Below header

ନବୀନଙ୍କ ପଞ୍ଚମ ଇନିଂସ, ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ପାଠ କରାଇବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌

କେନ୍ୟୁଜ୍ : ଓଡ଼ିଶା ଇତିହାସ ପୃଷ୍ଠାରେ ସବୁଦିନ ପାଇଁ ଲିପିବଦ୍ଧ ହୋଇ ରହିଯିବ ୨୦୧୯ ମେ ୨୯ ତାରିଖ। ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ। ନବୀନଙ୍କ ପ୍ରଥମ କାର୍ଯ୍ୟକାଳ ଥିଲା ୨୦୦୦ ମସିହାରୁ ୨୦୦୪। ସେତେବେଳେ ରାଜ୍ୟପାଳ ଏମ୍‌. ଏମ୍‌. ରାଜେନ୍ଦ୍ରନ ଶପଥ ପାଠ କରାଇଥିଲେ। ଦ୍ୱିତୀୟ କାର୍ଯ୍ୟକାଳ ୨୦୦୪ରୁ ଥିଲା ୨୦୦୯। ଦ୍ୱିତୀୟ ଟର୍ମରେ ମଧ୍ୟ ଶପଥ ପାଠ କରାଇଥିଲେ ଏମ୍‌. ଏମ୍‌ ରାଜେନ୍ଦ୍ରନ। ୨୦୦୯ରେ ତୃତୀୟ ଥର ଶପଥ ନେଇଥିଲେ ନବୀନ। ଶପଥ ପାଠ କରାଇଥିଲେ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ। ଚତୁର୍ଥ ପାଳିରେ ୨୦୧୪ରେ ଶପଥ ପାଠ କରାଇଥିଲେ ରାଜ୍ୟପାଳ ଏସ୍‌ ସି ଜମିର। ଏବେ ପଞ୍ଚମ ପାଳିରେ ଶପଥ ପାଠ କରାଇବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌।

ganeshi-lal

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.