Below header

ପୋଲାଭରମ ପ୍ରକଳ୍ପ ମାମଲାରେ ୪ ଜଣିଆ ବିଶେଷଜ୍ଞ କମିଟିର ସୁପାରିସକୁ ଗ୍ରହଣ କଲେ NGT

କେନ୍ୟୁଜ୍(ବ୍ୟୁରୋ):  ଆନ୍ଧ୍ରପ୍ରଦେଶର ଗୋଦାବରୀ ନଦୀ ଉପରେ ବିବାଦୀୟ ପୋଲାଭରମ ପ୍ରକଳ୍ପ ମାମଲାରେ ୪ ଜଣିଆ ବିଶେଷଜ୍ଞ କମିଟିର ସୁପାରିସକୁ ଗ୍ରହଣ କଲେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ-ଏନଜିଟି । ୪ ଜଣିଆ ମିଳିତ କମିଟି ସେପ୍ଟେମ୍ବର ୮ ତାରିଖରେ ରିପୋର୍ଟ ଦେଇଥିଲେ । ରିପୋର୍ଟରେ ୯ଟି ସୁପାରିସ କରାଯାଇଥିଲା । ସେଭିତରୁ ୮ଟି ସୁପାରିସକୁ ଗ୍ରହଣ କରିଛନ୍ତି ଏନଜିଟି । ମାମଲାକୁ ସୁପ୍ରିମକୋର୍ଟଙ୍କୁ ସ୍ଥାନାନ୍ତର ପାଇଁ ଦେଇଥିବା ସୁପାରିସକୁ ଗ୍ରହଣ କରିନାହାନ୍ତି । ଯେଉଁ ୮ଟି ସୁପାରିସକୁ ଏନଟିଜି ଗ୍ରହଣ କରିଛନ୍ତି ସେଗୁଡ଼ିକ ହେଲା –

  • ଆନ୍ତଃରାଜ୍ୟ ରାଜିନାମା ଅନୁସାରେ ପୋଲାଭରମ ପ୍ରକଳ୍ପ ଅଥରିଟି କାର୍ଯ୍ୟ କରିବେ ।
  • ଗୋଦାବରୀ ଜଳ ବିବାଦ ଟ୍ରିବ୍ୟୁନାଲ ଦେଇଥିବା ୧୯୮୦ର ରାୟକୁ ମାନିବେ ।
  • ଜଳମଗ୍ନ ହେବାକୁ ଥିବା ଅଞ୍ଚଳର ଅନୁଧ୍ୟାନ କରାଯିବ ।
  • ବ୍ୟାକ ୱାଟର ବାବଦରେ ମଧ୍ୟ ଅନୁଧ୍ୟାନ ହେବ ।
  • ପ୍ରକଳ୍ପ ଯୋଗୁ କୌଣସି କୁପ୍ରଭାବ ପଡିଲେ ଏହାର ସଂପୂର୍ଣ୍ଣ ଦାୟିତ୍ୱ ଆନ୍ଧ୍ରପ୍ରଦେଶ ଜଳସଂପଦ ବିଭାଗ ପାଖରେ ରହିବ ।
  • ପ୍ରକଳ୍ପର ପ୍ରଭାବ ନେଇ ତେଲେଙ୍ଗାନା, ଛତିଶଗଡ଼ ଓ ଓଡ଼ିଶା ସହ ଆଲୋଚନା କରିବ ଆନ୍ଧ୍ର ।
  • ଓଡ଼ିଶାର ୬ହଜାର ୩ଶହ ୧୬ ଜଣ ଓ ଛତିଶଗଡ଼ର ୧୧ହଜାର ୭୬୬ ଲୋକଙ୍କୁ ଥଇଥାନ କରାଯିବ ।
  • ଦୁଇମାସ ଭିତରେ ପୋଲାଭରମ ପ୍ରକଳ୍ପ ଅଥରିଟି, CWC, ଆନ୍ଧ୍ର, ତେଲେଙ୍ଗାନା, ଓଡ଼ିଶା ଓ ଛତିଶଗଡ଼ ସହ ବୈଠକ ହେବ ।

ପୂର୍ବରୁ ମହାନଦୀ ଜଳବିବାଦ ନେଇ ତତ୍କାଳୀନ କେନ୍ଦ୍ର ଜଳ ସଂପଦ ମନ୍ତ୍ରୀଙ୍କ ଉପସ୍ଥିତିରେ ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ବୈଠକରେ ଆଲୋଚନା ହୋଇଥିଲା । ହେଲେ ଏଥିରୁ କିଛି ନିର୍ଯାସ ବାହାରିପାରିନାହିଁ କି ବିବାଦର ଏଯାଏ ସମାଧାନ ହୋଇପାରିନି । ସେହିପରି କାବେରୀ ନଦୀ ଜଳ ବଣ୍ଚନକୁ ନେଇ କର୍ଣ୍ଣାଟକ ଓ ତାମିଲନାଡୁ ମଧ୍ୟରେ ଆଲୋଚନାରୁ ନିଷ୍କର୍ସ ବାହାରିପାରିନାହିଁ । ଏପରିସ୍ଥିତିରେ ପୋଲାଭରମ ପ୍ରକଳ୍ପ ବାବଦରେ ମିଳିତ ବୈଠକ କେତେଦୂର ଫଳପ୍ରଦ ହେବ ତା ଉପରେ ନଜର ରହିବ ।…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.