Below header

ଖୋଲିଲା ସମ୍ବଲପୁରରେ ମହାନଦୀ ଉପରେ ନିର୍ମିତ ହାଇଲେଭଲ୍‌ ବ୍ରିଜ୍‌ , ଯୋଗାଯୋଗରେ ଉନ୍ନତି ନେଇ ୫ଟି ବଡ଼ ଘୋଷଣା

ସମ୍ବଲପୁର : ଖୋଲିଲା ସମ୍ବଲପୁର କଚେରୀ ଛକରେ ମହାନଦୀ ଉପରେ ନିର୍ମିତ ହାଇଲେଭଲ ସେତୁ । ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସେତୁର ଲମ୍ବ ଦେଢ଼ କିଲୋମିଟର । ଖର୍ଚ୍ଚ ହୋଇଛି ୧୧୭.୭୨ କୋଟି ଟଙ୍କା । ଏହାଦ୍ୱାରା ଚାଉଁରପୁର, ଗୋଶାଳା ଓ ଚିପିଲିମା ଅଞ୍ଚଳ ସମ୍ବଲପୁର ସହର ସହ ସିଧାସଳଖ ଯୋଡ଼ି ହୋଇଛି । ଜିଲ୍ଲାରେ ଶହେ କୋଟି ଟଙ୍କା ବ୍ୟୟରେ ନିର୍ମିତ ଅନ୍ୟ ୧୯ଟି ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ୩୩୮ କୋଟି ଟଙ୍କା ବ୍ୟୟ ଅଟକଳରେ ୧୪ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।

ଭିଏସ୍‌ଏସ୍‌ ଷ୍ଟାଡିୟମ୍‌ରେ ବିଜୁ ଯୁବ ବାହିନୀର ଆଞ୍ଚଳିକ ସମାବେଶରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ । ସମାବେଶରେ ପଶ୍ଚିମ ଓଡ଼ିଶାର ୬ଟି ଜିଲ୍ଲାରୁ ୩୦ ହଜାରରୁ ଅଧିକ ଯୁବକଯୁବତୀ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ସମ୍ବଲପୁର ସହର ପାଇଁ ୫ଟି ବଡ଼ ଘୋଷଣା କରିଛନ୍ତି ନବୀନ । ମାଳତିଜୋରରେ ହେବ ହାଇଲେଭଲ ବ୍ରିଜ୍‌। ଏଥିପାଇଁ ୨୦ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିପରି ବାଲିବନ୍ଧରେ ୧୦କୋଟି ବ୍ୟୟରେ ଏକ ସେତୁ ନିର୍ମାଣ କରାଯିବ । ସମ୍ବଲପୁର ଜିଲ୍ଲା ସ୍କୁଲ-ନକ୍ସାପାଲି ରାସ୍ତା ଏବଂ ଦୁର୍ଗାପାଲି ଠାରୁ ଏନଏଚ ପର୍ଯ୍ୟନ୍ତ ରାସ୍ତାକୁ ୪ ଥାକିଆ କରାଯିବ । ଭିଏସଏସ ଷ୍ଟାଡ଼ିୟମର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ୩କୋଟି ଟଙ୍କା ଅନୁମୋଦନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.