Below header

ବିଜେପି ବିଜୟ ହେବାର ୧୦ ବଡ଼ କାରଣ, କଂଗ୍ରେସ ବୁଝିପାରିଲାନି ଶାହଙ୍କ ଗଣିତ ଆଉ ମୋଦିଙ୍କ ଏହି ରଣନୀତି

ନୂଆଦିଲ୍ଲୀ : ୨୦୧୯ ନିର୍ବାଚନରେ ହୋଇଥିବା ଏକଜିଟ୍‌ ପୋଲ ଏବେ ସଫଳ ହୋଇଛି । ଦେଶରେ ପୁଣି ମୋଦି ମ୍ୟାଜିକ କାମ କରିଛି  । ହେଲେ ମୋଦିଙ୍କୁ ଜିତାଇବା ପାଇଁ ଯେଉଁ ଫ୍ୟାକ୍ଟର କାମ କରିଲା ବୋଧ ହୁଏ କଂଗ୍ରେସ ତାହାକୁ ବୁଝିପାରିନଥିଲା । ଯେଉଁଥପାଇଁ ପରାଜୟର ସ୍ୱାଦ ଚାଖିବାକୁ ପଡିଲା । ତେବେ କଣ ସେହି ୧୦ଟା କାରଣ ଯାହା ମୋଦିଙ୍କୁ ପୁନର୍ବାର ପ୍ରଧାନ ମନ୍ତ୍ରୀ ଆସନରେ ବସାଇବାରେ  ସାହାଯ୍ୟ କଲା ।

୧-ରାଷ୍ଟ୍ରବାଦ ପାଇଁ ମିଳିଲା ବିଜୟ

ଲୋକସଭା ନର୍ବାଚନ ପୂର୍ବରୁ ବିରୋଧୀ ମାନେ ବେରୋଜଗାର,ମହଙ୍ଗା ଓ ରାଫେଲକୁ ନେଇ ବିଜେପି ଉପରେ ଆକ୍ରମଣ କରିବାରେ ଲାଗିଥିଲେ । ଏମିତିକି ପୂର୍ବ ବର୍ଷ ଯେବେ ମଧ୍ୟପ୍ରଦେଶ,ଛତିଶଗଡ,ରାଜସ୍ଥାନ,ଓ କର୍ଣ୍ଣାଟକ ଆଦି ରାଜ୍ୟରେ କଂଗ୍ରେସକୁ ସଫଳତା ମିଳିଥିଲା ସେତେବେଳେ ନରେନ୍ଦ୍ର ମୋଦି ରାଷ୍ଟ୍ରବାଦର ଏମିତି କଥା ଉଠାଇଥିଲେ ବିରୋଧୀଙ୍କ ସବୁ ପ୍ରସଙ୍ଗ ପବନରେ ଉଡିବାକୁ ଲାଗିଥିଲା ।

୨-ବିକଳ୍ପର ଅଭାବ

ଚଳିତ ଥର ନିର୍ବାଚନରେ ଲୋକମାନେ ନରେନ୍ଦ୍ର ମୋଦି ସରକାର ଉପରେ ନାରାଜ ଥିଲେ । ଏହି ଲୋକ ମାନଙ୍କ ନାରାଜ କୁ ନରେନ୍ଦ୍ର ମୋଦି ଓ ଅମିତ ଶାହା ଅବଗତ ଥିଲେ । ଏହା ପରେ ମଧ୍ୟ ବିଜେପି ଜିତିବ ବୋଲି ସେମାନେ ଆଶାବାଦୀ ଥିଲେ । ବିଜେପିର ଏହି ଆଶା ବଢିବା ପଛରେ ବଡ କାରଣ ଥିଲା ବିରୋଧୀଙ୍କ ପାଖରେ ଦକ୍ଷ ନେତାଙ୍କ ଅଭାବ ଥିଲା । ବିପକ୍ଷ ଦଳ ଗୋଟିଏ ବି ଚେହେରା ପ୍ରସ୍ତୁତ କରିପାରିନଥିଲା ଯିଏ ପ୍ରଧାନମନ୍ତ୍ରୀ ଗାଦିରେ ବସିପାରିବ । ସେଥିପାଇଁ ବିଜେପିର ନିର୍ବାଚନ ରାଲିରେ ନରେନ୍ଦ୍ର ମୋଦି ଲୋକଙ୍କ ଏହା କହି ପ୍ରଭାବିତ କରୁଥିଲେ,ଯଦି ୟୁପିଏକୁ ଭୋଟ ମିଳେ ତେବେ ଦେଶରେ ସବୁ ସପ୍ତାହରେ ନୂଆ ପ୍ରଧାନମନ୍ତ୍ରୀଙ୍କୁ ଦେଖିବାକୁ ମିଳିବ ।

୩-ନରେନ୍ଦ୍ର ମୋଦୀ ଓ ଅମିତ ଶହାଙ୍କ ଯୋଡି

ବିଜେପିର ଲଗାତାର ଭାବେ ଦ୍ଵିତୀୟ ଥର ବିଜୟ ହେବା ପଛରେ ସବୁଠାରୁ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ମୋଦି ଓ ଅମିତ ଶାହାଙ୍କ ଯୋଡି । ଦୁଇ ନେତା ହୋଇପାରେ ବିଜେପିକୁ ନିଜ କବଜାରେ ରଖି ପାରିଥାନ୍ତି,କିନ୍ତୁ ଚକ୍ରବ୍ୟୁହ ରଚନାରେ ଉଭୟଙ୍କ ସମକକ୍ଷ କେହି ହୋଇ ପାରିବେ ନାହିଁ ଏହା ପ୍ରମାଣ ମଧ୍ୟ କରିଦେଇଛନ୍ତି ।

୪-‘ମୁଁ ବି ଚୌକିଦାର’ ଦେଖାଇଲା ରଙ୍ଗ

ବିଜେପି ପାଇଁ ବିଶେଷ କଥା ଏହା ଥିଲା ଯେ,ବିପକ୍ଷ ମାନେ ରାଷ୍ଟ୍ରୀୟ ସ୍ଥରରେ ନରେନ୍ଦ୍ର ମୋଦି ସରାକାର ଖିଲାପରେ କୌଣସି ଏଜେଣ୍ଡା ପ୍ରସ୍ତୁତ କରିବାରେ ସମ୍ପୂର୍ଣ୍ଣ ବଫଳ ରହିଲେ । ଗୋଟିଏ ରାଫେଲ ପ୍ରସଙ୍ଗକୁ ନେଇ ରାହୁଲ ଗାନ୍ଧି ‘ଚୌକିଦାର ଚୋର ହୈ’ର ନାରାରେ ମୋଦିଙ୍କ ଉପରେ ଆକ୍ରମଣ କରିଥିଲେ । କିନ୍ତୁ ଯେତେବେଳେ ନରେନ୍ଦ୍ର ମୋଦି ‘ମୁଁ ବି ଚୌକିଦାର କହି ପ୍ରତି ଆକ୍ରମଣ କରିଥିଲେ ସେତେବେଳେ ରାହୁଲଙ୍କ ନାରା ପବନରେ ଉଡିଯାଇଥିଲା । ଏହା ପାରେ ରାହୁଲଙ୍କୁ ବେଶୀ ଅପାମାନ ସହିବାକୁ ପଡିଥିଲା ଯେତେବେଳେ ସୁପ୍ରିମ କୋର୍ଟ ରାହୁଲଙ୍କୁ ଏହି ‘ଚୈକିଦାର ଚୋର ହୈ’ ପ୍ରସଙ୍ଗରେ କ୍ଷମା ମାଗିବାକୁ ନିର୍ଦ୍ଦେଶ ଦେଇଥିଲେ ।

୫-ପ୍ରଥମରୁ ହିଁ ଏପଟ ସେପଟ ଥିଲା ବିପକ୍ଷଙ୍କ ପ୍ରଚାର

ବିଜେପିକୁ ମିଳିଥିବା ଏହି ଜିତ୍‌ରେ ଯେତିକି ଭୂମିକା ନରେନ୍ଦ୍ର ମୋଦି ଓ ଅମିତ ସାହାଙ୍କର ଥିଲା,ବିପକ୍ଷଙ୍କ ଭୂମିକ ମଧ୍ୟ କିଛି କମ ନଥିଲା । ଆଉ ଗୋଟିଏ ଏନଡିଏ କ୍ୟାମ୍ପର ଘାତକ ଦଳ ଏକତା ହେବା ନଜର ଆସିବା ପରେ ବିପକ୍ଷ କ୍ୟାମ୍ପରେ ସମସ୍ତେ ଅଲଗା ଥିଲେ । କଂଗ୍ରେସ ଏମିତିରେ ଅନେକ ରାଜ୍ୟରେ ଜୁନିୟର ପାର୍ଟି ରୂପରେ ରହିଛି । ଆଞ୍ଚଳିକ ଦଳ ସହିତ ତାଳମେଳ ଓ ସାମଞ୍ଜସ୍ୟର ଅଭାବରେ ବିଛେଇ ହୋଇଥିବା ବିପକ୍ଷ  ଜନତାଙ୍କୁ ବୁଝି କିଛିବି ବିକଳ୍ପ ଦେବାରେ ସକ୍ଷମ ହେଇପାରିନଥିଲା ।

୬-ଜେନ ତେନ ପ୍ରକାରେଣ ଚର୍ଚ୍ଚାରେ ରହିଆସିଛନ୍ତି ନରେନ୍ଦ୍ର ମୋଦି

ବିଜେପି ବିଜୟର ବଡ କାରଣ ହେଉଛି ସବୁବେଳେ ଚର୍ଚ୍ଚାରେ ରହିବା । ଏଥିପାଇଁ ବିଜେପି ପୂର୍ବରୁ ଚର୍ଚ୍ଚା ସବୁକୁ ପ୍ରସ୍ତୁତ କରି ରଖିଥିଲା । ଷ୍ଟେପ ବାଏ ଷ୍ଟେପ ତାଙ୍କର ଆକ୍ରମଣତା ବଢିବାରେ ଲାଗିଲା । ଭାରତୀୟ ସେନାକୁ ନେଇ ଭୋଟ ମାଗିବା ଠରୁ ଆରମ୍ଭ କରି ଅକ୍ଷୟ କୁମାରଙ୍କ ସହ ଅଣ ରାଜନୈତିକ ସାକ୍ଷାତକାର ମଧ୍ୟ ତାଙ୍କୁ ଚର୍ଚ୍ଚାରେ ରଖିଥିଲା । ସେତେବେଳେ ଏହି ସବୁକୁ ବିରୋଧ କରି ବିପକ୍ଷ ନେତାଙ୍କ ଚେହେରା ମିଡିଆର ଆସିଲା ସତ କନ୍ତୁ ଲୋକାମାନଙ୍କ କିଛି ମସଲା ମିଳିଲା ନାହିଁ ଯାହା ସେମାନଙ୍କୁ ହସାଇ ପାରିବ କିମ୍ବା ପ୍ରେରିତ କରିପାରିବ । ବିପକ୍ଷଙ୍କ ଘୋଷଣାରେ କେବଳ ନରେନ୍ଦ୍ର ମୋଦିଙ୍କୁ ବିରୋଧ ଥିଲା । ଯେମିତି ନରେନ୍ଦ୍ର ମୋଦିଙ୍କ ଭାଷଣରେ କୌଣସି ସୁପର ହିଟ ଫିଲ୍ମ ଭଳି ସବୁ ସାମିଲ ଥିଲେ ।

୭-ମସୁଦ ଅଜହର ଉପରେ ପ୍ରତିବନ୍ଧକ

ଭାରତୀୟ ଜନତାଙ୍କର ନରେନ୍ଦ୍ର ମୋଦିଙ୍କ ଉପରେ ବିଶ୍ୱାସ ସେହି ସମୟରେ ଅଧିକ ବଢି ଯାଇଥିଲା,ଯେତେବେଳେ ସଂଯୁକ୍ତ ରାଷ୍ଟ୍ର ସଂଘ ପାକିସ୍ତାନୀ ଆତଙ୍କୀ ମସୁଦ ଅଜହରକୁ ଅନ୍ତରାଷ୍ଟ୍ରୀୟ ଆତଙ୍କବାଦୀ ବୋଲି ଘୋଷଣା କରିଥିଲା । ଏହାକୁ ବିଜେପି ଓ ନରେନ୍ଦ୍ର ମୋଦି ଏମିତି ରୂପ ଦେଲେ ଯେମିତି ସବୁକିଛି ସେମାନଙ୍କ ପ୍ରୟାସରୁ ହିଁ ସମ୍ଭବ ହୋଇଛି । ଚୀନ୍‌କୁ ମନେଇବାର ଶ୍ରେୟ ମଧ୍ୟ ବିଜେପିକୁ ମିଳିଥିଲା । କିନ୍ତୁ ସେହି ବିଜେପି ସମୟ ଅର୍ଥାତ ଅଟଳ ବିହାରୀଙ୍କ ସମୟରେ ମସୁଦକୁ ଭାରତର ଜେଲରୁ ମୁକ୍ତ କରାଯାଇଥିବାର ତଥ୍ୟ ମଧ୍ୟ ଜନତାଙ୍କ ମୁଣ୍ଡରୁ ଗାୟବ କରିବାକୁ ଲାଗିଲା ବିଜେପି ।

୮-ନୋଟବନ୍ଦି ଓ ଜିଏସଟି ମାମଲାରେ ମଧ୍ୟ ବିପକ୍ଷଙ୍କୁ ମିଳିଲା ହାର

ନରେନ୍ଦ୍ର ମୋଦିଙ୍କ ପ୍ରତି ଲୋକ ମାନଙ୍କର ଏମିତି ଅତୁଟ ବିଶ୍ୱାସ ଥିଲାଯେ,ସେହି ସମୟରେ ହୋଇଥିବା ନୋଟବନ୍ଦୀ ଓ ଜିଏସଟିର କାରଣରୁ ଦେଖା ଦେଇଥିବା ଅଚଳଅବସ୍ଥା ମଧ୍ୟ ପ୍ରସଙ୍ଗ ହୋଇ ରହିଲା ନାହିଁ । ଯାହାକୁ ବିରୋଧୀ ମାନେ ପୁରା ପ୍ରଚେଷ୍ଟା କରିଥିଲେ । କିନ୍ତୁ ଜନତା ନରେନ୍ଦ୍ର ମୋଦିଙ୍କ ସେହିସମୟର ନିଷ୍ପତ୍ତିକୁ ସମର୍ଥନ କରିଥିଲେ । ନରେନ୍ଦ୍ର ମୋଦି ଅର୍ଥନୀତିଜ୍ଞ ନହୋଇଥିଲେ ମଧ୍ୟ ସେହି ସମୟରେ ନିଷ୍ପତ୍ତିରେ ଦେଶର ଅର୍ଥିକ ସଂକଟ ସୂଦୃଢ କରିଥିଲେ ।

୯-ମଜବୁତ ନେତାଙ୍କ ଛବିର ଲାଭ

ନରେନ୍ଦ୍ର ମୋଦି ଜଣେ ମଜବୁତ ନେତାର ଛବି ହିସାବରେ ତାଙ୍କୁ ସଫଳତା ଆଣିଦେଇଛି ।ଜମ୍ମୁ କଶ୍ମୀର ଆତଙ୍କୀ ହାମଲା ପରେ ବାଲାକୋଟ ଆକ୍ରମଣକୁ ଯେମିତି ପ୍ରକାର ନିର୍ବାଚନୀ ଲାଭ ପାଇଁ ବ୍ୟବହାର କରିଥିଲା,ବିରୋଧୀ ଦଳ ମାନେ ଏହାକୁ ଆଲୋଚନା ଅବଶ୍ୟ କରିଥିଲେ । କିନ୍ତୁ ଭାରତର ଜନତା ଏଥିରେ ସନ୍ତୁଷ୍ଟ ହୋଇ ଭାବନାକୁ ଆଣିଥିଲେ ଯେ,ଭାରତ ଏବେ ଆକ୍ରମଣ ସହ୍ୟ କରିବ ନାହିଁ ବରଂ ପାଲଟା ଆକ୍ରମଣ ବି  କରିବ ।

୧୦- ଅମିତ ଶାହାଙ୍କ ପରିଚାଳନା ଓ ନିର୍ବାଚନ ଗଣିତରେ ଭାଗ

ଏହି ନିର୍ବାଚନରେ ବିଜେପିର ରଣନୀତିକାର ଓ ଅଧ୍ୟକ୍ଷ ଅମିତ ଶାହାଙ୍କ ରଣନୀତି ପୁଣିଥରେ ଫଳପ୍ରଦ ହୋଇଛି । ଲଗାତାର କାମ କରିବା ଓ ତୃଣ ମୂଳ ସ୍ଥରର ସବୁ କର୍ମୀ ମାନଙ୍କ ସହ ସିଧା ସମ୍ପର୍କ ସ୍ଥାପନ ,ଉତ୍ତମ ପରିଚାଳନା,ବିପକ୍ଷଙ୍କ ପ୍ରସଙ୍ଗ ଉପରେ ଘେରିବା ଓ ଠିକ ଆଶାୟୀ ପ୍ରାର୍ଥୀ ଚୟନ ପୁଣିଥରେ ବିଜେପିକୁ କେନ୍ଦ୍ରରେ ସତ୍ତାକୁ ଆଣି ପାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.