ପତ୍ନୀହନ୍ତା ରାୟଗଡ଼ାର ପୂର୍ବତନ ବିଧାୟକ ଦୋଷୀ ସାବ୍ୟସ୍ତ, ମଙ୍ଗଳବାର ଦଣ୍ଡବିଧାନ କରିବେ କୋର୍ଟ

ରାୟଗଡ଼ାର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଭୁବନେଶ୍ୱରର ଅତିରିକ୍ତ ସେସନ୍‌ସ ଜଜ୍‌ କୋର୍ଟ। ୧୯୯୫ ମସିହାରେ ରାମମୂର୍ତ୍ତି ତାଙ୍କ ପତ୍ନୀ ଶଶୀରେଖା ଗମାଙ୍ଗ ଏମଏଲଏ କଲୋନୀ କ୍ୱାର୍ଟର ଗାଧୁଆ ଘରେ ପୋଡ଼ି ହୋଇ ମୃତ୍ୟୁବରଣ କରିଥିବା ଦର୍ଶାଇଥିଲେ

କେନ୍ୟୁଜ୍(ବ୍ୟୁରୋ):  ପତ୍ନୀ ହତ୍ୟା ମାମଲାରେ ପୂର୍ବତନ ବିଧାୟକ ଦୋଷୀ ସାବ୍ୟସ୍ତ। ରାୟଗଡ଼ାର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଭୁବନେଶ୍ୱରର ଅତିରିକ୍ତ ସେସନ୍‌ସ ଜଜ୍‌ କୋର୍ଟ। ୧୯୯୫ ମସିହାରେ ରାମମୂର୍ତ୍ତି ତାଙ୍କ ପତ୍ନୀ ଶଶୀରେଖା ଗମାଙ୍ଗ ଏମଏଲଏ କଲୋନୀ କ୍ୱାର୍ଟର ଗାଧୁଆ ଘରେ ପୋଡ଼ି ହୋଇ ମୃତ୍ୟୁବରଣ କରିଥିବା ଦର୍ଶାଇଥିଲେ। ପରେ ପୋଲିସ ତଦନ୍ତରେ ରାମମୂର୍ତ୍ତି ପତ୍ନୀଙ୍କୁ ହତ୍ୟା କରିଥିବା ଜଣାପଡ଼ିଥିଲା।

୧୧ଜଣ ସାକ୍ଷ୍ୟ ପ୍ରମାଣ ଓ ୧୫ଟି ଦସ୍ତାବିଜ ପ୍ରମାଣ ଆଧାରରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟ। ଆସନ୍ତା ମଙ୍ଗଳବାର ଦଣ୍ଡବିଧାନ କରିବେ କୋର୍ଟ ।  ରାୟଗଡ଼ାରୁ ୨ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ରାମମୂର୍ତ୍ତି ଗମାଙ୍ଗ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.