Below header

ଯୁବକଙ୍କ ଉପରେ ଲଙ୍କାଗୁଣ୍ଡ ଫିଙ୍ଗି ଆକ୍ରମଣ ପରେ ୩ ଲକ୍ଷ ଲୁଟି ନେଲେ ଦୁର୍ବୃତ୍ତ, ଏମକେସିଜି ମେଡିକାଲରେ ଭର୍ତ୍ତି

ବାଇକରେ ତିନି ଦୁର୍ବୃତ୍ତ ଆସି ପ୍ରଥମେ କୁନାଙ୍କ ଉପରକୁ ଲଙ୍କାଗୁଣ୍ଡ ଫିଙ୍ଗି ଆକ୍ରମଣ କରିଥିଲେ। ତାଙ୍କ ଠାରୁ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ। କୁନାଙ୍କ ହାତରେ ମାଡ଼ ହୋଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି।

ବ୍ରହ୍ମପୁର(କେନ୍ୟୁଜ୍): ଲଙ୍କା ଗୁଣ୍ଡ ଫିଙ୍ଗି ଲୁଟ। ବ୍ରହ୍ମପୁରରେ ଯୁବକଙ୍କ ଉପରେ ଲଙ୍କାଗୁଣ୍ଡ ଫିଙ୍ଗି ଆକ୍ରମଣ କରିବା ପରେ ୩ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ଗୋଷାଣୀ ନୂଆଗାଁ ଥାନା ହଳଦିଆପଦରର ଇସ୍କନ ମନ୍ଦିର ସମ୍ମୁଖରେ ହୋଇଛି ଲୁଟ। କନିଷି ହାଟର କୁନାଚନ୍ଦ୍ର ଖଟୁଆ ବ୍ରହ୍ମପୁରରୁ ଟଙ୍କା ଧରି ଘରକୁ ଯାଉଥିବା ବେଳେ ତିନି ଜଣ ଦୁର୍ବୃତ୍ତ ତାଙ୍କ ଉପରେ ଆକ୍ରମଣ କରିଥିଲେ।

ବାଇକରେ ତିନି ଦୁର୍ବୃତ୍ତ ଆସି ପ୍ରଥମେ କୁନାଙ୍କ ଉପରକୁ ଲଙ୍କାଗୁଣ୍ଡ ଫିଙ୍ଗି ଆକ୍ରମଣ କରିଥିଲେ। ତାଙ୍କ ଠାରୁ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ। କୁନାଙ୍କ ହାତରେ ମାଡ଼ ହୋଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ଗୋଷାଣୀ ନୂଆଗାଁ ପୋଲିସର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.