିବାକୁ ପ୍ରସ୍ତୁତ ରହିବେ । ଜିଲ୍ଲା ଓ ବିଭାଗ ସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମକୁ କାର୍ଯ୍ୟକ୍ଷମ ରହିବେ । ଜିଲ୍ଲାପାଳମାନେ ଗର୍ଭବତୀ, ଦିବ୍ୟାଙ୍ଗ ଓ ମାନସିକ ଦୁର୍ବଳ, ଶିଶୁମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.