ୱାଗନର ସେନା ମୁଖ୍ୟ ପ୍ରିଗୋଝିନଙ୍କୁ ହତ୍ୟା ଉଦ୍ୟମ ବିଫଳ, ୱାଗନର ସିପାହୀକୁ ଦିଆଗଲା ଫାଶୀ

ୱାଗନର ସେନା ମୁଖ୍ୟ ୟେବଗେନୀ ପ୍ରିଗୋଝିନ୍ ଗିରଫ କରିବା ପାଇଁ ପୁଟିନ ନିର୍ଦ୍ଦେଶ ଦେଇଛନ୍ତି । ଏହାମଧ୍ୟରେ ୱାଗନର ସେନାର ଜଣେ ସୈନିକ ପ୍ରିଗୋଝିନଙ୍କୁ ହତ୍ୟା କରିବାକୁ ଚେଷ୍ଟା କରି ବିଫଳ ହେବା ପରେ ତାଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଛି ।

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ବିଦ୍ରୋହ ଆରମ୍ଭ କରିଛି ୱାଗନର ସେନା । ପୁଟିନଙ୍କ ବିରୋଧରେ ବିଦ୍ରୋହ କରିବାରୁ ୱାଗନର ସେନା ମୁଖ୍ୟ ୟେବଗେନୀ ପ୍ରିଗୋଝିନ୍ ଗିରଫ କରିବା ପାଇଁ ପୁଟିନ ନିର୍ଦ୍ଦେଶ ଦେଇଛନ୍ତି । ଏହାମଧ୍ୟରେ ୱାଗନର ସେନାର ଜଣେ ସୈନିକ ପ୍ରିଗୋଝିନଙ୍କୁ ହତ୍ୟା କରିବାକୁ ଚେଷ୍ଟା କରି ମୃତ୍ୟୁ ଦଣ୍ଡ ପାଇଛନ୍ତି । ସିପାହୀ ଜଣକ ପ୍ରିଗୋଝିନଙ୍କୁ ହତ୍ୟା କରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ । ତାଙ୍କୁ ଧରାଯିବା ପରେ ଫାଶୀ ଦିଆଯାଇଥିବା ଖବର ମିଳିଛି ।

ପୁଟିନ ବେଲାରୁଷର ରାଷ୍ଟ୍ରପତି ଆଲେକଜାଣ୍ଡର ଲୁକାଶେକୋଙ୍କ ସହିତ କଥାବାର୍ତ୍ତା ହୋଇଛନ୍ତି । ତେବେ ବ୍ରିଟେନ ମିଲିଟାରୀ ଇଣ୍ଟେଲିଜେନ୍ସ କହିବା ମୁତାବକ, ୱାଗନର ସେନା ଇକାଇୟାଁ ବୋରେନେଜରୁ ଉତ୍ତର ଆଡକୁ ମୁହାଁଉଛି । ଏମାନେ ରାଜଧାନୀ ମସ୍କୋ ଆଡକୁ  ମୁହାଁଉଛନ୍ତି ।

ପୁଟିନ୍ କହିଛନ୍ତି ଯେ, ଆମେ ଦେଶଦ୍ରୋହର ସମ୍ନା ହୋଇଛନ୍ତି । ଋଷର ସେନା ବିରୋଧରେ ଯିଏ ବିଦ୍ରୋହ କରିବ ସେ ବିଶ୍ୱାସଘାତକ । ତେଣୁ ଦେଶରେ ଏଭଳି ପରିସ୍ଥିତିର ମୁକାବିଲା କରିବା ପାଇଁ ପୁଟିନ୍ ସେନାକୁ ଆବଶ୍ୟକ ପଦକ୍ଷେପ ନେବାକୁ ଆଦେଶ ଦେଇଛନ୍ତି । ବିଦ୍ରେସହକୁ ଦୃଢ଼ତାରସହିତ ଦମନ କରାଯାଇ ଏଥିରେ ସାମିଲ ସମସ୍ତଙ୍କୁ କଠୋର ଶାସ୍ତ ଦିଆଯିବ ବୋଲି କହିଛନ୍ତି ପୁଟିନ୍ ।

ଘଟଣା ପରେ ମସ୍କୋ ସମେତ ରୁଷର ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ହାଇଆଲର୍ଟ ଜାରି ହୋଇଛି । ପ୍ରମୁଖ ସହରମାନଙ୍କରେ ସେନା ମୁତୟନ କରାଯାଇଛି । ରୋସ୍ତବରେ ଲୋକଙ୍କୁ ଘରେ ରହିବାକୁ ପ୍ରଶାସନ ଅନୁରୋଧ କରାଯାଇଛି । ରୁଷ ବିରୋଧରେ ଯୁଦ୍ଧ ଡାକରା ଦେଇଛି ୱାଗନର ସେନା । ରୁଷ ସେନାର ହେଲିକପ୍ଟରକୁ ଖସାଇ ଦେଇଥିବା ଦାବି କରିଛି ।ୟୁକ୍ରେନ ସେନା ସହ ହାତ ମିଶାଇ ବିଦ୍ରୋହ କରିଛି ରୁଷର ପ୍ରାଇଭେଟ ସେନା ୱାଗନର ଗ୍ରୁପ । ଏ ନେଇ ୱାଗନର ସେନା ମୁଖ୍ୟ ୟେବଗେନୀ ପ୍ରିଗୋଝିନ୍‌ ସୂଚନା ଦେଇଛନ୍ତି ।

ରୁଷ ରାଷ୍ଟ୍ରପତି ୟୁକ୍ରେନ ଯୁଦ୍ଧ ଜିତିବା ନେଇ ଦମ୍ଭ ଦେଖାଉଥିବା ବେଳେ ଏବେ ଓ୍ଵାଗନର ସେନାର ବିଦ୍ରୋହ ଚିନ୍ତା ବଢ଼ାଇଛି । କିଛି ଦିନ ହେଲା ରୁଷ ସେନା ଓ ୱାଗନର ଗ୍ରୁପ ମଧ୍ୟରେ ବିବାଦ ଲାଗି ରହିଛି । ସୂଚନା ଅନୁସାରେ ୟୁକ୍ରେନର ବଖମୁତରେ ଥିବା ଓ୍ଵାଗନର କ୍ୟାମ୍ପ ଉପରେ ରୁଷ ସେନା ମିସାଇଲ ମାଡ କରିଥିଲା । ଏଥିରେ ଓ୍ଵାଗନର ଗ୍ରୁପର ଅନେକ ସୈନ୍ୟଙ୍କ ମୃତ୍ୟୁ ହୋଇଛି । ଏହାର ବଦଲା ନେବାକୁ ଓ୍ଵାଗନର ଗ୍ରୁପ ପୁଟିନଙ୍କୁ ହଟାଇବାକୁ ବିଦ୍ରୋହ ଆରମ୍ଭ କରିଛି । ୱାଗନର ଗ୍ରୁପ ରୁଷର ପ୍ରାଇଭେଟ ମିଲିଟାରୀ କମ୍ପାନୀ । ୧୦ ବର୍ଷ ପୂର୍ବରେ ଏହା ଗଠନ ହୋଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.