ରାସ୍ତାରେ ଯାଉ ଯାଉ ରିକ୍ସାବାଲା ଦମ୍ପତିଙ୍କ ସହିତ ଏପରି କଲେ ବାଇକ ଚାଳକ, ଦେଖନ୍ତୁ ଭିଡିଓ

ରିକ୍ସା ଚଲାଉଥିବା ବ୍ୟକ୍ତି କେତେ ଯେ ପରିଶ୍ରମ କରନ୍ତି ତାହା ସମସ୍ତେ ଜାଣନ୍ତି। ତାଙ୍କୁ ସାରା ଦିନ କେତେ ଥର ନିଜ ରିକ୍ସାକୁ ଟାଣି ନିଜ ଘର ପାଇଁ ଦାନା ଯୋଗାଡ କରିବାକୁ ପଡେ, ଏହା କେବଳ ସେ ନିଜେ ହିଁ ଜାଣନ୍ତି। ପୂର୍ବ କ୍ରିକେଟର ବିରେନ୍ଦ୍ର ସେହଓ୍ଵାଗ୍‌ ନିଜ ଟ୍ଵିଟର ଆକାଉଣ୍ଟରେ ଏକ ଏପରି ଭିଡିଓ ସେୟାର କରିଛନ୍ତି, ଯାହା ଆପଣଙ୍କ ହୃଦୟକୁ ଏକଦମ୍‌ ଛୁଇଁନେବ।

ଏହି ଭିଡିଓରେ ଜଣେ ବାଇକ୍‌ ଚାଳକ ଏମିତି କାମ କରିଛନ୍ତି ଯେ ଯାହାକୁ ଦେଖିବା ମାତ୍ରକେ ଆପଣ ତାଙ୍କୁ ପ୍ରଶଂସା ନକରି ରହିପାରିବେନାହିଁ। ବାଇକ୍‌ ଚାଳକ ଜଣଙ୍କ ଜଣେ ରିକ୍ସାବାଲାଙ୍କୁ ସାହାଯ୍ୟ କରିଛନ୍ତି। ଆଉ ଏହି ସାହାଯ୍ୟ ସମସ୍ତଙ୍କୁ ନିଶ୍ଚିତ ଭାବରେ କିଛି ଶିକ୍ଷା ଦେବ।

ଏହି ଭିଡିଓକୁ ସେୟାର କରି ସେହଓ୍ଵାଗ୍‌ କ୍ୟାପସନରେ ଲେଖିଛନ୍ତି, ‘ଇନସାନିୟତ୍‌ ଜିନ୍ଦାବାଦ୍‌…’ । ଆପଣ ଦେଖିପାରୁଥିବେ ଯେ କିପରି ଜଣେ ବାଇକ ଚାଳକ ଦମ୍ପତିଙ୍କୁ ସାହାଯ୍ୟ କରୁଛନ୍ତି। ଜିନିଷ ପତ୍ରରେ ଭର୍ତ୍ତି ଏକ ରିକ୍ସାକୁ ସ୍ୱାମୀ ଟାଣୁଛନ୍ତି ଏବଂ ସ୍ତ୍ରୀ ରିକ୍ସାକୁ ପଛରୁ ଠେଲୁଛନ୍ତି। ଏହା ଦେଖି ଜଣେ ବାଇକ ଚାଳକ ମହିଳାଙ୍କୁ ରିକ୍ସାରେ ବସିବା ପାଇଁ ଅନୁରୋଧ କଲେ ଏବଂ ତାଙ୍କୁ ମେନ ରୋଡ ଯାଏଁ ପହଁଚାଇବାକୁ ସେ ରିକ୍ସାକୁ ପଛପଟୁ ଧକ୍କା ଦେଲେ।

ତେବେ ଏହି ଭିଡିଓକୁ ବହୁତ ମାତ୍ରାରେ ଲୋକମାନେ ପସନ୍ଦ କରୁଛନ୍ତି। ଏହି ଭିଡିଓ ଦିଲ୍ଲୀ ଏନସିଆର ଅଞ୍ଚଳର ବୋଲି କୁହାଯାଉଛି। ତେବେ ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.