Below header

କାନ୍ଦୁଛି ଅତୃପ୍ତ ଆତ୍ମା, ଅବିବାହିତ ଯୁବକର ପ୍ରେତାତ୍ମା ବଖାଣୁଛି ନିଜ ମୃତ୍ୟୁର କାହାଣୀ

ଅନୁଗୁଳ: କାନ୍ଦୁଛି ଅତୃପ୍ତ ଆତ୍ମା । ଅବିବାହିତ ଯୁବକର ପ୍ରେତାତ୍ମା ବଖାଣୁଛି ନିଜ ମୃତ୍ୟୁର କାହାଣୀ । ମହିଳାଙ୍କ ଦେହରେ ଆତ୍ମା ହୋଇ ନିଜର ଆତ୍ମହତ୍ୟା ନୁହେଁ ହତ୍ୟା କରାଯାଇଥିବା କହୁଛି । ମହିଳାଙ୍କ ଶରୀରରେ ଆତ୍ମା ବା ଭୂତ ପ୍ରବେଶ କରି ମାଗୁଛି ନ୍ୟାୟ । ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ନତଡ଼ା ଗାଁରେ । କିଛି ଦିନ ତଳେ ଗାଁରେ ଜଣେ ଅବିବାହିତ ଯୁବକଙ୍କ ମୃତଦେହ କୂଅରୁ ଉଦ୍ଧାର ହୋଇଥିଲା । ଯୁବକଙ୍କ ଅତୃପ୍ତ ଆତ୍ମା ଗାଁର ୪ ମହିଳାଙ୍କ ଦେହରେ ପ୍ରବେଶ କରି ଆତ୍ମହତ୍ୟା ନୁହେଁ ହତ୍ୟା କରାଯାଇଥିବା କହୁଛି । ହଠାତ ମହିଳାମାନେ ଅସ୍ୱାଭାବିକ ଆଚରଣ କରୁଛନ୍ତି । ମହିଳା ମଦ ପିଇବା ସହ ବିଡ଼ି ବିଟାଣୁଛନ୍ତି । କାହାରିକୁ ଛାଡିବି ନାହିଁ ବୋଲି ମହିଳା ମାନେ କହୁଛନ୍ତି । ଗାଁରେ ପ୍ରତି ମଙ୍ଗଳବାର ଓ ଶନିବାର ଏଭଳି ଆତ୍ମା ଲାଗୁଥିବା ଗାଁଲୋକେ କହିଛନ୍ତି । ତେବେ ଆଧୁନିକତାର ଏତେ ବର୍ଷ ପରେ ବି ଅନୁଗୁଳରେ ବଞ୍ଚି ରହିଛି ଏହି ଅନ୍ଧ ବିଶ୍ୱାସ । କୌଣସି ପ୍ରେତାତ୍ମା ନୁହେଁ, ଏହା ମନର ଭ୍ରମ ବୋଲି କହିଛନ୍ତି ହେତୁବାଦୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.