କ୍ରିକେଟ ଇତିହାସର ସବୁଠାରୁ ଆଶ୍ଚର୍ଯ୍ୟଜନକ କ୍ୟାଚ୍‌, ବ୍ୟାଟସମ୍ୟାନଙ୍କ ଠାରୁ ଆରମ୍ଭ କରି ଫ୍ୟାନ୍ସ ସମସ୍ତେ ଚକିତ : ଦେଖନ୍ତୁ ଭିଡିଓ

ଇଂଲଣ୍ଡରେ ଖେଳାଯାଉଥିବା ଟି-୨୦ ବ୍ଲାଷ୍ଟରେ କ୍ରିକେଟ ଇତିହାସର ସବୁଠୁ ଭଲ କ୍ୟାଚ୍‌ ଦେଖିବାକୁ ମିଳିଥିଲା । ଏହି କ୍ୟାଚ୍‌ ସ୍କଟଲାଣ୍ଡର ଖେଳାଳି ବ୍ରାଡ କରୀ ଧରିଥିଲେ । ପବନରେ ଉଡି କ୍ୟାଚ୍‌ ଧରିଥିଲେ ଖେଳାଳି ।

ପବନରେ ଉଡି କ୍ୟାଚ୍‌ ଧରିଲେ ଖେଳାଳି । ଏମିତି କ୍ୟାଚ ଦେଖି ବ୍ୟାଟସମ୍ୟାନଙ୍କ ଠାରୁ ଆରମ୍ଭ କରି ଫ୍ୟାନ୍ସ ସମସ୍ତେ ଆଶ୍ଚର୍ଯ୍ୟ । ଇଂଲଣ୍ଡରେ ଖେଳାଯାଉଥିବା ଟି-୨୦ ବ୍ଲାଷ୍ଟରେ ଦେଖିବାକୁ ମିଳିଛି ଏଭଳି କ୍ୟାଚ୍‌ । ଟି-୨୦ ବ୍ଲାଷ୍ଟ ଟୁର୍ଣ୍ଣାମେଣ୍ଟର ସସେକ୍ସ ଏବଂ ହମ୍ପସେୟାର ମଧ୍ୟରେ ହୋଇଥିବା ଏକ ମ୍ୟାଚରେ ଦେଖିବାକୁ ମିଳିଛି ଚମତ୍କାର । ଆଉ ଏହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।

ସସେକ୍ସ ଏବଂ ହମ୍ପସେୟାର ମଧ୍ୟରେ ୧୬ ଜୁନରୁ ଖେଳାଯାଉଥିବା  ମ୍ୟାଚରେ ୨୪ ବର୍ଷୀୟ ବ୍ରାଡ କରୀ କମାଲ୍‌ ଫିଲ୍ଡିଂ କରିଥିଲେ । କରୀ ବାଉଣ୍ଡ୍ରୀ ଲାଇନରେ ରହି ଫିଲ୍ଡିଂ କରୁଥିବା ସମୟରେ ପବନରେ ଉଡି ଏକ ଅବିଶ୍ବନୀୟ କ୍ୟାଚ୍‌ ଧରିଥିଲେ । ଯାହାକୁ ଦେଇ ବ୍ୟାଟସମ୍ୟାନ୍‌ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କେବଳ ବ୍ୟାଟସମ୍ୟାନ ନୁହେଁ, ଷ୍ଟାଡିୟମରେ ବସିଥିବା ପ୍ରତ୍ୟେକ ବ୍ୟକ୍ତି  କ୍ୟାଚ୍‌ ଦେଖି ଚକିତ ହୋଇପଡିଥିଲେ । ଏହି କ୍ୟାଚ୍‌ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।


ହମ୍ପସେୟାର ଟିମ୍‌ ବ୍ୟାଟିଂ କରୁଥିବାର ୧୯ ଓଭରରେ ଟାଇମଲ ମିଲ୍ସ ବୋଲିଂ କରୁଥିଲେ । ବେନୀ ହୱେଲଙ୍କୁ ମିଲ୍ସ  ବୋଲିଂ କରିବା ପରେ ମିଲ୍ସ ବ୍ରାଉଣ୍ଡ୍ରୀକୁ ଏକ ସଟ୍‌ ଖେଳିଥିଲେ । କ୍ୟାଚ ଧରିବା ପାଇଁ ସେ ସୁପର ମ୍ୟାନ ଷ୍ଟାଇଲରେ ଡାଇଭ କରୁଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି । ଆଉ ଏହି କ୍ୟାଚ୍‌ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । ଏପରିକି ବ୍ୟାଟ୍ସମ୍ୟାନ ନିଜେ ମଧ୍ୟ କିଛି କ୍ଷଣ ପାଇଁ ଆଖିକୁ ବିଶ୍ୱାସ କରି ପାରି ନାହାନ୍ତି, ଯେ ଆଉଟ ହୋଇ ସାରିଛନ୍ତି ।

କରୀଙ୍କୁ ଏଭଳି ପ୍ରଦର୍ଶନ ପାଇଁ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ଆୱାର୍ଡ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.