Below header

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ବର (କେନ୍ୟୁଜ୍) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। RTI ସଂଶୋଧନ ବିଲ୍ ପାରିତ ନେଇ ଦୁଇ ନେତା ଟେଲିଫୋନ୍ ଯୋଗେ କଥାବାର୍ତ୍ତା ହୋଇଥିବା ସୂଚନା ମିଳିଛି। ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଲୋକସଭାରେ RTI ବିଲ୍ ପାରିତ ହୋଇଛି। ଆଜି ରାଜ୍ୟସଭାରେ ବିଲ୍ ଉପରେ ଆଲୋଚନାରେ ଭାଗ ନେଇ ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି, ବିଲକୁ ଆମେ ବିରୋଧ କରୁ ନାହୁଁ। ୨୦୦୫ରେ ଲାଗୁ ହୋଇଥିବା ଏହି ଆଇନରେ ଜାତୀୟ ମୁଖ୍ୟ ସୂଚନା କମିଶନରଙ୍କ ମାନ୍ୟତା ସୁପ୍ରିମକୋର୍ଟ ବିଚାରପତିଙ୍କ ସହ ସମାନ ଥିଲା।

ରାଜ୍ୟରେ ଥିବା ସୂଚନା କମିଶନରଙ୍କ ମାନ୍ୟତା ହାଇକୋର୍ଟ ବିଚାରପତିଙ୍କ ମାନ୍ୟତା ସହ ସମାନ ଥିଲା। ହେଲେ କେନ୍ଦ୍ର ମୁଖ୍ୟ ସୂଚନା କମିଶନର ଦେଉଥିବା ନିର୍ଦ୍ଦେଶକୁ ହାଇକୋର୍ଟରେ ଚ୍ୟାଲେଂଜ କରାଯାଇ ପାରିବ। ଏହା କିପରି ସମ୍ଭବ କହି, କେନ୍ଦ୍ର ସରକାର ଏଥିରେ ସଂଶୋଧନ ଆଣିବାକୁ ଚାହିଁଥିଲେ। ପୂର୍ବ ନିୟମରେ ସିଆଇସି ଓ ଆଇସିଙ୍କ କାର‌୍ୟ୍ୟାକାଳ ୫ ବର୍ଷ ଥିଲା। ଏବେ କିନ୍ତୁ କାର‌୍ୟ୍ୟକାଳ ଓ ଦରମା ସରକାର ନିର୍ଦ୍ଧାରଣ କରିବା ପ୍ରସ୍ତାବ ରହିଛି। ତେଣୁ ଲୋକସଭାରେ ଉପସ୍ଥାପିତ ସଂସୋଧନ ବିଲ୍ କାଯ୍ୟର୍କାରୀ ହେଲେ ସୂଚନା ଅଧିକାର ଆଇନ ଦୁର୍ବଳ ହେବ ବୋଲି ବିରୋଧୀ କହୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.