ବେଙ୍ଗାଲୁର : କରୋନା କାଳରେ ବଞ୍ଚିବା ପାଇଁ ଯୈାନ କର୍ମୀଙ୍କ ନୂଆ କୈାଶଳ, ମୋବାଇଲ୍‌ ଆପ୍‌ ଓ ଇଣ୍ଟରନେଟ୍‌

ବେଙ୍ଗାଲୁର: ବଞ୍ଚିବାର ସବୁ ରାସ୍ତା ବନ୍ଦ ହୋଇଗଲେ ବ୍ୟକ୍ତି ବାଧ୍ୟହୁଏ ନିଜ ଇଚ୍ଛା ଓ ଆକାଂକ୍ଷାର ଗଳା ଚିପିବାକୁ । ବାଛି ନିଏ ଏପରି ରାସ୍ତା ଯେଉଁଠିକୁ ଥରେ ଗଲେ ଆଉ ଫେରି ହୁଏନି । ତଥାପି ସେ ବିବଶ ହୋଇଥାଏ ଆପଣେଇ ନେବାକୁ ଏହି କଳଙ୍କିତ ରାସ୍ତାକୁ । ଆସନ୍ତୁ ଜାଣିବା ଜୀବନ ଜୀବିକାର ଦୋ’ଛକିରେ ଠିଆ ହୋଇଥିବା ଅସହାୟା ଯୈାନକର୍ମୀଙ୍କ କରୋନା କାଳର କାହାଣୀ ।

କରୋନା ଅଧିକାଂଶ ବର୍ଗର ଲୋକଙ୍କ ବଞ୍ଚିବାର ମାର୍ଗ ବନ୍ଦ କରିଦେଇଛି । ବିଶେଷକରି କରୋନା ଯୈାନ କର୍ମୀଙ୍କ ଆହାର ଉପରେ ପାହାର ଦେଇଛି । ଯେଉଁମାନେ ଦୈନିକ ରୋଜଗାରରେ ପରିବାର ଚଳାଉଥିଲେ ସେମାନଙ୍କ ପାଇଁ ବଞ୍ଚିବା କଷ୍ଟକର ହୋଇପଡ଼ିଛି । ଏ ହେଉଛନ୍ତି ମଲିକା(୩୧) ଯୈାନ କର୍ମୀ ନାମ ରାଣୀ ।

ସେ ଗତ ୬ ବର୍ଷ ଧରି ଦୈନିକ ମାଜେଷ୍ଟିକ ବସ୍‌ ଟର୍ମିନାଲ ନିକଟରେ ଛିଡା ହୋଇ ଆସୁଛନ୍ତି । ନିଜର ଦୁଇ ଛୁଆଙ୍କ ମୁହଁରେ ଆହାର ଦେବା ପାଇଁ ସେ ଏହି ବ୍ୟବସାୟରେ ନିଜକୁ ସମର୍ପି ଦେଇଛନ୍ତି । ହେଲେ ଲକ୍‌ଡାଉନ୍‌ ଯୋଗୁ ତାଙ୍କର ବେପାର ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ।

SEX-0000

କେବଳ ରାଣୀ ଏକା ନୁହଁନ୍ତି । ଏମିତି ଅନେକ ଯୈାନ କର୍ମୀ କରୋନା କାଳରେ ରୋଜଗାରରୁ ବଞ୍ଚିତ ହୋଇଛନ୍ତି । କାରଣ କରୋନା ଗାଇଡ ଲାଇନ୍‌ ସାମାଜିକ ଦୂରତା ବଜାୟ ରଖିବା ନିୟମ ଅନୁଯାୟୀ ଶାରୀରିକ ସମ୍ପର୍କକୁ ବାରଣ କରାଯାଇଛି ।

ତେବେ କରୋନା କାଳରେ ଇଂରାଜୀ କହିପାରୁଥିବା ଅତ୍ୟାଧୁନିକ ଯୈାନକର୍ମୀ ସେମାନଙ୍କର କାମ କରିବାର କୈାଶଳ ବଦଳାଇ ଦେଇ ଭଲ ଦି ପଇସା ରୋଜଗାର କରୁଥିବା ବେଳେ ରାସ୍ତା କଡ଼ର ଯୈାନ କର୍ମୀମାନେ ଉପବାସରେ ସମୟ କାଟୁଛନ୍ତି ।

SEX-0

ଏବେ କିଛି ଏନ୍‌ଜିଓଙ୍କ ଠାରୁ ମୋବାଇଲ୍‌ ଟେକ୍‌ନୋଲୋଜି ଜ୍ଞାନ ଆହରଣ କରିବା ପରେ ରାସ୍ତା କଡର ଯୈାନକର୍ମୀଙ୍କ ରୋଜଗାରକ୍ଷମ ହୋଇପାରିଛନ୍ତି । ସେମାନେ କରୋନା କାଳରେ ଆଉ ରାସ୍ତା କଡରେ ଠିଆ ନହୋଇ ମୋବାଇଲ୍‌ ଆପ୍‌ର ସହାୟତାରେ ନିଜର ରୋଜଗାର କରିପାରୁଛନ୍ତି ।

SEX-11

ଏବେ ଅଧିକାଂଶ ଯୈାନକର୍ମୀ ଭିଡିଓ-ଟେଲିଫୋନି ଆପ୍‌ ଜୁମ୍‌ ଓ ଅନ୍‌ଲାଇନ୍‌ରେ କାମ କରି ସେମାନଙ୍କର ରୋଜଗାର କରୁଛନ୍ତି । ଅନ୍‌ଲାଇନ୍‌ରେ ଥିବା ସମୟରେ ସେମାନେ ନିଜର ମୁହଁ ଘୋଡାଇବା ସହ ରେକଡିଂକୁ ମଧ୍ୟ ବାରଣ କରୁଛନ୍ତି ।

ସରୋଜା ନାମରେ ଆଉ ଜଣେ ଯୈାନକର୍ମୀ କୁହନ୍ତି ଯେ ମୁଁ ରାସ୍ତା କଡ଼ରେ ଗରାଖଙ୍କ ଅପେକ୍ଷାରେ ଠିଆ ହେଉଥିଲି । କରୋନା ପାଇଁ ସବୁ ବନ୍ଦ ହୋଇଯିବା ପରେ ଏବେ ମୁଁ ହ୍ଵାଟ୍ସ ଅପ୍‌ ଚାଟିଂ ଜରିଆରେ ଭଲ ଦି ପଇସା ରୋଜଗାର କରି ପାରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.