Below header

ନୂଆ ମୁହଁର ସାହାରା ! ଉଭୟ ବିଜେଡି ଓ କଂଗ୍ରେସର ଅନେକ ନୂଆ ଚେହେରା

ଭୁବନେଶ୍ବର : ବିଜେଡି ଘୋଷଣା କରିିଛି ୯ ଲୋକସଭା ଓ ୫୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ । ସେଥିରୁ ଲୋକସଭା ପାଇଁ ୮ ନୂଆ ପ୍ରାର୍ଥୀ। ବିଧାନସଭା କ୍ଷେତ୍ରରେ ୨୮ ନୂଆ ପ୍ରାର୍ଥୀଙ୍କୁ ଦେଖିବେ ଭୋଟର। ଏହାରି ଭିତରେ କିଛି ବିଧାୟକ ଓ ନେତାଙ୍କ ଆସନ ବଦଳିଛି। ପ୍ରମୁଖଙ୍କ ଭିତରେ ନବୀନ ଏଥର ନୂଆକରି ବିଜେପୁରରେ ଲଢିବେ। କଂଗ୍ରେସରୁ ଆସିଥିବା ନବ ଦାସ ଓ ଯୋଗେଶ ସିଂହଙ୍କ ମଧ୍ୟ ବିଜେଡି ପ୍ରାର୍ଥୀ ହୋଇଛନ୍ତି। ପାରଳାଖେମଣ୍ଡିରେ କଲ୍ୟାଣୀ ଗଜପତି ନୂଆ ପ୍ରାର୍ଥୀ ହୋଇଛନ୍ତି। ଗୁଣପୁରରୁ ରଘୁନାଥ ଗମାଙ୍ଗ, କୋରାପୁଟରୁ ରଘୁରାମ ପଡାଲ, ଲକ୍ଷ୍ମୀପୁରରୁ ପ୍ରଭୁ ଜାନୀ, ଡାବୁଗାଁରୁ ମନୋହର ରନ୍ଧାରୀ, ନବରଙ୍ଗପୁରରୁ ସଦାଶିବ ପ୍ରଧାନୀ, କୋଟପାଡରୁ ପଦ୍ମିନୀ ଦିଆନ, ଚିତ୍ରକୋଣ୍ଡାରୁ ପୂର୍ଣ୍ଣଚନ୍ଦ୍ର ସାକାଙ୍କୁ ଦଳ ଟିକେଟ ଦେଇଛି ।

ପାଟଣାଗଡ଼ରୁ ସରୋଜ ମେହେର, କଣ୍ଟାବାଞ୍ଜିରୁ ଅଜୟ ଦାସ, ଝାରସୁଗୁଡାରୁ ନବ କିଶୋର ଦାସ, ବ୍ରହ୍ମପୁରରୁ ବିକ୍ରମ ପଣ୍ଡା, ଛତ୍ରପୁରରୁ ସୁବାସ ଚନ୍ଦ୍ର ବେହେରା, ପାରଳାଖେମୁଣ୍ଡିରୁ କଲ୍ୟାଣୀ ଗଜପତି, ମୋହନାରୁ ପୂର୍ଣ୍ଣବାସୀ ନାୟକ ନୂଆ ମୁହଁ ଭାବେ ଟିକେଟ ମିଳିଛିା ସୁନ୍ଦରଗଡ଼ରୁ ଯୋଗେଶ କୁମାର ସିଂ, ତଳସରାରୁ ଷ୍ଟିଫେନ ସୋରେନ୍‌, ବଣାଇରୁ ରଞ୍ଜିତ୍‌ କିଷାନ୍‌, ଆସିକାରୁ ମଞ୍ଜୁଳା ସ୍ୱାଇଁ, କବିସୂର‌୍ୟ୍ୟନଗରରୁ ଲତିକା ପ୍ରଧାନ, ଖଲ୍ଲିକୋଟରୁ କେ .କେ ସୂର‌୍ୟ୍ୟମଣି ବୈଦ୍ୟ, ବାଲିଗୁଡାରୁ ଚକ୍ରଧର କହଁର, ଜି.ଉଦୟଗିରିରୁ ସାଲୁଗା ପ୍ରଧାନ, ଦଶପଲ୍ଲାରୁ ରମେଶ ବେହେରା, ଭବାନୀପାଟଣାରୁ ଦୁଷ୍ମନ୍ତ ନାଏକଙ୍କୁ ନୂଆ ପ୍ରାର୍ଥୀ ଭାବେ ଟିକେଟ ଦିଆଯାଇଛି ।

କଂଗ୍ରେସରେ ବି ନୂଆ ଚେହେରା ନଜରକୁ ଆସିଛି। ଦଳ ୬ଟି ଲୋକସଭା ପାଇଁ ଘୋଷଣା କରିଥିବା ପ୍ରାର୍ଥୀ ମଧ୍ୟରୁ ୪ ନୂଆ ମୁହଁ। ସୁନ୍ଦରଗଡ଼ରୁ ପ୍ରାର୍ଥୀ ହୋଇଛନ୍ତି ଜର୍ଜ ତିର୍କୀ। ବରଗଡ଼ ଲୋକସଭା ପାଇଁ ପ୍ରଦୀପ କୁମାର ଦେବତାଙ୍କୁ ଦଳ ପ୍ରାର୍ଥୀ କରିଛି। କନ୍ଧମାଳରୁ ମନୋଜ କୁମାର ଆଚାର‌୍ୟ୍ୟ, ବ୍ରହ୍ମପୁର ଲୋକସଭା ଆସନରୁ ଭି. ଚନ୍ଦ୍ରଶେଖର ନାଇଡୁଙ୍କୁ ଦଳ ପ୍ରାର୍ଥୀ କରିଛି। କଳାହାଣ୍ଡିରୁ ଭକ୍ତ ଚରଣ ଦାସ, ନବରଙ୍ଗପୁରରୁ ପ୍ରଦୀପ ମାଝୀ ପ୍ରାର୍ଥୀ ହୋଇଛନ୍ତି। ଉଭୟ ଗତ ଥର ମଧ୍ୟ ପ୍ରାର୍ଥୀ ହୋଇଥିଲେ। ସେହିପରି ୩୬ଟି ବିଧାନସଭା ଆସନ ପାଇଁ ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ ୨୩ ନୂଆ ବିଧାୟକ ପ୍ରାର୍ଥୀ।

ବିଜେଡି ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ଲୋକସଭାରେ ୮ରୁ ୩ ଜଣ ମହିଳା ଓ ବିଧାନସଭା କ୍ଷେତ୍ରରେ ୫୪ରୁ ୧୦ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। କିନ୍ତୁ କଂଗ୍ରେସର ୬ ଲୋକସଭାରୁ କେହି ବି ମହିଳା ନାହାନ୍ତି। ୩୬ ବିଧାନସଭା କ୍ଷେତ୍ରରୁ କେବଳ ଗୋଟିଏ ଚିତ୍ରକୋଣ୍ଡାରେ ଲକ୍ଷ୍ମୀପ୍ରିୟା ନାୟକ ପ୍ରାର୍ଥୀ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.