Below header

ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା, ଆସନ୍ତା ୨୧ରେ ପରବର୍ତ୍ତୀ ଶୁଣାଣି

କଟକ: ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଆଜି ହାଇକୋର୍ଟରେ ଶୁଣାଣି ହୋଇଛି । କ୍ରାଇମବ୍ରାଞ୍ଚ ଜଉମୁଦ ଲଫପାରେ ଦାଖଲ କରିଥିବା ରିପୋର୍ଟ କୋର୍ଟରେ ଖୋଲାଯାଇଛି । କ୍ରାଇମବ୍ରାଞ୍ଚ ଦ୍ୱାରା ବସ୍ତିରୁ ରେକର୍ଡ କରାଯାଇଥିବା ଦୁଇ ସାକ୍ଷୀଙ୍କ ବୟାନ ରେକର୍ଡକୁ କୋର୍ଟରେ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ପୋଷ୍ଟମର୍ଟମ ରିପୋର୍ଟର ଦୃଶ୍ୟମାନ ସାର୍ଟିଫାଏଡ଼ କପି ଦାଖଲ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଆସନ୍ତା ୨୧ ତାରିଖରେ ହେବ ମାମଲାର ଶୁଣାଣି । ଆଦିତ୍ୟଙ୍କ ଅନ୍ୟତମ ଗାର୍ଲଫ୍ରେଣ୍ଡଙ୍କର ବୟାନ ରେକର୍ଡ ହୋଇଛି କି ନାହିଁ ଯଦି ରେକର୍ଡ ହୋଇଛି ତାହା ଅଦାଲତରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ସିଆରପିସିର ୧୭୪ ଧାରା ଅନୁସାରେ ତଦନ୍ତ ଚାଲିଛି କି ନାହିଁ ଏବଂ ପୋଷ୍ଟମଟମ ରିପୋର୍ଟ ଅନୁସାରେ ଏହା ହୋମିସାଇଡ କି ସୁଇସାଇଡ ତାହା ସ୍ପଷ୍ଟ କରିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଜାନୁଆରୀ ୨୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.