Below header

ମୂଷା ଚଲାଉଛି କାର୍‌! କାରଣ ଜାଣିଲେ ଆପଣ ବି ହେବେ ଆଚମ୍ବିତ

ମୂଷା ଶିଖୁଛି କାର୍‌ ଡ୍ରାଇଭିଂ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ଆମେରିକାର ଗବେଷକମାନେ ମୂଷାଙ୍କୁ ଖାଇବା ବଦଳରେ କାର୍‌ ଚାଳନା ଶିକ୍ଷା ଦେଉଥିବା ଜଣାଯାଇଛି। ବିଶେଷଜ୍ଞଙ୍କ କହିବାନୁସାରେ ମୂଷାମାନେ ଯେତେବେଳେ କିଛି ନୂଆ ଶିଖିଥାନ୍ତି ସେତେବେଳେ ତାଙ୍କ ମାନସିକ ଦୁଃଶ୍ଚିନ୍ତା ଦୂର ହୋଇଥାଏ। ଏହି ଅଧ୍ୟୟନ ଆମେରିକାର ରିଚମଣ୍ଡ ବିଶ୍ୱବିଦ୍ୟାଳୟ କରିଛି। ରିସର୍ଚ୍ଚରେ ଦାବି କରାଯାଇଛି ଯେ ମୂଷାମାନେ ଖୁବ୍‌ ସମ୍ବେଦନଶୀଳ ହୋଇଥାନ୍ତି। ମୂଷାଙ୍କ ଏହି ଗୁଣର ଫାଇଦା ଦେଇ ସେମାନେ ଭବିଷ୍ୟତରେ ବିନା ଔଷଧରେ ରୋଗର ଚିକିତ୍ସା କରିପାରିବେ।

କୌଣସି ନୂଆ ଚ୍ୟାଲେଞ୍ଜ କିମ୍ବା ଅନୁଭବ ପରେ ମାନସିକତାରେ ପରିବର୍ତ୍ତନ ଏକ ସାଧାରଣ କଥା। ମୂଷାମାନେ ଘରେ ଓ ଲ୍ୟାବ୍‌ରେ ରହିବା ଫଳରେ କିଭଳି ଅନୁଭବ କରୁଛନ୍ତି ତାହା ଜାଣିବାକୁ ଗବେଷକମାନେ ଏଭଳି ପରୀକ୍ଷା କରିଥିବା ଜଣାଯାଇଛି।

ଗବେଷକମାନେ ଏଥିପାଇଁ ଏକ ରୋବଟ୍‌ କାର୍‌ ପ୍ରସ୍ତୁତ କରି ଡ୍ରାଇଭର କମ୍ପାଟମେଣ୍ଟ ଜାଗାରେ ଏକ ଖାଲି ଫୁଡ କଣ୍ଟେନର ଲଗାଇଛନ୍ତି। ଏଥିରେ ଆଲୁମିନିୟମ୍‌ ପ୍ଳେଟ୍‌ ସହ କପର ତାର ମଧ୍ୟ ବ୍ୟବହାର କରାଯାଇଛି। ଏହା ସାହାଯ୍ୟରେ କାର ଡାହାଣ, ବାମ ଓ ଆଗକୁ ସିଧା ଯାଇପାରିବ। କାରର ଆଲୁମିନିୟମ୍‌ ପ୍ଲେ ଉପରେ ମୂଷାଙ୍କୁ ରଖିବା ଦ୍ୱାରା ସେ ତାରକୁ ସ୍ପର୍ଶ କରିଥାଏ। ସର୍କିଟ ସମ୍ପୂର୍ଣ୍ଣ ହେବା ପରେ କାର ଆପେ ଆପେ ଚାଲିବାକୁ ଲାଗିଥାଏ ଏବଂ ମୂଷା ଯେଉଁ ଦିଗକୁ ଚୟନ କରିବ ସେ ଆଡ଼େ ଗାଡ଼ି ଯାଏ। ଗବେଷକମାନେ ୧୬ଟି ମୂଷାକୁ କିଛି ମାସ ଧରି ଏହି ଟ୍ରେନିଂ ଦେଇଥିଲେ। ୧୫୦ ସେଣ୍ଟିମିଟର ମଧ୍ୟରେ ଏହି ପ୍ରଶିକ୍ଷଣ ଦିଆଯାଇଥିଲା।

ଏହାସହ ପଢନ୍ତୁ: ପୃଥିବୀପୃଷ୍ଠରେ ଥିବା ଏହି ବିସ୍ମୟକର ସ୍ଥାନ ବିଷୟରେ ଶୁଣିଲେ, ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ଏହି ପ୍ରଶିକ୍ଷଣ ପରେ ମୂଷାଙ୍କ ମଳକୁ ପରୀକ୍ଷା କରାଯାଥିଲା। ସେଥିରେ କର୍ଟିକଟେରନ୍‌ ଓ ଡିହାଇଡ୍ରୋପିଓନେଷ୍ଟେରୋନ୍‌ ହରମୋନ୍‌ର ସ୍ତର କମ୍‌ ଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଟ୍ରେନିଂ ପାଇଁ ପ୍ରସ୍ତୁତ କରାଯିବା ପୂର୍ବରୁ ସେମାନଙ୍କ ଡିହାଇଡ୍ରୋପିଓନେଷ୍ଟେରୋନ୍‌ର ସ୍ତର ଅଧିକ ଥିବା ଜଣାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.