Below header

ଟିକାକରଣ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଚାଲିଛି ଆଲୋଚନା

ନୂଆଦିଲ୍ଲୀ: ଟିକାକରଣ ପାଇଁ ସଜବାଜ ଜୋରଦାର । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି । ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ବୈଠକ କରୁଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଦ୍ଧବର୍ଦ୍ଧନ । ଭିଡିଓ କନଫରେନ୍ସିଂରେ ଆଲୋଚନା କରୁଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ।

ବୈଠକରେ ଟିକାର ଷ୍ଟୋରେଜ୍‌ ଓ ବିତରଣ ନେଇ ଆଲୋଚନା କରାଯାଉଛି । ଟିକାକରଣ ପୂର୍ବରୁ ଆସନ୍ତାକାଲି ଦେଶର ସବୁ ଜିଲ୍ଲାରେ ଡ୍ରାଏ ରନ୍‌ କରାଯିବ । ଜରୁରୀ ଅନୁମତି ମିଳିବାର ୧୦ ଦିନ ଭିତରେ ଟିକାକରଣ କାମ ଆରମ୍ଭ କରିବାକୁ ସ୍ୱାସ୍ଥ୍ୟ ବିଭାଗ ସଜାଗ ଥିବା କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଥିଲେ । ଆଜିର ବୈଠକ ପରେ ଟିକାକରଣ ରୋଡମ୍ୟାପ୍‌ ଉପରେ ମୋହର ବାଜିପାରେ । ପ୍ରଥମ ପର୍ଯ୍ୟାୟରେ ଦେଶରେ ୩୦ ଲକ୍ଷ ଲୋକଙ୍କୁ ଟିକା ଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.