ଆଦିପୁରୁଷର ପ୍ରଥମ ଦିନରେ ବକ୍ସ ଅଫିସରେ କେତେ ହେଲା କଲେକ୍ସନ ? ଜାଣନ୍ତୁ ରିପୋର୍ଟ

ରିପୋର୍ଟ ଅନୁଯାୟୀ କେବଳ ଭାରତରେ ଏହା ପ୍ରଥମ ଦିନରେ ୧୦୦ କୋଟି ଟଙ୍କା କଲେକ୍ସନ କରିବ ବୋଲି ପ୍ରଭାସ ଏବଂ କିର୍ତ୍ତି ସାନନଙ୍କ ଫିଲ୍ମ ଆଦିପୁରୁଷ ନଜର ରଖିଛିି । ଜୁନ ୧୬ରେ ରିଲିଜ ହୋଇଥିବା ଆଦିପୁରୁଷ ରାମାୟଣର କାହାଣୀକୁ ବିଗ ସ୍କ୍ରିନରେ ଦେଖାଇଛି । କିନ୍ତୁ ଏହି ଫିଲ୍ମରେ ମିକ୍ସ ରିଭିଉ ମିଳିଛି ।

ଆଦିପୁରୁଷ ରିଲିଜ ହେବା ପରେ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଅନେକ ଲୋକ ଏହି ଫିଲ୍ମକୁ ଦେଖିବା ପାଇଁ ପୂର୍ବରୁ ଟିକେଟ ବୁକ କରିଥିଲେ । ତେବେ ପ୍ରଥମ ଦିନରେ ବକ୍ସ ଅଫିସରେ ଆଦିପୁରୁଷର କଲେକ୍ସନ କେତେ ରହିଛି ତାହା ଦର୍ଶକମାନେ ଜାଣିବାକୁ ଚାହୁଁଥିବେ ନିଶ୍ଚିତ । ରିପୋର୍ଟ ଅନୁଯାୟୀ କେବଳ ଭାରତରେ ଏହା ପ୍ରଥମ ଦିନରେ ୧୦୦ କୋଟି ଟଙ୍କା କଲେକ୍ସନ କରିବ ବୋଲି ପ୍ରଭାସ ଏବଂ କିର୍ତ୍ତି ସାନନଙ୍କ ଫିଲ୍ମ ଆଦିପୁରୁଷ ନଜର ରଖିଛିି । ଜୁନ ୧୬ରେ ରିଲିଜ ହୋଇଥିବା ଆଦିପୁରୁଷ ରାମାୟଣର କାହାଣୀକୁ ବିଗ ସ୍କ୍ରିନରେ ଦେଖାଇଛି । କିନ୍ତୁ ଏହି ଫିଲ୍ମରେ ମିକ୍ସ ରିଭିଉ ମିଳିଛି । ତେବେ ପୂର୍ବରୁ କୁହାଯାଇଥିବା ତଥ୍ୟ ଅନୁସାରେ କେବଳ ଭାରତରେ ଏହା ପ୍ରଥମ ଦିନରେ ୯୫ କୋଟି ଟଙ୍କା କମାଇବ ବୋଲି ଆଶା କରାଯାଇଥିଲା ।

ଟ୍ରେଡ ଏକ୍ସପର୍ଟ ରମେଶ ବଳ ପ୍ରକାଶ କରିଛନ୍ତି ଯେ, ଆଦିପୁରୁଷ ହିନ୍ଦି ଭର୍ସନ ଦିନିକିଆ ବକ୍ସ ଅଫିସରେ ୪୦ କୋଟି ଟଙ୍କା ସଂଗ୍ରହ କରିଛି । ସେ ଟ୍ଵିଟ କରି କହିଛନ୍ତି ଯେ, ଯଦି ଏହି ଫିଲ୍ମ ପ୍ରଥମ ଦିନରେ ୪୦ କୋଟି ଟଙ୍କା କଲେକ୍ସନ କରିଛି ତେବେ ପୂର୍ବରୁ ଭାରତରେ ୩୬ କୋଟି ଟଙ୍କାରେ ରିଲିଜ ହୋଇଥିବା ବ୍ରହ୍ମାସ୍ତ୍ରକୁ ପାର କରିଛି । ତେବେ ଭାରତରେ ୫୭ କୋଟି ଟଙ୍କା କଲେକ୍ସନ କରିଥିବା ଶାହାରୁଖ ଖାନଙ୍କ ପଠାନ୍‌ ଏବଂ ୟଶଙ୍କ କେଜିଏଫ୨ ର ହିନ୍ଦୀ ଭର୍ସନକୁ ପାର କରି ପାରି ନାହିଁ ।

ରିପୋର୍ଟ ଅନୁସାରେ, ପ୍ରଭାସଙ୍କ ଫିଲ୍ମ ଆଦିପୁରୁଷ ପ୍ରଥମ ଦିନରେ ବିଭିନ୍ନ ଭାଷାରୁ ୯୫ କୋଟି ଟଙ୍କା ବକ୍ସ ଅଫିସରୁ କଲେକ୍ସନ କରିବ ବୋଲି ପ୍ରକାଶ ପାଇଥିଲା । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଆଦିପୁରୁଷ ତେଲୁଗୁ ମାର୍କେଟରୁ ହିଁ ଅଧିକ କଲେକ୍ସନ କରିବ । ଆଦିପୁରୁଷର ତେଲୁଗୁ ଭର୍ସନରୁ ଏହା ୫୮.୫ କୋଟି ଟଙ୍କା କଲେକ୍ସନ କରିପାରେ ବୋଲି ସୂଚନା ମିଳିଛି ।

ତେବେ ବକ୍ସ ଅଫିସ ଇଣ୍ଡିଆ ରିପୋର୍ଟ ଅନୁସାରେ ଆଦିପୁରୁଷରେ ୧୫୦ କୋଟି ଟଙ୍କା କଲେକ୍ସନ ହୋଇପାରେ । ରିପୋର୍ଟରେ କୁହାଯାଇଛି, ସମସ୍ତ କଲେକ୍ସନ ହୋଇନାହିଁ, କିନ୍ତୁ ଦୁନିଆର ରିଲିଜ ହୋଇଥିବା ଫିଲ୍ମର ୧୪୦ କୋଟି ଟଙ୍କା ଆସିନାହିଁ । ଏବଂ ଶନିବାର ଦିନ ସମସ୍ତ କଲେକ୍ସନ ପରେ ଏହା ୧୫୦ କୋଟି ଟଙ୍କାକୁ ପହଞ୍ଚିପାରେ ବୋଲି ରିପୋର୍ଟରେ କୁହାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.