Below header

ଆଜି ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ଭବାନୀପାଟଣା ରାଧାକୃଷ୍ଣନଗରରେ ନିର୍ବାଚନୀ ସଭାରେ ଦେବେ ଯୋଗ

ଭବାନୀପାଟଣା(କେନ୍ୟୁଜ୍) : ଆଜି ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭବାନୀପାଟଣା ରାଧାକୃଷ୍ଣନଗରରେ ନିର୍ବାଚନୀ ସଭାରେ ଯୋଗଦେବେ । ଏଥିପାଇଁ ସରଗରମ କଳାହାଣ୍ଡି ରାଜନୀତି । ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଦଳୀୟ କର୍ମୀଙ୍କ ପାଇଁ ପ୍ରଚାର ଓ ଭୋଟ୍‌ ମାଗିବେ ମୋଦି । ଭବାନୀପାଟଣାରେ ମୋଦି କଣ କହିବେ, ତାଉପରେ ସମସ୍ତଙ୍କ ନଜର ରହିଛି । କଳାହାଣ୍ଡି ଲୋକସଭା ଆସନରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ପ୍ରାର୍ଥୀ ହୋଇଛନ୍ତି । ସେହିପରି ବିଜେଡି ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ଭକ୍ତଚରଣ ଦାସ । ଗତ ୨୯ ତାରିଖରେ ମୋଦି ଜୟପୁର ଆସିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.