ବଦଳିଲା ମାଟ୍ରିକ ପରୀକ୍ଷା ସମୟ, ଜାଣନ୍ତୁ କେତେବେଳେ ହେବ ଆରମ୍ଭ

ଭୁବନେଶ୍ବର : ଆସନ୍ତା ୨୨ ତାରିଖରୁ ମାଟ୍ରିକ ପରୀକ୍ଷା। ଚଳିତବର୍ଷ ୯ଟା ପରିବର୍ତ୍ତେ ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି ମାଧ୍ୟମିକ ଶିକ୍ଷା ପରିଷଦ। ସେହିପରି ସମସ୍ତ ସେଣ୍ଟରରେ ଲଗାଯିବ ସିସିଟିଭି। ଗତବର୍ଷ ପ୍ରଶ୍ନପତ୍ର ଭାଇରାଲ୍‌ ହୋଇଥିବାରୁ ଚଳିତବର୍ଷ ଏହାକୁ ରୋକିବା ପାଇଁ କଡ଼ା ପଦକ୍ଷେପ ନେଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ। ପରୀକ୍ଷା ହଲକୁ ମୋବାଇଲ୍‌ ଫୋନ୍‌ ନେବା ମନା।

ପରୀକ୍ଷାର୍ଥୀଙ୍କ ଭଳି ଇନଭିଜିଲେଟର ଓ ସ୍କ୍ଵାଡରେ ଯାଉଥିବା ଅଧିକାରୀଙ୍କ କ୍ଷେତ୍ରରେ ବି ଏହି ନିୟମ ଲାଗୁ ହେବ। ସେମାନଙ୍କୁ ଯାଞ୍ଚ କରିବେ ସେଣ୍ଟର ସୁପରିନଟେଣ୍ଡେଣ୍ଟ। ଚଳିତବର୍ଷ ରାଜ୍ୟରେ ୨ ହଜାର ୮୩୦ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ୫ ଲକ୍ଷ ୭୨ ହଜାର ୬୯୯ ଛାତ୍ରଛାତ୍ରୀ। ସେହିପରି ୩ ହଜାର ୯ଜଣ ମଧ୍ୟମା, ୧୨ ହଜାର ୧୨ ଜଣ ଓପନ ସ୍କୁଲ ପରୀକ୍ଷା ଦେବେ। ଏଥିପାଇଁ ୩୦୪ଟି ନୋଡାଲ୍‌ ସେଣ୍ଟର କରାଯାଇଛି। ପ୍ରଶ୍ନପତ୍ର ପହଞ୍ଚାଇବା ପାଇଁ ଗଠନ କରାଯାଇଛି ୬୯୩ଟି ଡେସପାଚ୍‌ ଟିମ୍‌। ଏବର୍ଷ ପରୀକ୍ଷା ଦିନ ସକାଳେ ହବରୁ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ।

Leave A Reply

Your email address will not be published.