ପାଇଖାନାରେ ବିତୁଛି ଜୀବନ, ମୁଣ୍ଡ ଗୁଞ୍ଜିବାକୁ ନାହିଁ ଘର 

ଚୌଦ୍ୱାର: ପାଇଖାନାରେ ବିତୁଛି ଜୀବନ । କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ସମିତି ଅର୍ନ୍ତଗତ କହ୍ନେଇପୁର ପଞ୍ଚାୟତର ଆଞ୍ଜୁଆ ଗାଁର ବିରବର ସାମଲ । ପୂର୍ବରୁ ମୁଣ୍ଡ ଗୁଞ୍ଜିବା ପାଇଁ ଛୋଟ ମୋଟ ଝୁମ୍ପୁଡି ଘର ଖଣ୍ଡିଏ ଥିଲା । ହେଲେ ଗତ ବାତ୍ୟାରେ ତାହା ଭାଙ୍ଗିଯିବା ପରେ ଏବେ ଏକ ପାଇଖାନା ଘରେ ଜୀବନ ଜିଇବାକୁ ପଡୁଛି । ପାଇଖାନା ଭିତରେ ବାଲି ଭର୍ତ୍ତି କରି ସେଠାରେ ରୋଷେଇ କରିବା ସହିତ ଶୁଆବସା କରୁଛନ୍ତି ବିରବରଙ୍କ ପୂରା ପରିବାର । ଜଙ୍ଗଲର କାଠ କାଟି ବଜାରରରେ ବିକ୍ରି କରି ପରିବାର ଚଳାଉଥିଲେ ବିରବର । ହେଲେ ଏବେ ଆଖିକୁ ଆଉ ଭଲ ଦେଖାଯାଉ ନଥିବାରୁ ବାଧ୍ୟ ହୋଇ ଘରେ ପଡି ରହିଛନ୍ତି । କୁଲି ମଜୁରୀ କରି ପୁଅ ଯାହା ରୋଜଗାର କରେ, ସେଥିରେ ପୁରା ପରିବାରର ପେଟ ପୁରେନି । ସରକାରଙ୍କ ତରଫରୁ ବିରବରଙ୍କୁ ୫କିଲୋ ଚାଉଳ ମିଳେ । ସେଥିରେ ମାସକ ଯାକ ଚଳିବା କଷ୍ଟକର । ତେବେ ଘଟଣା ସମ୍ପର୍କରେ ଆମେ ସ୍ଥାନୀୟ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । କ୍ୟାମେରା ସମ୍ନାରେ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ ମଧ୍ୟ ଖୁବଶୀଘ୍ର ବୃଦ୍ଧଙ୍କୁ ଥଇଥାନ କରାଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.