Below header

ଲୀଳାଖେଳା ସାରି ରତ୍ନ ସିଂହାସନକୁ ଫେରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି, ଆଜିଠୁ ବାହାରିବ ନୀଳାଚଳ ଅବଢା

ଗତକାଲି ପହଣ୍ଡି ଶେଷ ପରେ ବିଳମ୍ବିତ ରାତିରେ ରୁନ୍ଧା କାର୍ଯ୍ୟ ଶେଷ କରାଯାଇଥିଲା । ଭୋରରୁ କୋଠସୁଆସିଆଁ ଚାରମାଳ ଖୋଲିଥିଲେ । ସକାଳେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ, ଅବକାଶ ଓ ଅନ୍ୟାନ୍ୟ ନୀତି ପରେ ଗୋପାଳବଲ୍ଳଭ ଭୋଗ ବଢି ବାହାରିବ ନୀଳାଚଳ ଅବଢା ।

ପୁରୀ(କେନ୍ୟୁଜ୍): ସରିଲା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଲୀଳାଖେଳା ସାରି ଶ୍ରୀମନ୍ଦିରକୁ ଫେରିଲେ ମହାବାହୁ । ଆଜିଠୁ ବାହାରିବ ନୀଳାଚଳ ଅବଢା । ଭକ୍ତ ନୀଳାଚଳ ଅବଢା ପାଇ କୃତାର୍ଥ ଅର୍ଜନ କରିବେ । ଦୈନନ୍ଦିନ ଭଳି ଠାକୁରଙ୍କ ନୀତି ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି । ଏପଟେ ଘୋଷଯାତ୍ରା ସରିଥିବାରୁ ରଥ ଫିଟାଇବା କାମ ଆରମ୍ଭ ହୋଇଛି ।

ଗତକାଲି ପହଣ୍ଡି ଶେଷ ପରେ ବିଳମ୍ବିତ ରାତିରେ ରୁନ୍ଧା କାର୍ଯ୍ୟ ଶେଷ କରାଯାଇଥିଲା । ଭୋରରୁ କୋଠସୁଆସିଆଁ ଚାରମାଳ ଖୋଲିଥିଲେ । ସକାଳେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ, ଅବକାଶ ଓ ଅନ୍ୟାନ୍ୟ ନୀତି ପରେ ଗୋପାଳବଲ୍ଳଭ ଭୋଗ ବଢି ବାହାରିବ ନୀଳାଚଳ ଅବଢା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.