ମୌସୁମୀ ବର୍ଷାରେ ଧୋଇଗଲା ସିକିମର ରାସ୍ତା, ଫସି ରହିଛନ୍ତି ଅଢେଇ ହଜାର ପର୍ଯ୍ୟଟକ

ମୌସୁମୀଜନିତ ପ୍ରବଳ ବର୍ଷାରେ ବନ୍ୟା ଆସି ଉତ୍ତର ସିକିମର ଚୁଙ୍ଗଥାଙ୍ଗ ଠାରେ ରାସ୍ତା ଧୋଇଯାଇଛି। ଫଳରେ ୨ହଜାର ୪୭୫ ପର୍ଯ୍ୟଟକ ଫସି ରହିଛନ୍ତି। ଏମାନଙ୍କ ମଧ୍ୟରେ ଅଧିକ ଯୁବ ପର୍ବତାରୋହୀ ଥିବା ଜଣାପଡ଼ିଛି।

କେନ୍ୟୁଜ୍(ବ୍ୟୁରୋ): ପ୍ରବଳ ବର୍ଷା ପରେ ସିକିମ ସ୍ଥିତି ବେହାଲ। ଉତ୍ତର ସିକିମରେ ଫସି ରହିଛନ୍ତି ପ୍ରାୟ ଅଢେଇ ହଜାର ପର୍ଯ୍ୟଟକ। ରାଜ୍ୟରେ ମୌସୁମୀଜନିତ ପ୍ରବଳ ବର୍ଷାରେ ବନ୍ୟା ଆସି ଉତ୍ତର ସିକିମର ଚୁଙ୍ଗଥାଙ୍ଗ ଠାରେ ରାସ୍ତା ଧୋଇଯାଇଛି। ଫଳରେ ୨ହଜାର ୪୭୫ ପର୍ଯ୍ୟଟକ ଫସି ରହିଛନ୍ତି। ଏମାନଙ୍କ ମଧ୍ୟରେ ଅଧିକ ଯୁବ ପର୍ବତାରୋହୀ ଥିବା ଜଣାପଡ଼ିଛି। ନାମ୍‌ଚୀ ସରକାରୀ କଲେଜର ୬୦ଜଣ ଛାତ୍ରଛାତ୍ରୀ ମଧ୍ୟ ସେଠାରେ ଅଟକି ରହିଛନ୍ତି। ଧୋଇଯାଇଥିବା ରାସ୍ତା ସିଙ୍ଗଟାମ୍‌, ଡିକ୍‌ଚୁ, ରଙ୍ଗରାନ, ମାଙ୍ଗାନ ଓ ଚୁଙ୍ଗଥାଙ୍ଗକୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତା। ଗତ ରାତି ଠାରୁ ଏମାନେ ଫସି ରହିଥିବା ବେଳେ ଉଦ୍ଧାର କାର୍ଯ୍ୟ ଚଳାଇଛି ବିଆରଓ ପ୍ରୋଜେକ୍‌ ସ୍ୱସ୍ତିକ।

ଫସି ରହିଥିବା ଅଞ୍ଚଳରୁ ପର୍ଯ୍ୟଟକଙ୍କୁ ଉଦ୍ଧାର କରିବାକୁ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଛି। ମଧ୍ୟାହ୍ନ ୧୨ଟା ସୁଦ୍ଧା ୩ଶହ ଜଣଙ୍କୁ ଉଦ୍ଧାର କରାଯାଇଥିବା ଆର୍ମୀର ପିଆରଓ ମହେନ୍ଦ୍ର ରାଓତ କହିଛନ୍ତି। ସେପଟେ ରାତିତମାମ ସିକିମରେ ବର୍ଷା ଲାଗି ରହିଛି। ସିଙ୍ଗଟାମ୍‌ ଓ ରଙ୍ଗରାମ ଠାରେ ଭୁସ୍ଖଳନ ଘଟି ଯୋଗାଯୋଗ ବ୍ୟାହତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.