ମୋଦି ଓ ବାଇଡେନଙ୍କ ସାକ୍ଷାତ ପରେ ପାକିସ୍ତାନ ବିବ୍ରତ, ପ୍ରଧାନମନ୍ତ୍ରୀଙ୍କୁ କହିଲେ ଗୁଜୁରାଟର କସାଇ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାକ୍ଷାତ ପରେ ବିବ୍ରତ ହୋଇ ପଡିଛି ପାକିସ୍ତାନ । ଏହି ଦୁଇ ନେତାଙ୍କ ସାକ୍ଷାତ ଆଲୋଚନା ପରେ ଶୁକ୍ରବାର ପାକିସ୍ତାନରେ କଡ଼ା ଆଲୋଚନା ଜାରି ରହିଛି ।

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାକ୍ଷାତ ପରେ ବିବ୍ରତ ହୋଇ ପଡିଛି ପାକିସ୍ତାନ । ଏହି ଦୁଇ ନେତାଙ୍କ ସାକ୍ଷାତ ଆଲୋଚନା ପରେ ଶୁକ୍ରବାର ପାକିସ୍ତାନରେ କଡ଼ା ଆଲୋଚନା ଜାରି ରହିଛି । ଭାରତ- ଆମେରିକା ଉଭୟେ ଆତଙ୍କବାଦ ପ୍ରସଙ୍ଗରେ ସମାନ ଆଭିମୁଖ୍ୟ ଗ୍ରହଣ କରିବା ସହ ପାକିସ୍ତାନକୁ ଆତଙ୍କବାଦ ପାଇଁ ସମାଲୋଚନା କରିଥିଲେ ।

ପାକିସ୍ତାନ ନିଜ ମାଟିରେ ଆତଙ୍କବାଦୀଙ୍କୁ କେବେ ବି ପ୍ରଶ୍ରୟ ନଦେଉ ବୋଲି ଏହି ଦୁଇ ନେତା କହିଥିଲେ । ଯାହାକି ପାକିସ୍ତାନର ହଜମ ହୋଇନାହିଁ । ପାକିସ୍ତାନର ବିଦେଶ ମନ୍ତ୍ରଣାଳୟ ଏହା ଉପରେ ମନ୍ତବ୍ୟ ଦେଇ, ଏହାକୁ ଭ୍ରମାତ୍ମକ ଓ ଏକତରଫା ବୋଲି କହିଛି ।

ପାକିସ୍ତାନ ରକ୍ଷା ମନ୍ତ୍ରୀ ଖ୍ଵାଜା ଆସିଫ ମୋଦିଙ୍କ ନାମ ନେବା ସହ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ମୁସଲମାନଙ୍କ ନରସଂହାର କରାଯାଇଥିଲା ବୋଲ ିକହିଥିଲେ । ଏହା ପୂର୍ବରୁ ମଧ୍ୟ ପାକ୍‌ ବିଦେଶ ମନ୍ତ୍ରୀ ମୋଦିଙ୍କୁ କସାଇ ବୋଲ ି କହିଥିଲେ । ବିଦେଶ ମନ୍ତ୍ରୀ ଆସିଫ ଆହୁରି ମଧ୍ୟ, କଶ୍ମୀରରେ ଆତଙ୍କବାଦ ଅଭିଯାନର ନେତୃତ୍ୱ ମୋଦି ନେଉଛନ୍ତି ବୋଲି କହିଥିଲେ ।

ଆମେରିକା ହ୍ଵାଇଟ ହାଉସରେ ଦୁଇ ନେତା ମୋଦି ଓ ବାଇଡେନ ସୀମା ପାର ଆତଙ୍କବାଦକୁ କଡା ନିନ୍ଦା କରିବା ସହ ପାକିସ୍ତାନ ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଆହ୍ଵାନ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.