କାହିଁକି ଶ୍ରାବଣରେ ଶିବଙ୍କୁ ଅର୍ପଣ କରାଯାଏ ବେଲ ପତ୍ର, ଦୁଦୁରା ଫୁଲ ଏବଂ କ୍ଷୀର ? ଜାଣନ୍ତୁ ଏହା ପଛର ବୈଜ୍ଞାନିକ କାରଣ

ସବୁଜ ବନାନୀ, ବାର୍ଷାର ଛିଟା, ରଙ୍ଗ ବେରଙ୍ଗର ଚୁଡି ଦୋକାନ ସାମ୍ନାରେ ଯୁବତୀଙ୍କ ଭିଡ ରାକ୍ଷୀର ଖୁସି ଏବଂ କାଉଡିଆଙ୍କ ଡାକ ହେଉଛି ଶ୍ରାବଣ ପରିଚୟ । ଏହା ସହ ଶ୍ରାବଣରେ ସୋମବାରର ମଧ୍ୟ ରହିଛି ବିଶେଷ ମହତ୍ବ । ଶ୍ରାବଣ ମାସରେ ଅନେକ ଲୋକ ସୋମବାର ବ୍ରତ ରଖିଥାନ୍ତି । ଏହି ସମୟରେ ଭଗବାନ ଭୋଳାନାଥଙ୍କୁ ବେଲ ପତ୍ର, ଦୁଦୁରା ଫୁଲ ଏବଂ କ୍ଷୀର ଚଢାଇଥାନ୍ତି । କାରଣ ଲୋକଙ୍କର ବିଶ୍ବାସ ରହିଛି ଏସବୁ ଅର୍ପଣ କଲେ ଭଗବାନ ପ୍ରସନ୍ନ ହୋଇଥାନ୍ତି । ଏହା ଭକ୍ତଙ୍କ ଶ୍ରଦ୍ଧା । କିନ୍ତୁ କଣ ଆପଣ ଜାଣନ୍ତି ଆପଣଙ୍କ ଦ୍ବାରା ଅର୍ପଣ ହେଉଥିବା ଏସବୁ ପଛରେ ରହିଛି ଅନ୍ୟ କିଛି କାରଣ ।

ପୁରାଣରେ ରହିଛି ଯେ ପୃଥିବୀକୁ ରକ୍ଷା କରିବା ପାଇଁ ବିଷ ପିଇନେଇଥିଲେ ଭଗବାନ । ଠିକ୍ ସେମିତି ପୃଥିବୀରେ ଯେଉଁ ବି ଜିନିଷ ମଣିଷଙ୍କ ପାଇଁ ହାନିକାରକ କିମ୍ବା ସେମାନଙ୍କର କୌଣସି ବ୍ୟବହାର ନଥାଏ ତାହା ଭଗବାନ ଶିବଙ୍କୁ ଅର୍ପଣ କରାଯାଇଥାଏ । ଯେଉଁ ସବୁ ଜିନିଷକୁ ଲୋକମାନେ ଭକ୍ତି ଭାବି ଯୁଗ ଯୁଗ ଧରି କରିଆସୁଛନ୍ତି ସେସବୁ ପଛରେ ରହିଛି ବୈଜ୍ଞାନିକ କାରଣ ।

ଦୁଦୁରା ଫୁଲ :

shravan mnthସାଧାରଣତଃ ବର୍ଷାଦିନେ ହୋଇଥାଏ ଏହି ଦୁଦୁରା ଫୁଲ । ବିଶ୍ବାସ ରହିଛି ଭଗବାନ ବିଷ ପିଇଥିଲେ ତେଣୁ ଦୁଦୁରା ଫୁଲ ଚଢାଇଲେ ଖୁସି ହୁଅନ୍ତି । କିନ୍ତୁ ସତ ହେଉଛି ଦୁଦୁରା ଫୁଲ ଏଥିପାଇଁ ଶିବଙ୍କୁ ଅର୍ପଣ କରାଯାଏ ଯେ ଏହାର ବିଷରେ ମଣିଷ କିମ୍ବା ଜୀବଜନ୍ତୁଙ୍କୁ କୌଣସି ପ୍ରକାର କ୍ଷତି ନହେଉ ।

ଏହା ସହ ପଢନ୍ତୁ ଦୀର୍ଘ ୧୦ ବର୍ଷ ଧରି ପୂଜା ପାଉନାହିଁ ଏହି ଶିବଲିଙ୍ଗ, ଏହା କୌଣସି ଅଭିଶାପ ନୁହେଁ ତ ?

ବେଲ ପତ୍ର :

ବେଲ ପତ୍ର ସବୁଠାରୁ ଅଧିକ ମେ’ ଏବଂ ଜୁନରେ ହୋଇଥାଏ । ସେତେବେଳେ ଏହା ଔଷଧ ରୂପରେ କାମ ଆସିଥାଏ । କିନ୍ତୁ ଥରେ ବର୍ଷା ହୋଇଗଲେ ଆୟୁର୍ବେଦରେ ଏହାର କୌଣସି ଉପଯୋଗ ନଥାଏ । ତେଣୁ ଶ୍ରାବଣର ସୋମାବାର ଦିନ ଏହା ଶିବଙ୍କୁ ଚଢାଯାଇଥାଏ । କିନ୍ତୁ ବିଶ୍ବାସ ରହିଛି ଯେ ବେଲ ପତ୍ର ଚଢାଇଲେ ଭଗବାନଙ୍କୁ ଥଣ୍ଡା ମିଳିଥାଏ ।

କ୍ଷୀର :

shiva lingaଶ୍ରାବଣ ମାସରେ କ୍ଷୀର ନ ପିଇବା ପାଇଁ ଆୟୁର୍ବେଦରେ ପରାମର୍ଶ ଦିଆଯାଇଛି । କାରଣ ଏହି ମାସରେ ବର୍ଷା ହେଉଥିବାରୁ ଅନେକ ପୋକ ଜୋକ ଜନ୍ମ ନେଇଥାନ୍ତି । ଏମିତିରେ ଗାଇ ଯେତେବେଳେ ସଡକରେ ପଡିଥିବା କିଛି ଖାଦ୍ୟ ଖାଇଥାଏ ଏହା ସହ ସେହି ପୋକ ଗୁଡିକୁ ମଧ୍ୟ ଖାଇଯାଇଥାଏ । ଯାହା ଫଳରେ ଗାଇର କ୍ଷୀର ହାନିକାରକ ହୋଇଥାଏ ଏବଂ ପେଟ ସମସ୍ୟା ହେବାର ବିପଦ ରହିଥାଏ । ସେଥିପାଇଁ ଶ୍ରାବଣରେ କ୍ଷୀର ନପିଇ ଭଗବାନ ଶିବଙ୍କୁ ଅର୍ପଣ କରାଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.