Below header

ଶାଶୂଘର ନିର୍ଯାତନା ସହିନପାରି ଜୀବନ ହାରିଲେ ନବବଧୂ

ଭୁବନେଶ୍ୱର(କେନ୍ୟୁଜ୍): ଶାଶୂଘର ନିର୍ଯାତନା ଯୋଗୁ ନବବଧୂଙ୍କ ଆତ୍ମହତ୍ୟା ଅଭିଯୋଗ। ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଜିଜିପି କଲୋନୀରେ ଏଭଳି ଘଟଣା ଘଟିଛି । ମୃତ ମହିଳା ହେଲେ ନିଆଳିର ପ୍ରଜ୍ଞା ପରମିତା ସ୍ୱାଇଁ । ତାଙ୍କୁ ଶାଶୂଘର ଲୋକ ନିର୍ଯାତନା ଦେଉଥିବାରୁ ଆତ୍ମହତ୍ୟା କରିଥିବା ମହିଳାଙ୍କ ଭାଇ ଥାନାରେ ଅଭିଯୋଗ କରିଛନ୍ତି ।

ଗତ ଜୁନ୍‌ ୮ ତାରିଖରେ ପଟିଆର ପ୍ରଶାନ୍ତ ପାତ୍ରଙ୍କ ସହ ପ୍ରଜ୍ଞାଙ୍କ ବିବାହ ହୋଇଥିଲା । କ୍ୟାନ୍ସର ହୋଇଥିବା ସନ୍ଦେହରେ ପ୍ରଜ୍ଞାଙ୍କୁ ଶାଶୂଘର ଲୋକ ବାହାର କରିଦେଇଥିଲେ । ଏନେଇ ମାନସିକ ଚିନ୍ତାରେ ଥିଲେ ବୋଲି ଅଭିଯୋଗ କରିଛନ୍ତି ମହିଳାଙ୍କ ପରିବାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.