Tiktok କମ୍ପାନୀ ByteDance ଲଞ୍ଚ୍‌ କଲା ପ୍ରଥମ ସ୍ମାର୍ଟଫୋନ୍‌, ଜାଣନ୍ତୁ ଫିଚର ଓ ଦାମ୍‌

Tiktokର କମ୍ପାନୀ ବାଇଟ୍‌ଡ୍ୟାନ୍ସ ଏବେ ନିଜର ପ୍ରଥମ ସ୍ମାର୍ଟଫୋନ୍‌ Smartisan Jianguo Pro 3 (Nut Pro 3) ଲଞ୍ଚ୍‌ କରିଛି। ଟିକ୍‌ଟକ୍‌ର ଏହି ସ୍ମାର୍ଟଫୋନ୍‌ରେ କ୍ୱାଲକମ୍‌ର ଫ୍ଲେଗସିପ୍‌ ସ୍ନାପଡ୍ରାଗନ୍‌ ୮୫୫ ପ୍ଲସ୍‌ ପ୍ରୋସେସର ଦିଆଯାଇଛି। ଏଥିସହ ଫୋନ୍‌ରେ ଟିକ୍‌ଟକ୍‌ର ଏକ ସର୍ଟକଟ୍‌ ମଧ୍ୟ ଉପଲବ୍ଧ ଅଛି।

Nut Pro 3 କୁ ଏବେ ଚୀନ୍‌ରେ ଲଞ୍ଚ୍‌ କରାଯାଇଥିବା ବେଳେ ଭାରତରେ କେବେ ଉପଲବ୍ଧ ହେବ ସେ ବିଷୟରେ ସୂଚନା ମିଳିପାରିନାହିଁ। ୮ ଜିବି ରାମ୍‌ ଏବଂ ୧୨୮ ଜିବି ଷ୍ଟୋରେଜ୍‌ ଥିବା ଫୋନ୍‌ର ଦାମ୍‌ ୨୯୦୦୦ ଟଙ୍କା ରହିଥିବା ବେଳେ ୮ ଜିବି ରାମ୍‌ ଓ ୨୫୬ ଜିବି ଷ୍ଟୋରେଜ୍‌ ଫୋନ୍‌ର ମୂଲ୍ୟ ୩୨୦୦୦ ଟଙ୍କା ରହିଛି। ସେହିପରି ୧୨ ଜିବି ରାମ୍‌ ଓ ୨୫୬ ଜିବି ଷ୍ଟୋରେଜ୍‌ ଫୋନ୍‌ର ଦାମ୍‌ ୩୬୦୦୦ ଟଙ୍କା ଥିବା ଜଣାଯାଇଛି।

ଏହାସହ ପଢନ୍ତୁ: Reliance Jio ବ୍ୟବହାର କରୁଥିଲେ ହୋଇଯାଆନ୍ତୁ ସାବଧାନ୍‌! ହୋଇପାରନ୍ତି ସାଇବର ଆଟାକ୍‌ର ଶିକାର

Nut Pro 3 ରେ Smartisan OS 7 ରହିଛି। ଏହି ସ୍ମାର୍ଟଫୋନ୍‌ରେ ୬.୩୨ ଇଞ୍ଚ୍‌ର ଫୁଲ୍‌ ଏଚ୍‌ଡି ପ୍ଲସ୍‌ ଡିସ୍‌ପ୍ଲେ ମିଳିବ। ଏଥିରେ ସ୍ନାପଡ୍ରାଗନ୍‌ ୮୫୫ ପ୍ଲସ୍‌ ପ୍ରୋସେସର ଦିଆଯାଇଛି। Nut Pro 3 ରେ କ୍ୱାର୍ଡ କ୍ୟାମେରା ସେଟ୍‌ଅପ୍‌ ଅର୍ଥାତ୍‌ ଚାରିଟି କ୍ୟାମେରା ୪୮,୧୩,୮,୫ ମେଗାପିକ୍ସେଲର ରହିଛି। ସେଲ୍‌ଫି ପାଇଁ ଫୋନ୍‌ରେ ୨୦ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି। ଫୋନ୍‌ରେ ୪୦୦୦ ଏମ୍‌ଏଏଚ୍‌ର ବ୍ୟାଟେରୀ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.