Below header

ଆଜି ନନ୍ଦପଡ଼ା ଦେବାଧିଦେବ ବାବା ବାଲୁଙ୍କେଶ୍ୱର ଓ ଜଗତଜଗନୀ ମା ପାର୍ବତୀଙ୍କ ପତରପେଣ୍ଡି ବା ନିର୍ବନ୍ଧ

କେନ୍ୟୁଜ୍ : ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ନନ୍ଦପଡ଼ା ଦେବାଧିଦେବ ମହାଦେବ ଓ ଜଗତଜଗନୀ ମା ପାର୍ବତୀଙ୍କ ପତରପେଣ୍ଡି ବା ନିର୍ବନ୍ଧ। ନନ୍ଦପଡ଼ା ବମ୍‌ବରା଼ଡ଼ ବାଲୁଙ୍କେଶ୍ୱର ବାବାଙ୍କ ପତରପେଣ୍ଡି ଦଳେଇପଡ଼ାରେ କନ୍ୟାପିତା ପ୍ରକାଶ ପାଣ୍ଡେଙ୍କ ଘରେ ପହଞ୍ଚିବେ ସପ୍ତଋଷି। ସନ୍ଧ୍ୟା ୮ଟାରେ ଦେବ ଦେବ ମହାଦେବଙ୍କ ରୀତିନୀତି ଅନୁଯାୟୀ ପ୍ରଥମେ ପୂଜାର୍ଚ୍ଚନା କରାଯିବ। ଏହା ପରେ ବରପିତା ଓ ସପ୍ତଋଷି ବାହାରିବେ ମହାଦେବଙ୍କ ପାଇଁ କନ୍ୟା ଅନ୍ବେଷଣରେ। ଏକ ଭବ୍ୟ ପଟୁଆରରେ ଘଣ୍ଟ ଘଣ୍ଟା,ଶଙ୍ଖ ଓ ବିଭିନ୍ନ ବାଦ୍ୟର ତାଳେତାଳେ ବାହାରିବ ମହାଦେବଙ୍କ ପଟୁଆର। ଏହାପରେ କନ୍ୟା ଖୋଜି ଖୋଜି ବରପକ୍ଷ ପହଞ୍ଚିବେ ସୁଯୋଗ୍ୟ କନ୍ୟା ଥିବା ସ୍ଥାନରେ। ବରପକ୍ଷରୁ ଯାଇଥିବା ସପ୍ତଋଷି ମହାଦେବଙ୍କ ଗୁଣଗାନ କରିଥାନ୍ତି।

nirbandhaମହାଦେବଙ୍କ ସଂପର୍କରେ ସମସ୍ତ ତଥ୍ୟ କନ୍ୟା ପକ୍ଷ ଜାଣିସାରିବା ପରେ ବିବାହର ତାରିଖ ନିର୍ଘଣ୍ଟ କରାଯାଇଥାଏ। ରାତି ପ୍ରାୟ ୧୨ଟା ବେଳେ ସପ୍ତଋଷୀଙ୍କ ଉପସ୍ଥିତିରେ ବେଲପତ୍ର, ଫୁଲ ଏବଂ ଗୋଟିଏ ବିଡ଼ା ସରଗୀ ପତ୍ର କନ୍ୟା ପକ୍ଷଙ୍କୁ ଦେଇ ଦେବ ଦେବ ମହାଦେବଙ୍କ ନିର୍ବନ୍ଧ କରାଯାଏ। ପତରପେଣ୍ଡି ବା ନିର୍ବନ୍ଧ ସରିବା ପରେ ଆସନ୍ତାକାଲି ନୃସିଂହ ନିଉତା ବା ଦେବ ନିମନ୍ତ୍ରଣ ଓ ୭ତାରିଖରେ ମହାଦେବଙ୍କ ବାହାଘର ଅନୁଷ୍ଠିତ ହୋଇଥାଏ। ଏହା ୩ଦିନ ଧରି ଅନୁଷ୍ଠିତ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.