IDBIରେ ୧୩୪ ପଦ ପାଇଁ କରନ୍ତୁ ଆବେଦନ, ସୁଯୋଗକୁ ଆଦୌ ବି କରନ୍ତୁନି ହାତଛଡା

ବ୍ୟାଙ୍କରେ ଚାକିରି ପାଇବା ପାଇଁ ଇଚ୍ଛୁକ ଯୁବାଙ୍କ ପାଇଁ ବଢ଼ିଆ ସୁଯୋଗ। ଆଦୌ ବି ହାତଛଡା କରନ୍ତୁନାହିଁ, ଆଜି ଶେଷ ସୁଯୋଗ। ଆଇଡିବିଆଇ ବ୍ୟାଙ୍କରେ ୧୩୪ଟି ପଦ ପାଇଁ ଆବେଦନ କରାଯାଉଛି। ଯଦି ଆପଣ ଏବେପର୍ଯ୍ୟନ୍ତ ଆବେଦନ କରିନାହାଁନ୍ତି ତାହେଲେ ଜଲଦି କରନ୍ତୁ। ନଚେତ୍‌ ଏହି ସୁଯୋଗକୁ ଆପଣ ହାତଛଡା କରିଦେବେ। ଭାରତୀୟ ଔଦୋଗିକ ବିକାଶ ବ୍ୟାଙ୍କରେ SO ପଦ ବା ବିଶେଷଜ୍ଞ ଅଧିକାରୀ ପଦରେ ଭର୍ତ୍ତି କରାଯାଉଛି।

ବିଶେଷଜ୍ଞ ଅଧିକାରୀ ପଦ ପାଇଁ ଆଇଡିବିଆଇ ବ୍ୟାଙ୍କରେ ଭର୍ତ୍ତି ପାଇଁ ଅନଲାଇନ୍‌ ପଞ୍ଜୀକରଣର ଆଜି ଅର୍ଥାତ ୭ ଜାନୁଆରୀ, ୨୦୨୧ ଶେଷ ଦିନ। ଇଚ୍ଛୁକ ପ୍ରାର୍ଥୀ ବା ଆଶାୟୀ ପ୍ରାର୍ଥୀ ଏହି ପଦ ପାଇଁ idbibank.in ୱେବସାଇଟରେ ଅନଲାଇନ୍‌ ଆବେଦନ କରିପାରିବେ। ଆଇଡିବିଆଇରେ ୧୩୪ଟି ପଦ ପାଇଁ ଆବେଦନ କରାଯାଉଛି।

idbi bankଶିକ୍ଷାଗତ ଯୋଗ୍ୟତା

  • ଡିଜିଏମ୍‌ (ଗ୍ରେଡ ଡି) : ଆଶାୟୀ ପ୍ରାର୍ଥୀଙ୍କୁ ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟରେ ନ୍ୟୁନତମ ୫୫% ଅଙ୍କରେ ସ୍ନାତକ ହାସଲ କରିଥିବା ଉଚିତ।
  • ଏଜିଏମ୍‌ (ଗ୍ରେଡ ସି) : ଆବେଦନକାରୀଙ୍କୁ ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟରେ ଏମସିଏ କିମ୍ବା ସ୍ନାତକତ୍ତୋର(ପିଜି) ସହିତ ଇଲେକଟ୍ରୋନିକ୍ସ ଏବଂ ସଞ୍ଚାରରେ ସ୍ନାତକ (ବିଇ/ବିଟେକ) କରିଥିବା ଆବଶ୍ୟକ।
  • ପ୍ରବନ୍ଧକ (ଗ୍ରେଡ ବି) : ପ୍ରାର୍ଥୀଙ୍କୁ ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଏମସିଏ କିମ୍ବା ପୋଷ୍ଟ ଗ୍ରାଜୁଏସନ ସହିତ ଇଲେକଟ୍ରୋନିକ୍ସ ଏବଂ ସଞ୍ଚାରରେ ସ୍ନାତକ କିମ୍ବା ହେବା ଉଚିତ।
  • ସହାୟକ ପ୍ରବନ୍ଧକ (ଏଏମ) (ଗ୍ରେଡ ଏ) : ଆଶାୟୀ ପ୍ରାର୍ଥୀଙ୍କୁ ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟରେ ସ୍ନାତକ ହେବା ଉଚିତ। ଏଫଆରଏମ କିମ୍ବା ସାଇବର ଅପରାଧରେ ସମ୍ବନ୍ଧିତ ଯୋଗ୍ୟତା ରଖୁଥିବା ବ୍ୟକ୍ତିଙ୍କୁ ପ୍ରାଥମିକତା ଦିଆଯିବ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.