Below header

ବଡ଼ବାପାକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁତୁରା, ଜମିଜମା ବିବାଦରୁ ହତ୍ୟାକାଣ୍ଡ

ଉମରକୋଟ(କେନ୍ୟୁଜ) : ବଡ଼ବାପାକୁ ହତ୍ୟା କଲା ପୁତୁରା । ଜମିଜମା ବିବାଦକୁ ନେଇ ଘଟିଛି ହତ୍ୟାକାଣ୍ଡ । ପୁତୁରାର ଟାଙ୍ଗିଆ ଓ ଛୁରୀ ଆକ୍ରମଣରେ ବଡ଼ ବାପାଙ୍କର ମୃତ୍ୟୁ ହୋଇଥିବା ବେଳେ ଭାଇ ଗୁରୁତର ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ବୁର୍ଜା ଗାଁରେ ଏହି ଘଟଣା ଘଟିଛି । ବୁର୍ଜା ଗାଁର ଖାଡି ଗଣ୍ଡ ଓ ତାଙ୍କ ସାନ ଭାଇଙ୍କ ମଧ୍ୟରେ ଜମିଜମାକୁ ନେଇ ବିବାଦ ଲାଗି ରହିଥିଲା ।

ଆଜି ଖାଡି ଗଣ୍ଡଙ୍କ ଘରକୁ ସାନ ଭାଇଙ୍କ ଦୁଇ ପୁଅ ହଠାତ୍ ପଶି ଆସି ଟାଙ୍ଗିଆ ଓ ଛୁରୀରେ ଆକ୍ରମଣ କରିବା ଅଭିଯୋଗ ହୋଇଛି । ପୁତୁରାର ଟାଙ୍ଗିଆ ଚୋଟରେ ଖାଡି ଗଣ୍ଡଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ତାଙ୍କ ପୁଅ ରବିନ୍ଦ୍ର ଗଣ୍ଡଙ୍କୁ ଗୁରୁତର ଅବସ୍ଥାରେ କୋରାପୁଟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ଉମରକୋଟ ପୋଲିସ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.