ପଞ୍ଜାବ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ନବଜୋତ ସିଂହ ସିଦ୍ଧୁ

ପଞ୍ଜାବ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ କଂଗ୍ରେସ ବିଧାୟକ ନବଜୋତ ସିଂହ ସିଦ୍ଧୁ। ଗତ ୧୦ ତାରିଖରେ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ। ଏନେଇ ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ପାଖକୁ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ଆଜି ସିଦ୍ଧୁ ନିଜେ ଇସ୍ତଫାପତ୍ରକୁ ଟ୍ଵିଟ୍‌ କରି ଏହି ସୂଚନା ଦେଇଛନ୍ତି । ୧୦ ତାରିଖରେ ଇସ୍ତଫା ଦେଇଥିବା ବେଳେ ଆଜି ଏହାର ଖୁଲ୍ଲାସା କରିଛନ୍ତି।

ଗତ କିଛି ଦିନ ହେଲାଣି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂ ଓ ନବଜୋତ ସିଂହ ସିଦ୍ଧୁଙ୍କ ଭିତରେ ବିବାଦ ବଢ଼ିଥିଲା। ଲୋକସଭା ନିର୍ବାଚନରେ ପଞ୍ଜାବରେ କଂଗ୍ରେସ ଭଲ ପ୍ରଦର୍ଶନ କରି ପାରି ନଥିଲା। ଏଥିପାଇଁ ସିଦ୍ଧୁଙ୍କୁ ଦାୟୀ କରିଥିଲେ ଅମରିନ୍ଦର। ଏହାସହ ଲୋକସଭା ନିର୍ବାଚନ ପରେ ଜୁନ୍‌ ୬ ତାରିଖରେ ହୋଇଥିଲା କ୍ୟାବିନେଟ୍‌ ବୈଠକରେ ସିଦ୍ଧୁଙ୍କ ସମେତ ୬ ଜଣ ମନ୍ତ୍ରୀଙ୍କର ବିଭାଗ ବଦଳାଇ ଦେଇଥିଲେ ମୁଖ୍ୟମନ୍ତ୍ରୀ। ପୂର୍ବରୁ ସିଦ୍ଧୁଙ୍କୁ ସ୍ଥାନୀୟ ପ୍ରଶାସନ ଏବଂ ପର‌୍ୟ୍ୟଟନ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ପଦ ମିଳିଥିଲା। ଅଦଳ ବଦଳରେ ତାଙ୍କୁ ମିଳିଥିଲା ଅକ୍ଷୟଶକ୍ତି ବିଭାଗ ମନ୍ତ୍ରୀ ପଦ। ଯାହାକୁ ସେ ଗ୍ରହଣ କରି ନଥିଲେ। ଶେଷରେ ପଦରୁ ଇସ୍ତଫା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.