Below header

୨୦୧୯ରେ ଅର୍ଡର କରିଥିଲେ ଜିନିଷ ୨୦୨୩ରେ ପହଞ୍ଚିଲା, ଅନଲାଇନରେ ଜିନିଷ ପାଇବାକୁ ଲାଗିଲା ୪ ବର୍ଷ

କରୋନା ପୂର୍ବରୁ ଅର୍ଡର କରିଥିଲେ ଜିନିଷ, ଯାହା ଦୀର୍ଘ ୪ ବର୍ଷ ପରେ ପହଞ୍ଚିଛି । ଦିଲ୍ଲୀର ନୀତିନ ଅଗ୍ରୱାଲ ୨୦୧୯ରେ ଏକ ପ୍ରଡକ୍ଟ ଅଲି ଏକ୍ସପ୍ରେସରେ ଅର୍ଡର କରିଥିଲେ । ଯାହା ତାଙ୍କ ପାଖରେ ଏବେ ପହଞ୍ଚିଛି ।

୨୦୧୯ରେ ଅର୍ଡର କରିଥିଲେ ଜିନିଷ ୨୦୨୩ରେ ପହଞ୍ଚିଲା । ଅନଲାଇନରେ ଗୋଟେ ଜିନିଷ ପାଇବାକୁ ଲାଗିଗଲା ୪ ବର୍ଷ । କୋଭିଡ ପୂର୍ବରୁ କରିଥିବା ଅନ୍‌ଲାଇନ୍‌ ଅର୍ଡରର ଏବେ ଡେଲିଭରୀ ହେଲା। ଏମିତି ଘଟଣା ନୂଆଦିଲ୍ଲୀରେ ଘଟିଛି। ଦିଲ୍ଲୀର ନୀତିନ ଅଗ୍ରୱାଲ ନାମକ ବ୍ୟକ୍ତି ନିଜ ସୋସିଆଲ ମିଡିଆରେ ଏହାର ଅନୁଭୂତି ସେୟାର କରିଛନ୍ତି ।

ନୀତିନ ଅଗ୍ରୱାଲ ଅଲି ବାବା ସ୍ୱତ୍ତାଧିକାରରେ ଥିବା AliExpressରେ ଏକ ଜିନିଷ ୨୦୧୯ ମସିହାରେ ଅର୍ଡର କରିଥିଲେ। ଦୀର୍ଘ ଦିନ ପର୍ଯ୍ୟନ୍ତ ସେ  ଡେଲିଭରୀ ପାଇପାରି ନ ଥିଲେ। ଏହାପରେ କୋଭିଡ ଆରମ୍ଭ ହୋଇ ଯାଇଥିବା ବେଳେ ସେ ଏହାକୁ ଭୁଲି ଯାଇଥିଲେ। ମାତ୍ର ଦୀର୍ଘ ୪ ବର୍ଷ ପରେ ତାଙ୍କ ନିକଟରେ ଅର୍ଡର କରିଥିବା ପାର୍ସଲ ପହଞ୍ଚିଛି।

ଭାରତ ସରକାର ସୁରକ୍ଷା କାରଣରୁ ୨୦୨୦ରେ AliExpress ଅନଲାଇନ୍‌ ମାର୍କେଟ ପ୍ଲାଟଫର୍ମ ବ୍ୟାନ୍‌ କରାଯାଇଥିଲା । ଭାରତରେ ବିଭିନ୍ନ ପ୍ରକାର ଅଭିଯୋଗ ପରେ ଏହାକୁ ବନ୍ଦ କରିଦିଆଯାଇଥିଲା । ବ୍ୟାନ୍‌ ହେବା ପରେ ଲୋକମାନେ ସପିଂ କରିପାରୁନଥିଲେ । ଯେଉଁମାନେ ପୂର୍ବରୁ ଅର୍ଡର କରିଥିଲେ ସେମାନଙ୍କ ଅର୍ଡର ବନ୍ଦ ରହିଥିଲା । ଆଉ କିଛି କମ୍ପାନୀ ରିଫଣ୍ଡ ଦେଇସାରିଲା । ମାତ୍ର ପ୍ରଥମେ ଏହା ଯୁବବର୍ଗଙ୍କ ମଧ୍ୟରେ ଖୁବ୍‌ ଲୋକପ୍ରିୟ ହୋଇ ପାରିଥିଲା । ଏହି ସାଇଟରେ କମ୍‌ ଦାମରେ ଚାଇନା ପ୍ରସ୍ତୁତ ଇଲେକ୍ଟ୍ରୋନିକ ସାମଗ୍ରୀ କିଣିବାକୁ ସୁଯୋଗ ମିଳିଥାଏ। ଏପରିକି ଭାରତରେ ଉପଲବ୍ଧ ନ ଥିବା ଜିନିଷ ଏହି ସାଇଟ୍‌ରେ ଅଳ୍ପ ଦାମରେ ମିଳିଥାଏ।

ଦିଲ୍ଲୀର ନୀତିନ ଟ୍ୱିଟ ପୋଷ୍ଟ କରିବା ସହ କେବେ ଆଶା ଛାଡ଼ିବା ଉଚିତ ନୁହେଁ ବୋଲି କହିଛନ୍ତି। ଅଲ୍ଲୀ ବାବା ଭାରତରେ ଏବେ ବ୍ୟାନ୍‌ ହୋଇ ସାରିଲାଣି। ମାତ୍ର ଏହି ସାଇଟ୍‌ ଉପରେ ବ୍ୟାନ୍‌ ଆଦେଶ ଲାଗିବା ପୂର୍ବରୁ ସେ ଏହାକୁ ଅର୍ଡର କରିଥିଲେ। ଯାହା ୪ ବର୍ଷ ପରେ ମିଳିଲା । ତେବେ ନୀତିନ ନିଜ ପ୍ରଡକ୍ଟ ପାଇବା ପରେ ବହୁତ ଖୁସି ରହିଛନ୍ତି । ହେଲେ ସେ ପ୍ୟାକେଟରେ କ’ଣ ପ୍ରଡକ୍ଟ ଥିଲା, ତାହା ଖୁଲାସା କରିନାହାନ୍ତି ନୀତିନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.