ବହୁତ କମ୍‌ ଦାମରେ କିଣନ୍ତୁ ହିରୋର ଏହି ବଢ଼ିଆ ବାଇକ୍‌, ମାଇଲେଜ ପୂରା ଜବରଦସ୍ତ

ଅଟୋ ମାର୍କେଟରେ ଗୋଟିଏରୁ ବଳିକି ବହୁତ ବଢ଼ିଆ ବାହନ ମହଜୁଦ ରହିଛି। ଏଥିରେ ସବୁଠାରୁ ଅଧିକ ଦୁଇ ଚକିଆ ଗାଡିର ଡିମାଣ୍ଡ ରହିଛି। ଯେଉଁମାନେ ପ୍ରତିଦିନ ଯିବା ଆସିବା କରୁଛନ୍ତି ସେମାନଙ୍କର ପ୍ରଥମ ପସନ୍ଦ ଦୁଇଚକିଆ ବାହନ। ବଜାରରେ ବି ବହୁତ ବଢ଼ିଆ ବଢ଼ିଆ ବାଇକ ମହଜୁଦ ରହିଛି। ଯାହା ନିଜର ମାଇଲେଜ ଏବଂ ଫିଚର୍ସ ପାଇଁ ବହୁତ ପପୁଲାର ଅଛନ୍ତି। ଯଦି ଆପଣ କମ୍‌ ବଜେଟରେ ଭଲ ବାଇକ କିଣିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କ ପାଇଁ ଏକ ବଢ଼ିଆ ଦମଦାର ବାଇକ ନେଇ ଆସିଛୁ।

ଭାରତୀୟଙ୍କ ବହୁତ ପସନ୍ଦ ଦୁଇ ଚକିଆ ବାହନ ନିର୍ମାତା କମ୍ପାନୀ ହିରୋ ମୋଟରକପ କମ୍‌ ବଜେଟରେ ଅନେକ ଭଲ ଭଲ ବାଇକ ସେଲ କରୁଛି। ଏଥିରେ ସବୁଠାରୁ ଶସ୍ତା ହିରୋ ଏଚଏଫ ଡିଲକ୍ସ ବାଇକ। ଏହା କମ୍ପାନୀ ପକ୍ଷରୁ ତିଆରି ହୋଇଥିବା ସବୁଠାରୁ ପଇସା ବସୁଲ ଏବହ ଶସ୍ତା ବାଇକ। ଏହାର ଫିଚର୍ସ ଏବଂ ଖାସିୟତ ଆଗରେ ଗାଡିର ଦାମ୍‌ କିଛି ନୁହେଁ କହିଲେ ଚଳେ। ତେବେ ଆସନ୍ତୁ ଜାଣିବା ୫୫ ହଜାର ଟଙ୍କାରୁ କମ୍‌ ଦାମରେ ମୋଟରସାଇକେଲ ବିଷୟରେ।

ହିରୋ ମୋଟରକର୍ପ ନିଜର ଏଚଏଫ ଡିଲକ୍ସ ବାଇକକୁ ବିଏସ୬ ମାନକକୁ ୯୭.୨ସିସି ଇଞ୍ଜିନ ସହ ଲଞ୍ଚ କରିଛି। ଏହି ଇଞ୍ଜିନ ଏୟାର-କୁଲଡ ୪ ଷ୍ଟ୍ରୋକ ସିଙ୍ଗଲ ସିଲିଣ୍ଡରରେ ମହଜୁଦ ରହିଛି। ଏଥିରେ ୪ ସ୍ପିଡର ଟ୍ରାନ୍ସମିସନ ରହିଛି। ଏହାର ଇଞ୍ଜିନ ୮.୨୪ ବିଏଚପି ପାଓ୍ଵାର ଏବଂ ୮୮.୦୫ଏନଏମ ପିକ୍‌ ଟର୍କ ଜେନେରେଟ କରିଥାଏ।

୫୫ ହଜାରରୁ ବି କମ୍‌ ରହିଛି ଦାମ୍‌

ଏଚଏଫ ଡିଲକ୍ସ ମୋଟରସାଇକେଲର ଦାମ୍‌ ବିଷୟରେ ଯଦି କହିବା ତାହେଲେ ଏହାର ପ୍ରାରମ୍ଭିକ ଏକ୍ସ ଶୋରୁମର ଦାମ୍‌ ୫୨,୭୦୦ ଟଙ୍କା ରହିଛି। ଏହାର ଅଲ ଏଫଆଇ-ଆଇ୩ ଏସର ଦାମ୍‌ ୬୩,୪୦୦ ଟଙ୍କା ହୋଇପାରେ। ସେହିପରି ଯଦି ଏହି ବାଇକର ଡ୍ରମ୍‌ ବ୍ରେକ ଅଲୟ ହ୍ଵିଲ ମଡେଲ ୫୩,୭୦୦ ଟଙ୍କା ଦାମ୍‌ ରହିଛି। ହିରୋ ମୋଟକର୍ପ ଏଚଏଫ ଡିଲକ୍ସ ୧ ଲିଟର ପେଟ୍ରୋଲରେ ୮୩ କିଲୋ ମିଟର ପର୍ଯ୍ୟନ୍ତୁ ମାଇଲେଜ୍‌ ଦେଇଥାଏ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ହିରୋ ଏଚଏଫ ଡିଲକ୍ସର ପଛ ଭାଗରେ ରିୟର ସ୍ୱାଙ୍ଗ ଆର୍ମ ସମେତ ୨-ଷ୍ଟେପ ଆଡଜଷ୍ଟେବଲ ସସପେନସନ୍‌ ରହିଛି। ସେହିପରି ଏହାର ଆଗ ଭାଗରେ ଟେଲିସ୍କୋପିକ ହାଇଡ୍ରଲିକ ସସପେନସନ୍‌ ରହିଛି। ଯଦି ଆପଣ ଶସ୍ତା ଏବଂ ଭଲ ମାଇଲେର ବାଇକ କିଣିବାକୁ ପ୍ଲାନ କରୁଛନ୍ତି ତାହେଲେ ଏହା ଆପଣଙ୍କ ପାଇଁ ଭଲ ଅପ୍ସନ ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.