Below header

ଆସନ୍ତା ତିନି ତାରିଖରେ ଫାଶୀ ଖୁଣ୍ଟରେ ୪ ନିର୍ଭୟା ଦୋଷୀ, ଏଥର ଆଉ ଘୁଞ୍ଚିବନି ତ ତାରିଖ

ନୂଆଦିଲ୍ଲୀ : ଆସନ୍ତା ତିନି ତାରିଖରେ ଫାଶୀ ଖୁଣ୍ଟରେ ୪ ନିର୍ଭୟା ଦୋଷୀ । ପୂର୍ବରୁ ଦୁଇ ଥର ଡେଥ ଓ୍ଵାରେଣ୍ଟ ଉପରେ ରୋକ୍‌ ଲାଗିଥିବା ବେଳେ ନୂଆ ତାରିଖ ଉପରେ ମଧ୍ୟ ରୋକ୍‌ ଲାଗିବା ସମ୍ଭାବନା ରହିଛି। କାରଣ ତିନି ଜଣ ଦୋଷୀଙ୍କ ରାଜକ୍ଷମା ଖାରଜ ହୋଇ ସାରିଥିବା ବେଳେ ପଓ୍ଵନ ଗୁପ୍ତା ପାଇଁ ଆଇନଗତ ବାଟ ଖୋଲା ରହିଛି। ଏପର୍ଯ୍ୟନ୍ତ ପଓ୍ଵନ ଗୁପ୍ତା ସୁପ୍ରିମକୋର୍ଟରେ କ୍ୟୁରେଟିଭ୍‌ ପିଟିସନ୍‌ ଦାଖଲ କରି ନାହିଁ କି ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ଆବେଦନ କରି ନାହିଁ । ୨୯ ଫେବୃଆରୀ ପରେ ଯଦି କ୍ୟୁରେଟିଭ ପିଟିସନ ଦାଖଲ କରେ, ତାହେଲେ ୩ ତାରିଖରେ ହେବାକୁ ଥିବା ଫାଶୀ ପୁଣି ଘୁଞ୍ଚିପାରେ । ତେବେ କ’ଣ ଥିଲା ସେ ଦିନର ଘଟଣା । ଚଳନ୍ତା ବସ୍‌ରେ ୬ଜଣ ନର ରାକ୍ଷସ ୨୩ ବର୍ଷିୟା ପାରା ମେଡିକାଲ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ସହ ଶାରୀରିକ ନିର୍ଯାତନା ଦେଇଥିଲେ । ଘଟଣାର ୧୩ ଦିନ ପରେ ଆଖି ବୁଜିଥିଲେ ପୀଡ଼ିତା । ଏହାପରେ ଜଳିଥିଲା ସାରା ଦେଶ । ଯେଉଁ ବସ୍‌ରେ ଏହି ଲୋମହର୍ଷକ, ବୀଭତ୍ସ କାଣ୍ଡ ଘଟିଥିଲା, ଏବେ ବି ସେହି ବସ୍‌ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.