୧୦ ନମ୍ବରରୁ ବଜେଟକୁ କେତେ ଦେଲେ ବିଜେଡି ସୁପ୍ରିମୋ : ଶୁଣନ୍ତୁ ନବୀନ ପଟ୍ଟନାୟକ ମୁହଁରୁ

ଭୁବନେଶ୍ବର : ସାଧାରଣ ବଜେଟ୍‌ ଉପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଜେଟରେ ପ୍ରସ୍ତାବିତ ଟିକସ ଛାଡ଼ ଓ ‘କାଳିଆ’ ଢାଞ୍ଚାରେ ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯିବା ବ୍ୟବସ୍ଥା ସ୍ୱାଗତ ଯୋଗ୍ୟ ବୋଲି ନବୀନ କହିଛନ୍ତି । ତେବେ ଶିକ୍ଷା ଓ ଭିତ୍ତିଭୂମି କ୍ଷେତ୍ରରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଆବଣ୍ଟନ ନେଇ ମୁଖ୍ୟମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ମୋଟ ୧୦ ନମ୍ବରରୁ ବଜେଟକୁ ଅଢ଼େଇ ନମ୍ବର ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ।

Leave A Reply

Your email address will not be published.