Below header

ଓଡ଼ିଶାରେ ହ୍ରାସ ପାଉଛି ବଜ୍ରପାତଜନିତ ମୃତ୍ୟୁ ସଂଖ୍ୟା, ଆର୍ଲି ୱାର୍ଣ୍ଣିଂ କମ୍ୟୁନିକେସନ ସିଷ୍ଟମର ବ୍ୟବହାର ଦ୍ୱାରା ଏହି ସଫଳତା ମିଳିପାରିଛି

ଭୁବନେଶ୍ବର : ଓଡ଼ିଶାରେ ହ୍ରାସ ପାଉଛି ବଜ୍ରପାତଜନିତ ମୃତ୍ୟୁ ସଂଖ୍ୟା। ୨୦୧୮-୧୯ ବର୍ଷରେ ଏହି ସଂଖ୍ୟା ୩୧ ପ୍ରତିଶତ ହ୍ରାସ ପାଇଛି। ଆର୍ଲି ୱାର୍ଣ୍ଣିଂ କମ୍ୟୁନିକେସନ ସିଷ୍ଟମର ସଫଳ ବ୍ୟବହାର ଦ୍ୱାରା ଏହି ସଫଳତା ମିଳିପାରିଛି। ୨୦୧୭-୧୮ରେ ବଜ୍ରପାତ ଓ ଘଡ଼ଘଡ଼ିଜନିତ ମୃତ୍ୟୁସଂଖ୍ୟା ୪୬୫ ଥିବା ବେଳେ ୨୦୧୮-୧୯ରେ ଏହି ସଂଖ୍ୟା ୩୨୦କୁ ଖସି ଆସିଥିବା ସ୍ୱତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀ କହିଛନ୍ତି। ସ୍ୱତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟ ଓ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସମୟୋଚିତ ପଦକ୍ଷେପ ଓ ସଚେତନତା ଦ୍ୱାରା ମୃତ୍ୟୁଜନିତ କ୍ଷୟକ୍ଷତି ସଂଖ୍ୟା ହ୍ରାସ ପାଇଥିବା କୁହାଯାଇଛି।

ବଜ୍ରପାତର ଭୟାବହତା ଜଣାଇବା ଓ ନିରାପତ୍ତା ପଦକ୍ଷେପକୁ ବ୍ୟାପକ ସଚେତନତା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଓସଡମା ଓ ଆମେରିକାର ଆର୍ଥ ନେଟୱର୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଆର୍ଥ ନେଟୱର୍କ ପକ୍ଷରୁ ରାଜ୍ୟରେ ୬ଟି ବଜ୍ରପାତ ସେନସର ସ୍ଥାପନ କରାଯାଇଛି। ବଜ୍ରପାତ ଘଟିବାର ୩୦ରୁ ୪୦ ମିନିଟ ପୂର୍ବରୁ ଏହାର ସୂଚନା ପ୍ରଦାନ କରାଯାଉଛି। କେଉଁ ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ମାରିବ ତାକୁ ମ୍ୟାପ ମାଧ୍ୟମରେ ସୂଚାଇ ଦିଆଯାଉଛି। ପ୍ରତି ଜାଗାର ସୂଚନାକୁ ମୋବାଇଲରେ ମେସେଜ ମାଧ୍ୟମରେ ମଧ୍ୟ ଲୋକଙ୍କୁ ସୂଚେଇ ଦିଆଯାଉଛି। ବଜ୍ରପାତର ସୂଚନା ସହ ମେସେଜ ପ୍ରେରଣ ମାତ୍ର ୨ରୁ ୩ମିନିଟ ମଧ୍ୟରେ ହୋଇଥାଏ ବୋଲି କହିଛନ୍ତି ଏସଆରସି ବିଷ୍ଣୁପଦ ସେଠୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.