ସାବଧାନ ! ୨ ହଜାର ଟଙ୍କିଆ ନୂଆ ନୋଟ୍‌ର ଚାଲିଛି ଜାଲ୍‌ କାରବାର

ନୂଆଦିଲ୍ଲୀ : ପୁରୁଣା ନୋଟ୍‌ ବଦଳରେ ନୂଆ ନୋଟ୍‌ ନିଅନ୍ତୁ । ପୁଣି ତା ଉପରେ ୨୦ ପ୍ରତିଶତ କମିଶନ୍‌ । ଏଭଳି ପ୍ରଚାର କରି ୨ ହଜାର ଟଙ୍କିଆ ନୋଟ୍‌ ବଦଳାଉଛନ୍ତି କିଛି ଲୋକ । ତେବେ ଏହା ପଛରେ ସେମାନଙ୍କର ଅସଲ ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ଭୁଆଁ ବୁଲାଇ ଜାଲ୍‌ ନୋଟ୍‌ ଦେବା । ଏଭଳି ଏକ ର‍୍ୟାକେଟ୍‌କୁ ଧରିଛି ତେଲେଙ୍ଗାନା ପୋଲିସ୍‌ । ଏକ ୫ ଜଣିଆ ଦଳକୁ ପୋଲିସ୍‌ ଗିରଫ କରି ସେମାନଙ୍କ ଠାରୁ ୩୨୦ ବଣ୍ଡଲ ଜାଲ୍‌ ନୋଟ୍‌ ଜବତ କରାଯାଇଛି । ଯାହାର ମୂଲ୍ୟ ୬ କୋଟି ୪ ଲକ୍ଷ ଟଙ୍କା । ଏହି ର‍୍ୟାକେଟ୍‌ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ ଅଞ୍ଚଳରେ ତାର ଏହି କାରବାର ଚଳାଇଛି । ଏମିତିକି ଓଡ଼ିଶାରେ ମଧ୍ୟ ଏହି ଧରଣର ଏକ ର‍୍ୟାକେଟ୍‌ ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ ଘୂରି ବୁଲୁଥିବା କଥା ଚର୍ଚ୍ଚା ହେଉଥିଲା । ତେଣୁ ଲୋକଙ୍କୁ ଏ ନେଇ ସାବଧାନ ରହିବା ଜରୁରୀ । କାରଣ ଆପଣଙ୍କୁ କେହି ଭୁଲାଇ ପୁରୁଣା ୨ ହଜାର ଟଙ୍କିଆ ନୋଟ୍‌ ବଦଳରେ ନୂଆ କିନ୍ତୁ ଜାଲ୍‌ ନୋଟ୍‌ ଧରାଇ ଦେଇଯିବାର ଆଶଙ୍କା ରହିଛି ।

Leave A Reply

Your email address will not be published.