ଡ୍ୟାନ୍ସ ପରେ ଗୀତ ଗାଇଲେ ନୋରା ଫତେହୀ, ରିଲିଜ ହେଲା ପ୍ରଥମ ମ୍ୟୁଜିକ ଭିଡିଓ

ବଲିଉଡର ଜଣାଶୁଣା ଡ୍ୟାନ୍ସର ନୋରା ଫତେହୀ ଡ୍ୟାନ୍ସ ଓ ଅଭିନୟ ପରେ ଗୀତ ଗାଇଛନ୍ତି । ନୋରାଙ୍କ ପ୍ରଥମ ସୋଲୋ ମ୍ୟୁଜିକ ଭିଡିଓ ରିଲିଜ ହୋଇଛି । ୟୁ ଟ୍ୟୁବରେ ପୋଷ୍ଟ କରିବା ଗୀତଟି ୧ ଘଣ୍ଟା ମଧ୍ୟରେ ୧୬ ହଜାରରୁ ଅଧିକ ଭ୍ୟୁ ହୋଇଛି ।

ବଲିଉଡ ଅଭିନେତ୍ରୀ ନୋରା ଫତେହୀ ଡ୍ୟାନ୍ସ ଓ ଅଭିନୟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି।  ଡ୍ୟାନ୍ସ ଓ ଅଭିନୟ କରିବା ପରେ ଏବେ ନୋରା ଗୀତ ଗାଇବାକୁ ନେଇ ଏବେ ଚର୍ଚ୍ଚାରେ ରହିଛନ୍ତି । ନୋରାଙ୍କ ପ୍ରଥମ ସୋଲୋ ମ୍ୟୁଜିକ ଭିଡିଓ sexy in my dress ରିଲିଜ ହୋଇଛି। ନୋରାଙ୍କ ଏହି ଭିଡିଓ ୟୁଟ୍ୟୁବରେ ଦେଖିବାକୁ ମିଳିଛି । ଏହି ଭିଡିଓକୁ ଫ୍ୟାନ୍ସ ବହୁତ ପସନ୍ଦ କରିଛନ୍ତି । ଗୀତଟି  ୧ ଘଣ୍ଟାରେ ୧୬ ହଜାରରୁ ଅଧିକ ଭ୍ୟୁ ହୋଇଛି ।  ଗୀତ ରିଲିଜ ହେବା ପରେ ନୋରାଙ୍କୁ ପ୍ରଶଂସକ ଶୁଭେଚ୍ଛା ଜଣାଇଛନ୍ତି ।

ଏହି ମ୍ୟୁଜିକ ଭିଡିଓରେ ନୋରା କେବଳ ଗାଇନାହାନ୍ତି ବରଂ ଡ୍ୟାନ୍ସ ମଧ୍ୟ କରିଛନ୍ତି । ଏହି ମ୍ୟୁଜିକ ଭିଡଓ ଆସିବା ପରେ ନୋରାଙ୍କ ପ୍ରଶଂସକଙ୍କ ଖୁସି କହିଲେ ନ ସରେ । ନିକଟରେ ନୋରା ଏହାର ଟିଜର ରିଲିଜ କରିଥିଲେ । ଯାହାକୁ ଦେଖିବା ପାଇଁ ଫ୍ୟାନ୍ସ ଚାହିଁ ରହିଥିଲେ । ଏବେ ଗୀତ ଦେଖିବା ପରେ ଫ୍ୟାନ୍ସଙ୍କ ଭଲପାଇବା ମିଳିଛି । ଏହି ଗୀତ ଜରିଆରେ ନୋରା ହଲିଉଡ ଗାୟକଙ୍କୁ ଟକ୍କର ଦେଇଛନ୍ତି । ନୋରା ମ୍ୟୁଜିକ ଭିଡିଓକୁ ନେଇ ବହୁତ ଖୁସି ଅଛନ୍ତି ।

 

View this post on Instagram

 

A post shared by Nora Fatehi (@norafatehi)

ବଲିଉଡ ଅଭିନେତ୍ରୀ ନୋରା ଫତେହୀ ବାହୁବଳୀ ଫିଲ୍ମର ଏକ ଗୀତରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ସେ ବିଗ୍‌ ବସ ଓ ଝଲକ ପରି ରିଆଲିଟି ସୋ ରେ ନଜର ଆସିଥିଲେ । ୨୦୧୮ରେ ସତ୍ୟମେବ ଜୟତେ ଫିଲ୍ମରେ ଦିଲ୍‌ବର ଗୀତରେ ଡ୍ୟାନ୍ସ କରି ବେଶ ପରିଚିତ ଲାଭ କରିଥିଲେ । ଏହି ଡ୍ୟାନ୍ସ ତାଙ୍କୁ ଦେଇଥିଲା ଅନେକ ଲୋକପ୍ରିୟତା ।  ତା’ ପରେ କମରିଆ ଓ ସାକି ସାକି ଗୀତରେ ଜବରଦସ୍ତ ଡ୍ୟାନ୍ସ କରି ସମସ୍ତଙ୍କ ହୃଦୟରେ ଘର କରିନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.