ଟୋକିଓ ପାଇଁ ଟିକେଟ୍‌ କାଟିଲା ଭାରତୀୟ ମହିଳା ହକି ଦଳ, ଅଲିମ୍ପିିକ୍ସ ପାଇଁ ଯୋଗ୍ୟତା ଅର୍ଜନ

ଭୁବନେଶ୍ୱର (କେ ନ୍ୟୁଜ୍‌) : ୨୦୨୦ ଟୋକିଓ ଅଲିମ୍ପିିକ୍ସ ପାଇଁ ଯୋଗ୍ୟତା ଅର୍ଜନ କଲା ଭାରତୀୟ ମହିଳା ହକି ଦଳ । ଏଠାକାର କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ଆଜି ଆମେରିକା ଠାରୁ ହାରି ଯାଇଥିଲେ ମଧ୍ୟ ଅଧିକ ପଏଣ୍ଟ ହାସଲ କରି ଭାରତୀୟ ମହିଳା ଦଳ ଟୋକିଓକୁ ଟିକେଟ୍‌ କାଟିଛି । ଏହାକୁ ମିଶାଇ ତୃତୀୟଥର ପାଇଁ ଅଲିମ୍ପିକ୍‌ରେ ଦଳ ଭାଗ ନେବ ।
ଆଜି ଆମେରିକା ସହ ଟକ୍କରରେ ଭାରତୀୟ ଦଳ ୪-୧ ଗୋଲ୍‌ରେ ପରାସ୍ତ ହୋଇଛି । ଗତକାଲି ଆମେରିକାକୁ ୫-୧ ଗୋଲ୍‌ରେହରାଇ ଭାରତ ବିଜୟୀ ହୋଇଥିଲା । ତେବେ ଦୁଇଟି ମ୍ୟାଚ୍‌ରୁ ଆମେରିକା ୫ ପଏଣ୍ଟ ପାଇଥିବା ବେଳେ ଭାରତ ପାଇଛି ୬ ପଏଣ୍ଟ । ଆଜିର ମ୍ୟାଚ୍‌ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଖେଳାଳିମାନଙ୍କୁ ଭେଟିଥିଲେ ।

NAVIN-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.