Below header

ଯେଉଁଠି ବୁଡିଥିଲା ଟାଇଟାନିକ୍‌, ସେଠି ବୁଡିଲା ଟାଇଟନ, ପାଣି ପଶି ଟାଇଟନର ବିସ୍ଫୋରଣ

ଯେଉଁଠି ବୁଡିଥିଲା ଟାଇଟାନିକ୍‌, ସେଠି ଧ୍ୱଂସ ହୋଇଗଲା ଟାଇଟାନ୍‌। ୫ ଜଣଙ୍କୁ ଧରି ଟାଇଟାନିକ୍‌ର ଧ୍ୱଂସାବଶେଷ ଦେଖିବାକୁ ଯାଇଥିଲା, ଟାଇଟାନ୍‌।  ଆମେରିକା କୋଷ୍ଟଗାର୍ଡ ସ୍ପଷ୍ଟ କରିଛି। ପାଣି ପଶି ଟାଇଟନର ବିସ୍ଫୋରଣ । ୫ ଜଣଙ୍କ ମୃତଦେହ ମିଳିବା କଷ୍ଟକର । ସେହି ସ୍ଥାନକୁ କୌଣସି ମଣିଷ ଯିବା ଅସମ୍ଭବ । ଏମିତିକି ସର୍ଚ୍ଚ ଅପରେସନ କରିବା ଅସମ୍ଭବ ।

ଜାହାଜର ପ୍ରେସର କମ କରୁଥିବା କୌଣସ ପାର୍ଟ ଖରାପ ହୋଇଥିବାରୁ ପାଣି ପଶିଯାଇଥିବା ଅନୁମାନ କରାଯାଉଛି । ପ୍ରଚଣ୍ଡ ବିସ୍ଫୋରଣରେ ଟାଇଟାନ୍‌ ଧ୍ୱଂସ ହୋଇଥିବା କୁହାଯାଉଛି । ୧୬ ଶୁହ ଫୁଟ୍‌ ତଳୁ ଟାଇଟନର ଧ୍ୱଂସାବଶେଷ ମିଳିଛି। ଟାଇଟନ ନିଖୋଜ ହେବା ପୂର୍ବରୁ ଶୁଭିଥିଲା ଭୟଙ୍କର ଶବ୍ଦ। ପାଣି ଭିତରେ ଲାଗିଥିବା ଆମେରିକା ନୌସେନାର ମାଇକ୍ରୋଫୋନ ଏହାକୁ ରେକର୍ଡ କରିଥିଲା।

ଟାଇଟନ ଧ୍ୱଂସାବଶେଷ ଯେଉଁଠୁ ମିଳିଛି, ସେଠାରୁ ରେକର୍ଡ ହୋଇଛି ଶବ୍ଦ। ଟାଇଟନିକ ଜାହାଜ ଠାରୁ ୫୦୦ ମିଠର ଦୂରରେ ମିଳିଛି ଟାଇଟନ ଧ୍ୱଂସାବଶେଷ । ନୌସେନା ପକ୍ଷରୁ ଏହି ଶବ୍ଦକୁ ବିଶ୍ଲେଷଣ କରାଯାଇ ଆମେରିକା କୋଷ୍ଟଗାର୍ଡ଼କୁ ଜଣାଯାଇଥିଲା।

ଅନୁମାନ କରାଯାଉଛି, କାଟାଷ୍ଟ୍ରଫିକ ଇମ୍ପ୍ଲୋଜନ ବା ଜାହାଜର ଭିତର ଆଡୁ ଭୟଙ୍କର ବିସ୍ଫୋରଣରେ ବୁଡିଲା ଟାଇଟନ ବୁଡ଼ା ଜାହାଜ। ଜାହାଜର ଅଂଶଗୁଡିକୁ ଉପରକୁ ଆଣିବା ପରେ, ତାର ତନ୍ନତନ୍ନ କରି ଅନୁଧ୍ୟାନ କରାଯିବ। ଜାହାଜରେ ଢାଞ୍ଚାଗତ ତ୍ରୁଟି ଥିଲା କି। କାର୍ବନ ଫାଇବର ଓ ଟାଇଟେନିୟମକୁ ନେଇ ତିଆରି ହୋଇଥିଲା ଜାହାଜ। ସେଥିରେ କିଛି ସମସ୍ୟା ଥିଲା କି।

ଏ ସବୁ ଖୋଜି ବାହାର କରାଯିବ। ସମୁଦ୍ର ପତନରୁ ୧୨ ହଜାର ୫୦୦ ଫୁଟ ତଳେ ପଡ଼ିଥିବା ଟାଇଟାନିକ ଜାହାଜର ଧ୍ୱଂସାବଶେଷ ଦେଖାଇବାକୁ ଗତ ରବିବାର ଦିନ ଯାଇଥିଲା ଟାଇଟନ ଯାତ୍ରା । ଏବେ ମିଳିଲା ଟାଇଟନର ଧ୍ୱଂସାବଶେଷ, ସମସ୍ତ ୫ ଯାତ୍ରୀ ମୃତ ଥିବା ଜଣାଯାଇଛି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.