ଅଷ୍ଟମ ଥର ପାଇଁ ବିଜେଡି ସଭାପତି ହେବେ ନବୀନ ପଟ୍ଟନାୟକ
![naveen](https://knewsodisha.com/wp-content/uploads/2020/02/naveen-2.jpg)
ଭୁବନେଶ୍ବର (କେନ୍ୟୁଜ୍) : ଅଷ୍ଟମ ଥର ପାଇଁ ବିଜେଡି ସଭାପତି ହେବେ ନବୀନ ପଟ୍ଟନାୟକ । ଆଜି ସଭାପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ସୁପ୍ରିମୋ । ନାମାଙ୍କନ ଦାଖଲ ପାଇଁ ସମର୍ଥକ ଓ ପ୍ରସ୍ତାବକ ୧୦ ଜଣ ଲେଖାଏଁ ବରିଷ୍ଠ ନେତା ରହିଛନ୍ତି । ଯାଂଚ ଓ ପ୍ରତ୍ୟାହାର ପରେ ବିଦ୍ଧିବଦ୍ଧ ଭାବେ ଆସନ୍ତା ୨୬ ତାରିଖରେ ସଭାପତିଙ୍କ ନାଁ ଘୋଷଣା ହେବ । ବିଜେଡି ସୁପ୍ରିମୋ ନିନ୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ଏକପ୍ରକାର ନିଶ୍ଚିତ ରହିଛି ।