୫ଟି ରାଜ୍ୟରେ ଗୋରୁଙ୍କୁ ବ୍ୟାପିଲାଣି ଭୟଙ୍କର ଲମ୍ପି ଭାଇରସ୍‌, ସଂକ୍ରମିତ ଗାଈଙ୍କ କ୍ଷୀର ନ ପିଇବାକୁ କେନ୍ଦ୍ର ସରକାରଙ୍କ ପରାମର୍ଶ

ଏବେ ଲମ୍ପି ରୋଗରେ ପୀଡ଼ିତ ହୋଇଛନ୍ତି ଦେଶର ହଜାର ହଜାର ଗାଈ। ଇତି ମଧ୍ୟରେ ୫ଟି ରାଜ୍ୟରେ ଏହି ମାରାତ୍ମକ ରୋଗ ବ୍ୟାପିଛି। ତେବେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ରାଜସ୍ଥାନ। ରାଜ୍ୟର ୧୧ ଜିଲ୍ଲା ଗମ୍ଭୀର ରୂପରେ ପ୍ରଭାବିତ ହୋଇଛି। ଏଠାରେ ଗାଈଙ୍କ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି।

ଗାଈଙ୍କର ଏହି ରୋଗ ସମ୍ପର୍କରେ କେନ୍ଦ୍ର ପଶୁପାଳନ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା କହିଛନ୍ତି, ଦେଶରେ ରାଜସ୍ଥାନର ଗାଈମାନେ ସବୁଠୁ ଅଧିକ ଲମ୍ପି ରୋଗରେ ପ୍ରଭାବିତ ହୋଇଛନ୍ତି। ସେ ଲମ୍ପି ରୋଗରେ ସଂକ୍ରମିତ ଗାଈଙ୍କର କ୍ଷୀର ନ ପିଇବାକୁ ମଧ୍ୟ ଚେତାବନୀ ଦେଇଛନ୍ତି। ତାଙ୍କ କହିବାନୁସାରେ, ଏଭଳି ଗାଈଙ୍କୁ ଅନ୍ୟ ଗାଈଙ୍କ ଠାରୁ ଦୂରରେ ରଖିବା ଆବଶ୍ୟକ। ଶନିବାର ଦିନ ମନ୍ତ୍ରୀ ସଂକ୍ରମିତ ଗାଈଙ୍କ ବିଷୟରେ ପଚାରି ବୁଝିଥିବା ଜଣାଯାଇଛି।


କେନ୍ଦ୍ର ପଶୁପାଳନ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା କହିଛନ୍ତି, ସଂକ୍ରମିତ ଗାଈଙ୍କୁ ଅନ୍ୟ ପଶୁଙ୍କ ଠାରୁ ଦୂରରେ ରଖନ୍ତୁ ଓ ସୁସ୍ଥ ପଶୁଙ୍କ ଟିକାକରଣ କରନ୍ତୁ। ଏଥିପାଇଁ ନିର୍ଦ୍ଦିଷ୍ଟ ପୃଥକ ବାସ କେନ୍ଦ୍ର ମଧ୍ୟ ନିର୍ମାଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ସଂକ୍ରମଣ ରୋକିବାରେ ସାହାଯ୍ୟ ମିଳିବ ଓ ଚିକିତ୍ସା ଏବଂ ଯତ୍ନ ନେବାରେ ସହଜ ହେବ। ସେ କହିଛନ୍ତି, ଏହି ରୋଗରୁ ମୁକ୍ତି ପାଇଁ ‘ଗୋଟ୍‌ ପକ୍ସ ଟିକା’ ସବୁଠୁ ଅଧିକ ପ୍ରଭାବଶାଳୀ। ଅଧିକ ସଂକ୍ରମିତ ଜୀବଙ୍କ ଠାରେ ୩ ଏମ୍‌ଏଲ୍‌ ଡୋଜ୍‌ ଓ କମ୍‌ ପ୍ରଭାବିତ ସ୍ଥାନରେ ପଶୁଙ୍କୁ ୧ ଏମ୍‌ଏଲ୍‌ ଡୋଜ୍‌ ପାଇଁ ପରାମର୍ଶ ଦିଆଯାଇଛି।

Also Read: ଏ ସପ୍ତାହର ଭାଗ୍ୟଫଳ !

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.