ସମୁଦ୍ରରେ ଭାସମାନ ସହର ନିର୍ମାଣ କରିବ ଜାପାନ

ସମୁଦ୍ର ମଝିରେ ନିର୍ମାଣ ହେଉଥିବା ଏହି ଫ୍ଲୋଟିଙ୍ଗ ସିଟିର ନାମ ହେଉଛି ଡୋଗେନ ସିଟି । ଏହି ସହରରେ ସେହି ସମସ୍ତ ସୁବିଧା ଉପଲବ୍ଧ ହେବ ଯାହା ଅନ୍ୟ ସହରମାନଙ୍କରେ ରହିଛି । ଏହି ଭାସମାନ ସହରରେ ଖେଳାଳୀମାନଙ୍କ ପାଇଁ ଷ୍ଟାଡିଅମ ରହିବ । ଛୋଟ ଛୋଟ ପିଲା ଏବଂ ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ପାର୍କ ହେବ ।

ଟେକ୍ନୋଲୋଜି ମଣିଷର ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଆଣିଛି । ଦୁନିଆରେ ତୀବ୍ର ଗତିରେ ହେଉଥିବା ପରିବର୍ତ୍ତନ ପଛରେ ଟେକ୍ନୋଲୋଜି ରହିଛି । ମଣିଷ ପୂର୍ବରୁ ସାମାନ୍ୟ ଡଙ୍ଗା ତିଆରି କରିବା ପାଇଁ ଅନେକ ସଂଘର୍ଷ କରିଥିଲା । କିନ୍ତୁ ବର୍ତ୍ତମାନ ସେହି ମଣିଷ ସମୁଦ୍ରରେ ଭାସମାନ ସହର କରିବା ପାଇଁ ପ୍ରସ୍ତୁତ ହେଉଛି । ତେବେ ଆମେ ଯେଉଁ ସହର ବିଷୟରେ କହିବାକୁ ଯାଉଛୁ ତାହା ଜାପାନରେ ନିର୍ମାଣ କରାଯାଉଛି । ଏହା ହେଉଛି ସେହି ଦେଶ ଯାହା ପରମାଣୁ ଆକ୍ରମଣର ଶିକାର ହୋଇଥିଲା । କିନ୍ତୁ ଅନ୍ୟ ଦେଶମାନଙ୍କ ଟେକନିକକୁ ପଛରେ ପକାଇ ଏହି ଦେଶ ଟେକ୍ନୋଲୋଜିର ଶିଖରକୁ ଛୁଇଁଛି ।

ସମୁଦ୍ର ମଝିରେ ନିର୍ମାଣ ହେଉଥିବା ଏହି ଫ୍ଲୋଟିଙ୍ଗ ସିଟିର ନାମ ହେଉଛି ଡୋଗେନ ସିଟି । ଏହି ସହରରେ ସେହି ସମସ୍ତ ସୁବିଧା ଉପଲବ୍ଧ ହେବ ଯାହା ଅନ୍ୟ ସହରମାନଙ୍କରେ ରହିଛି । ଏହି ଭାସମାନ ସହରରେ ଖେଳାଳୀମାନଙ୍କ ପାଇଁ ଷ୍ଟାଡିଅମ ରହିବ । ଛୋଟ ଛୋଟ ପିଲା ଏବଂ ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ପାର୍କ ହେବ । ଏଠାରେ ରହିବା ପାଇଁ ସୁନ୍ଦର ହୋଟେଲମାନ ପ୍ରସ୍ତୁତ କରାଯିବ । ଏହି ସହରକୁ ନିର୍ମାଣ କରୁଥିବା କମ୍ପାନୀ କହିଛି ଯେ, ଏହି ସହରରେ ପାଖାପାଖି ୪୦ ହଜାର ଲୋକ ରହି ପାରିବେ ।

ଏହି ସହରକୁ ନିର୍ମାଣ କରୁଥିବା କମ୍ପାନୀ କହିବା ଅନୁସାରେ ଏହି ସହର ତିନି ଭାଗରେ ନିର୍ମାଣ କରାଯାଉଛି । ଏହି ସହରର ପ୍ରଥମ ଭାଗରେ ଆଉଟର ରିଙ୍ଗ ରହିବ । ଏଥିରେ ଲୋକମାନଙ୍କ ପାଇଁ ବାସସ୍ଥାନ, ପାଣି ବ୍ୟବସ୍ଥା, ଏନର୍ଜି ବ୍ୟବସ୍ଥା ଏବଂ ଜଳ ନିଷ୍କାସନ ବ୍ୟବସ୍ଥା ରହିବ । ସେହିପରି ଅନ୍ୟ ଭାଗରେ ସମୁଦ୍ର ଉପରେ ଭାସମାନ ଘର ନିର୍ମାଣ କରାଯିବ ଏବଂ ବଡ଼ ବଡ଼ ଅଟ୍ଟାଳିକା ନିର୍ମାଣ କରାଯିବ । ସହରର ମଧ୍ୟ ଭାଗରେ ନୌକା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ସୁବିଧା କରାଯିବ ।

ଏହି ସହରରେ ମେଡିକାଲର ସମସ୍ତ ସୁବିଧା ରହିଛି । ଜାପାନ ବାସିନ୍ଦା ଏହାକୁ ‘ମେଡିକାଲ ସିଟି ଅଫ ଦ ସି’ ମଧ୍ୟ କହୁଛନ୍ତି । ଏହି ସହରକୁ ନିର୍ମାଣ କରୁଥିବା କମ୍ପାନୀ କହିବା ଅନୁସାରେ ଏହି ସହରକୁ ମେଡିକାଲ ପର୍ଯ୍ୟଟନ ସ୍ଥଳୀ ଭାବେ ବିକାଶ କରାଯାଉଛି । ୨୦୩୦ ସୁଦ୍ଧା ଏହି ମେଡିକାଲ ସିଟି ପ୍ରସ୍ତୁତ ହୋଇଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.