Below header

ରାଜ୍ୟରେ ପୁଣି ଶଙ୍ଖନାଦ : ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଗାଦିରେ ବସିବେ ନବୀନ

ଓଡ଼ିଶା ରାଜନୈତିକ ଇତିହାସରେ ନୂଆ ଅଧ୍ୟାୟ ସୃଷ୍ଟି କଲେ ନବୀନ। ଥରେ ଦି ଥର ନୁହଁ ଲଗାତର ୫ ଥର ଜିତିଲା ବିଜେଡି। ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ନବୀନ। ନବୀନଙ୍କ ପଞ୍ଚମ ବିଜୟ ପଛର କାରଣ କଣ?  ପ୍ରମୁଖ ଓ ପ୍ରଥମ କାରଣ ନବୀନଙ୍କ ଭାବମୂର୍ତ୍ତି । ୧୯ ବର୍ଷ କାଳ କ୍ଷମତାରେ ରହିବା ପରେ ମଧ୍ୟ ତାଙ୍କ ନାଁରେ କୌଣସି ଦୁର୍ନୀତି ଅଭିଯୋଗ ଆସି ନାହିଁ କି, ଅହଂ ଭାବ ଦେଖିବାକୁ ମିଳି ନାହିଁ। ଏହି ବ୍ୟକ୍ତିତ୍ୱ ଓଡ଼ିଶାବାସୀଙ୍କୁ ଆକୃଷ୍ଟ କରିଛି।

ରାଜନୈତିକ କାରଣ ମଧ୍ୟରେ ରହିଛି, ନବୀନଙ୍କୁ ଚ୍ୟାଲେଞ୍ଜ କଲାଭଳି ଅନ୍ୟ ଦଳରେ ନେତା ନାହାନ୍ତି। ପ୍ରଚାର ବେଳେ ବିଜେଡି ଏହି ପ୍ରଶ୍ନ ଉଠାଇଥିଲା, ତମର ନେତା କିଏ? ରାଜ୍ୟ ବିଜେପି ନେତାଙ୍କ ପାଖରେ ଏହାର ଉତ୍ତର ନଥିଲା। ଦେଶରେ ମୋଦିଙ୍କ ସପକ୍ଷରେ ଠିକ୍‌ ଏହି ଫର୍ମୁଲା କାମ କରିଥିଲା।

ତୃତୀୟରେ ମହିଳାଙ୍କ ସମର୍ଥନ। ମିଶନ ଶକ୍ତି ହେଉ କି ଏସ୍‌ଏଚ୍‌ଜି ଜରିଆରେ ମହିଳା ଶସକ୍ତି କରଣ, ଏହା ନବୀନଙ୍କୁ ଲୋକପ୍ରିୟ କରାଇଥିଲା। ଏହାସହ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣକୁ ମୁଖ୍ୟ ପ୍ରସଙ୍ଗ କରିଥିଲେ ନବୀନ। କେବଳ ପ୍ରସଙ୍ଗ କରି ନଥିଲେ, ୨୧ ଲୋକସଭା କ୍ଷେତ୍ର ମଧ୍ୟରୁ ୩୩ ପ୍ରତିଶ ମହିଳାଙ୍କୁ ଟିକେଟ୍‌ ଦେଇଥିଲେ।

ଚତୁର୍ଥରେ ଆଣ୍ଟି ଇନ୍‌କମ୍ବେସୀ ମୁକାବିଲା। ଯେଉଁ ନେତାଙ୍କୁ ନେଇ ଜନ ଅସନ୍ତୋଷ ଥିଲା ସେହି ନେତାଙ୍କୁ ଟିକେଟ୍‌ ଦେଲେ ନାହିଁ ନବୀନ। ୪୯ ସିଟିଂ ଏମ୍‌ଏଲଏଙ୍କ ଟିକେଟ୍‌ କଟିଥିଲା। କିଛି ବିଧାୟକଙ୍କ ଆସନ ବଦଳାଗଲା। ଅଧିକାଂଶ ସିଟିଂ ଏମ୍‌ପିଙ୍କ ଟିକେଟ୍‌ କଟିଲା। ନବୀନଙ୍କ ଏ ପଦକ୍ଷେପ ସଠିକ ପ୍ରମାଣିତ ହୋଇଛି। ଯେଉଁ ନେତା ଟିକେଟ୍‌ କଟିବା ପରେ ଅନ୍ୟ ଦଳରେ ଯାଇ ଲଢିଲେ, ଅଧିକାଂଶ ହାରିଛନ୍ତି।

ପଞ୍ଚମରେ, କାଳିଆ ଆଶୀର୍ବାଦ। ନିର୍ବାଚନର କିଛି ମାସ ପୂର୍ବରୁ ଲାଗୁ ହେଲା କାଳିଆ ଯୋଜନା। ଯାହା ଚାଷୀଙ୍କ ମଧ୍ୟରେ ଇଷ୍ଟାଣ୍ଟ ହିଟ୍‌ ହୋଇଥିଲା। ନିର୍ବାଚନ ସମୟରେ ମଧ୍ୟରେ ଏହାକୁ ନେଇ ଖୁବ୍‌ ପ୍ରଚାର କରିଥିଲେ ନବୀନ।

ଷଷ୍ଠରେ ୟୁଥ୍‌ ମାସଙ୍କ ସମର୍ଥନ। ବିଶ୍ୱକପ୍‌ ହକି ଆୟୋଜନ କରିଥିଲେ ନବୀନ ସରକାର। ଏହାପରେ ଭୁବନେଶ୍ୱର ଦେଶର ସ୍ପୋର୍ଟ କ୍ୟାପିଟଲା ଭାବେ ପରିଗଣିତ ହେଲା। ଏହା ଓଡ଼ିଶା ଯୁବ ପୀଢ଼ିଙ୍କୁ ନବୀନଙ୍କ ସରକାର ଆଡକୁ ଆକର୍ଷିତ କରିଥିଲା।

ବିଜେପି ଆକ୍ରମଣ ବୁମେରାଂ ହେଲା। ଦଳର ବଡ଼ ନେତା ଆସି ପ୍ରଚାର କଲେ, ନବୀନଙ୍କୁ ବ୍ୟକ୍ତିଗତ ଆକ୍ଷେପ କଲେ। କହିଲେ ପୋଡା ଟ୍ରାନ୍ସଫର୍ମର ସରକାର ବଦଳାଇବା ଦରକାର। ଯାହା ଲୋକଙ୍କ ମନକୁ ଛୁଇଁ ନଥିଲା। ନବୀନଙ୍କ ଉତ୍ତର ଥିଲା ନିର୍ବାଚନ ସରୁ ଜଣା ପଡିବ କିଏ ପୋଡା ଟ୍ରାନ୍‌ସଫର୍ମର।

() ନିର୍ବାଚନ ସମୟରେ ନବୀନ ନିଜେ ଜୋରଦାର ପ୍ରଚାର କରିଥିଲେ। ପ୍ରାୟ ୧୪୦ ବିଧାନସଭା କ୍ଷେତ୍ର ବୁଲିଥିଲେ ନବୀନ। ୨୦୧୪ ପରେ ପୁଣି ଥରେ ୨୦୧୯ରେ ମୋଦି ୱେଭ୍‌କୁ ପ୍ରତିହତ କରିବାରେ ସଫଳ ହୋଇଛନ୍ତି ନବୀନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.