ଜାଣିଛନ୍ତି କି ଅମୁଲ ଫେସପ୍ୟାକର ଉପକାରିତା, ମାତ୍ର ଥରେ ବ୍ୟବହାର କରନ୍ତୁ ତାପରେ ଦେଖନ୍ତୁ କମାଲ

ତ୍ୱଚାର ସୌନ୍ଦର୍ଯ୍ୟ ପାଇଁ ଏହାର ବିଶେଷ ଭାବେ ଯତ୍ନ ନେବା ନିହାତି ଆବଶ୍ୟକ । ସପ୍ତାହକୁ ୨ ରୁ ୩ଥର ଫେସ ପ୍ୟାକର ବ୍ୟବହାର କରିବା ଉଚିତ । ବଜାରରେ ବିଭିନ୍ନ ପ୍ରକାରର ଫେସ ପ୍ୟାକ୍‍ ମିଳିଥାଏ ମାତ୍ର ସେଥିରେ କେମିକାଲର ମାତ୍ରା ଥିବାରୁ ବହୁ ସମୟରେ ଏହା ତ୍ୱଚା ଉପରେ କୁପ୍ରଭାବ ପକାଇଥାଏ । ଘରୋଇ ଉପାୟରେ କିଛି ଦ୍ରବ୍ୟ ବ୍ୟବହାର କରି ଆପଣ ଫେସ ପ୍ୟାକ ପ୍ରସ୍ତୁତ କରି ଏହାକୁ ବ୍ୟବହାର କରିପାରିବେ । ତାହେଲେ ଆସନ୍ତୁ ଜାଣିବା ଏ ବିଷୟରେ

Image result for amul face pack

ଯଦି ଆପଣଙ୍କ ମୁଁହରେ ଚମକ କମିଯାଇଛି ତାହେଲେ ୧ ଚାମଚ ଅମୁଲରେ ୨ ଚାମଚ ଲେମ୍ବୁ ରସ ମିଶାଇ ପେଷ୍ଟ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ । କିଛି ସମୟ ରଖିବା ପରେ ମୁହଁ ପାଣିରେ ଧୋଇ ଦିଅନ୍ତୁ । ସପ୍ତାହକୁ ୨ଥର ଏହାକୁ ବ୍ୟବହାର କଲେ ମୁହଁର ଉଜ୍ୱଳତା ବୃଦ୍ଧି ପାଇଥାଏ ।

ସମସ୍ତେ ଜାଣନ୍ତି ତ୍ୱଚା ପାଇଁ ମୁଲତାନୀ ମାଟି ଖୁବ ଲାଭଦାୟକ। ବିଶେଷ କରି ତେଲିଆ ତ୍ୱଚା ପାଇଁ ଖୁବ ଉପକାରୀ । ସମାନ ମାତ୍ରାରେ ମୁଲତାନୀ ମାଟି ଓ ଅମୁଲରେ ପାଣି, ଗୋଲାପ ଜଳ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ଲଗାଇ ମୁହଁରେ କିଛି ସମୟ ରଖି ପାଣିରେ ଧୋଇ ଦିଅନ୍ତୁ।

Image result for amul face pack

ମୁହଁରେ ବ୍ରଣ ସମସ୍ୟା ପାଇଁ ଚିନ୍ତିତ ଥିଲେ ଅମୁଲରେ ଗୋଲାପ ଜଳ, ମହୁ ମିଶାଇ ମୁହଁରେ ଲଗାନ୍ତୁ । ମୁହଁରେ ଲଗାଇ ୧୫ ମିନିଟ ଏହି ପେଷ୍ଟକୁ ରଖିବା ପରେ ଧୋଇ ଦିଅନ୍ତୁ। ସପ୍ତାହକୁ ୨ ଥର ଏହାକୁ ବ୍ୟବହାର କଲେ ନିଜେ ଏହାର ଚତ୍ମକାର ଅନୁଭବ କରିବେ।

କେଶରରେ ଅମୁଲ ମିଶାଇ ଏହାକୁ ମୁହଁରେ ଲଗାନ୍ତୁ । ଏହାକୁ ସପ୍ତାହକୁ ଥରେ ଲଗାଇଲେ ଆପଣ ନିଜେ ଏହାର ଚମତ୍କାରିତା ଅନୁଭବ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.