Below header

ବାହାନଗା ରେଳ ଦୁର୍ଘଟଣାକୁ ପୁରିଲା ମାସେ, ଏବେବି ଲୋକଙ୍କ ମନରୁ ଲିଭିନି ସେହି କାଳରାତ୍ରୀ

ସ୍ୱାଭାବିକ ହୋଇଛି ଜୀବନଯାତ୍ରା। ହେଲେ ଏବେବି ଲୋକଙ୍କ ମନରୁ ଲିଭିନି ସେହି କାଳରାତ୍ରୀ । ଜୁନ ୨ ତାରିଖ ସଂଧ୍ୟା ପ୍ରାୟ ୭ଟାରେ ବାହାନଗା ବଜାର ଷ୍ଟେସନ ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା କରମଣ୍ଡଳ ଏକ୍ସପ୍ରେସ। ଲୁପ୍‌ ଡାଉନ ଲାଇନରେ ଥିବା ମାଲଗାଡ଼ିକୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଥିଲା କରମଣ୍ଡଳ।

ବାଲେଶ୍ବର(କେନ୍ୟୁଜ୍):ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାକୁ ପୁରିଲା ମାସେ। ୟା ଭିତରେ ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇଛି। ସ୍ୱାଭାବିକ ହୋଇଛି ରେଳ ଚଳାଚଳ। କେମିତି ହେଲା ଦୁର୍ଘଟଣା, ସେନେଇ ଦାୟିତ୍ୱ ନେଇଛି ସିବିଆଇ। ଦୁର୍ଘଟଣାର ଏକମାସ ପରେ ବଦଳିଛନ୍ତି ଦକ୍ଷିଣ ପୂର୍ବ ରେଳବାଇର ଜେନେରାଲ ମ୍ୟାନେଜର ଅର୍ଚ୍ଚନା ଯୋଶୀ। ତାଙ୍କ ସ୍ଥାନରେ ଜେନେରାଲ ମ୍ୟାନେଜର ଭାବେ ଅନିଲ କୁମାର ମିଶ୍ରଙ୍କୁ ନିଯୁକ୍ତ କରିଛି କ୍ୟାବିନେଟ ଆପଏଣ୍ଟସ୍‌ କମିଟି।

ସ୍ୱାଭାବିକ ହୋଇଛି ଜୀବନଯାତ୍ରା। ହେଲେ ଏବେବି ଲୋକଙ୍କ ମନରୁ ଲିଭିନି ସେହି କାଳରାତ୍ରୀ । ଜୁନ ୨ ତାରିଖ ସଂଧ୍ୟା ପ୍ରାୟ ୭ଟାରେ ବାହାନଗା ବଜାର ଷ୍ଟେସନ ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା କରମଣ୍ଡଳ ଏକ୍ସପ୍ରେସ। ଲୁପ୍‌ ଡାଉନ ଲାଇନରେ ଥିବା ମାଲଗାଡ଼ିକୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଥିଲା କରମଣ୍ଡଳ। ତିନିଟି ଟ୍ରେନ ଦୁର୍ଘଟଣା ଘଟି ପ୍ରାଣ ହରାଇଥିଲେ ୨୯୩ଜଣ। ପରେ କଟକ ବଡ଼ ଡାକ୍ତରଖାନାରେ ଆଉ ୫ଜଣ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ ଆହତ ହୋଇଥିଲେ ହଜାରେରୁ ଅଧିକ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.