Below header

ଧର୍ମାନ୍ତରୀକରଣ କରିବା ପଡ଼ିଲା ମାହାଙ୍ଗା, ମୃତ୍ୟୁ ପରେ ଶବକୁ ମିଳିଲାନି ସମ୍ମାନ

ଏକ ଶବ ପୋତାକୁ କେନ୍ଦ୍ର କରି ନବରଙ୍ଗପୁର ଜିଲ୍ଲା ଉମରକୋଟରେ ପୁଣି ଥରେ ଦେଖାଦେଇଛି ବିବାଦ । ଜଣେ ଧର୍ମ ପରିବର୍ତ୍ତନ କରିଥିବା ବ୍ୟକ୍ତିଙ୍କ ମୃତଦେହକୁ ନିଜ ଗାଁ ମଶାଣୀରେ ସତ୍କାର କରିବାକୁ ମନା କରିବା ପରେ ସ୍ଥାନୀୟ ପ୍ରଶାସନ ଏଥିରେ ହସ୍ତକ୍ଷେପ କରିଥିଲା ।  ବିବାଦୀୟ ଶବକୁ ରାତି ଅଧିଆ ତରବରିଆ ଭାବରେ ମଶାଣି ଛାଡି ଅନ୍ୟ ଏକ ସ୍ଥାନରେ ଜେସିବି ସାହାର୍ଯ୍ୟରେ ଖୋଳି ପୋତି ଦେଇଥିଲା ।

ଉମରକୋଟ(କେନ୍ୟୁଜ୍‌): ଏକ ଶବ ପୋତାକୁ କେନ୍ଦ୍ର କରି ନବରଙ୍ଗପୁର ଜିଲ୍ଲା ଉମରକୋଟରେ ପୁଣି ଥରେ ଦେଖାଦେଇଛି ବିବାଦ । ଜଣେ ଧର୍ମ ପରିବର୍ତ୍ତନ କରିଥିବା ବ୍ୟକ୍ତିଙ୍କ ମୃତଦେହକୁ ନିଜ ଗାଁ ମଶାଣୀରେ ସତ୍କାର କରିବାକୁ ମନା କରିବା ପରେ ସ୍ଥାନୀୟ ପ୍ରଶାସନ ଏଥିରେ ହସ୍ତକ୍ଷେପ କରିଥିଲା ।  ବିବାଦୀୟ ଶବକୁ ରାତି ଅଧିଆ ତରବରିଆ ଭାବରେ ମଶାଣି ଛାଡି ଅନ୍ୟ ଏକ ସ୍ଥାନରେ ଜେସିବି ସାହାର୍ଯ୍ୟରେ ଖୋଳି ପୋତି ଦେଇଥିଲା । ଏହି ଘଟଣାକୁ ବିରୋଧ କରି ଗତରାତି ଠାରୁ ରାସ୍ତା ଅବରୋଧ କରି ରଖିଛନ୍ତି ଶତାଧିକ ଗ୍ରାମବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟରେ ।

ଧର୍ମାନ୍ତରୀକରଣ କରିବା ପଡ଼ିଲା ମାହାଙ୍ଗା । ମୃତ୍ୟୁ ପରେ ଶବକୁ ମିଳିଲାନି ସମ୍ମାନ । ମିଳିଲାନି ଗାଁ ମଶାଣି। ଦୀର୍ଘ ସମୟ ଶବ ଘରେ ପଡ଼ି ରହିବା ପରେ ପ୍ରଶାସନର ହସ୍ତକ୍ଷେପ ପରେ ଗାଁ ଠାରୁ ୧୫ କିମି ଦୂରରେ ପ୍ରଶାସନ ପକ୍ଷରୁ ଅନ୍ୟ ସ୍ଥାନରେ କରାଗଲା ସତ୍କାର । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବେହେଡ଼ା ପଞ୍ଚାୟତ ର ସିଉନାଗୁଡ଼ା ଗ୍ରାମରେ । ଏହି ଗ୍ରାମର ଡମୁ ସାନ୍ତାଙ୍କ ପକ୍ଷପାତରେ ମୃତ୍ୟୁ ଘଟିବା ପରେ ତାଙ୍କ ଶବ ସତ୍କାର କରିବା ପାଇଁ ଗାଁ ଲୋକ ମଶାଣି ଦେଲେ ନାହିଁ । ଡମୁଙ୍କ ପରିବାର ପୂର୍ବରୁ ମୂଳ ହିନ୍ଦୁ ଧର୍ମକୁ ଛାଡି ଖ୍ରୀଷ୍ଟିଆନ ଧର୍ମକୁ ଧର୍ମ ପରିବର୍ତ୍ତନ କରିଥିଲେ । ଏହି କାରଣ ରୁ ଗାଁ ଲୋକ ଶବ ସତ୍କାର ପାଇଁ ଗାଁ ର ହିନ୍ଦୁ ମଶାଣି ରେ ସ୍ଥାନ ଦେଲେ ନାହିଁ ।

ଅନ୍ୟ ପକ୍ଷରେ ଡ଼ମୁ ସାନ୍ତା ପୁଅ କହିଛନ୍ତି ଯେ ଆମେ ଥରେ ଖ୍ରୀଷ୍ଟ ଧର୍ମକୁ ଯାଇଛୁ ମାନେ ଆଉ ମୂଳ ଧର୍ମକୁ ଫେରିବୁ ନାହିଁ । ଆମକୁ ପ୍ରଶାସନ ଯୋଉଠି ସ୍ଥାନ ଦେବେ ସେଇଠି ସତ୍କାର କରିବୁ । ପରେ ରାତିରେ ଉମରକୋଟ SDPO ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଗାଁ ଲୋକଙ୍କୁ ବୁଝାସୁଝା କରିବା ପରେ ବି କୌଣସି ନିଷ୍କର୍ଷ ବାହାରିନଥିଲା । ଶେଷରେ ପୋଲିସ ଓ ପ୍ରଶାସନର ହସ୍ତକ୍ଷେପ ପରେ ସିଉନା ଗୁଡ଼ା ଗ୍ରାମ ଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ମୂର୍ତ୍ତୁମା ଛକ ନିକଟରେ ଏକ ମୋରମ ଖଦାନରେ ପୋଲିସ ଓ ପ୍ରଶାସନ ର ଉପସ୍ଥିତିରେ ଜେସିବି ସାହାର୍ଯ୍ୟରେ ଗାତ ଖୋଳି ଶବକୁ ପୋତି ଦିଆଗଲା । ଏହା ପରେ ଦେଖାଗଲା ଆଉ ଏକ ବିବାଦ।

ଯେଉଁ ସ୍ଥାନ ରେ ପ୍ରଶାସନ ଶବ ସତ୍କାର କଲା ସେହି ବାଟ ଦେଇ ମୂର୍ତ୍ତୁମା , ଖଡକା , ଚିକଲପଦର୍‌ ଭଳି ଗ୍ରାମବାସି ଯିବା ଆସ କରୁଥିବା ଯୋଗୁଁ ଏହି ଶବ ପତା କୁ ବିରୋଧ କରିଛନ୍ତି ଗ୍ରାମବସି । ପ୍ରତିବାଦ ରେ ଶତାଧିକ ଗ୍ରାମବସୀ ଉମରକୋଟ ଓ ଛତିଶଗଡ କୁ ସଂଯୋଗ କରୁଥିବା ରାସ୍ତା ର ମୂର୍ତ୍ତୁମା ଛକ ନିକଟରେ ରାତି ସାରା ଅବରୋଧ କରି ରଖିଛନ୍ତି । ପୋତା ଯାଇଥିବା ଶବ କୁ ସେଠାରୁ ବାହାର କରି ଅନ୍ଯ ସ୍ଥାନ ରେ ସତ୍କାର କରିବାକୁ ଜିଦ୍‌ ଧରି ବସିଛନ୍ତି ମୁର୍ତୁମା ଗ୍ରାମବାସୀ । ଫଳରେ ରାତି ସାରା ପୋଲିସ୍‌ ଓ ପ୍ରଶାସନ କୁ ନାକେଦମ୍‌ ହେବାକୁ ପଡ଼ିଥିଲା ।

ବିଳମ୍ବିତ ରାତିଯାଏ ପ୍ରଶାସନ ସହ ଆଲୋଚନା ପରେ ବି କୌଣସି ନିଷ୍ପତ୍ତି ବାହାରିନାହିଁ । ଜିଲ୍ଲା ପ୍ରଶାସନ ତରଫରୁ କୌଣସି ଅଧିକାରୀ ଆସି ରାସ୍ତା ଅବରୋଧକାରୀଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ମିଳିଛି । ବାରମ୍ବାର ଏପରି ଘଟଣା ଘଟୁଥିଲେ ବି ପ୍ରଶାସନ ପକ୍ଷରୁ ଏହାର କୌଣସି ସ୍ଥାୟୀ ସମାଧାନ ହେଉ ନଥିବା ସାଧାରଣ ରେ ଚର୍ଚ୍ଚାର ବିଷୟ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.