Below header

ଦେଶରେ ୟୁନିଫର୍ମ ସିଭିଲ କୋଡକୁ ନେଇ ଚର୍ଚ୍ଚା, ଜାଣିବା ୟୁସିସି କଣ

ଦେଶରେ ୟୁନିଫର୍ମ ସିଭିଲ କୋଡକୁ ନେଇ ଚର୍ଚ୍ଚା । ଦେଶର ୨୨ତମ ଲ କମିଶନ ଏନେଇ ଜନମତ ମାଗିଛନ୍ତି । ସମ୍ବିଧାନର Directive Principles of State Policyର ଧାରା ୪୪ରେ ୟୁନିଫର୍ମ ସିଭିଲ କୋଡ ବାବଦରେ ବର୍ଣ୍ଣନା ରହିଛି । ଜାଣିବା ୟୁନିଫର୍ମ ସିଭିଲ କୋଡ କଣ ।

କେନ୍ୟୁଜ୍(ବ୍ୟୁରୋ): ପୁଣି ଦେଶରେ ୟୁନିଫର୍ମ ସିଭିଲ କୋଡକୁ ନେଇ ଚର୍ଚ୍ଚା । ଦେଶର ୨୨ତମ ଲ କମିଶନ ଏନେଇ ଜନମତ ମାଗିଛନ୍ତି । ଏହାସହ ବିଭିନ୍ନ ଧାର୍ମିକ ଅନୁଷ୍ଠାନର ମତ ଲୋଡ଼ିଛନ୍ତି କମିଶନ । ଯାହାକୁ ନେଇ ଦେଶରେ ପୁଣିଥରେ ୟୁନିଫର୍ମ ସିଭିଲ କୋଡକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ୟୁନିଫର୍ମ ସିଭିଲ କୋଡ କଣ ?

ସମ୍ବିଧାନର Directive Principles of State Policyର  ଅନୁଚ୍ଛେଦ ୪୪ରେ ୟୁନିଫର୍ମ ସିଭିଲ କୋଡ ବାବଦରେ ବର୍ଣ୍ଣନା ରହିଛି । ଏହି ଅନୁଚ୍ଛେଦ ଅନୁଯାୟୀ ଭାରତର ସମସ୍ତ ନାଗିରିକଙ୍କ ପାଇଁ ୟୁନିଫର୍ମ ସିଭିଲ କୋଡ ଲାଗୁ କରିବା ରାଜ୍ୟର କର୍ତ୍ତବ୍ୟ । ଅନ୍ୟ ଭାଷାରେ କହିବାକୁ ଗଲେ ଗୋଟି ଦେଶ ଗୋଟିଏ ନିୟମ ।

ୟୁନିଫର୍ମ ସିଭିଲ କୋଡର ଅର୍ଥ :

ୟୁନିଫର୍ମ ସିଭିଲ କୋଡ ହେଉଛି ନିୟମର ଏକ ସାଧାରଣ ସେଟ୍‌ । ଯାହା ସମସ୍ତ ଭାରତୀୟ ନାଗରିକଙ୍କ ଉପରେ ଲାଗୁ ହୋଇପାରିବ । ଏହା ବିବାହ, ଛାଡ଼ପତ୍ର, ଉତ୍ତରାଧିକାରୀ ଓ ପୌଷ୍ୟ ସନ୍ତାନଙ୍କ କ୍ଷେତ୍ରରେ କାର୍ଯ୍ୟକାରୀ ହେବ । ଲିଙ୍ଗ ଓ ଧର୍ମ ନିର୍ବିଶେଷରେ ଏହି ନିୟମ ସମସ୍ତ ଭାରତୀୟଙ୍କ ଉପରେ ଲାଗୁ ହେବ ।

ୟୁନିଫର୍ମ ଲ ର ଆରମ୍ଭ :

୧୮୪୦ ମସିହାରେ ଲେକ୍ସ ଲୋସି ରିପୋର୍ଟ ଆଧାରରେ ଇଂରେଜ ସରକାର ୟୁନିଫର୍ମ ଲ ର ଲାଗୁ କରିଥିଲେ । ଯାହା ଅପରାଧ, ପ୍ରମାଣ ଓ ଚୁକ୍ତିକୁ ଏହି ଆଇନ କାର୍ଯ୍ୟକାରୀ ହୋଇଥିଲା । ଏଥିରେ କିନ୍ତୁ ହିନ୍ଦୁ ମୁସଲିମ ପରସନାଲ ଲ ବାବଦରେ କିଛି କୁହାଯାଇ ନଥିଲା ।

ସମ୍ବିଧାନ ପରିଷଦରେ ଦୁଇ ପ୍ରାକାରର ସଦସ୍ୟ ରହିଥିଲେ । ଗୋଟିଏ ଗୋଷ୍ଠୀ ସମାଜରେ ସୁଧାର ଆଣିବାକୁ ଚାହୁଁଥିଲେ ଓ ୟୁନିଫର୍ମ ସିଭିଲ କୋଡ ଭଳି ବ୍ୟବସ୍ଥା କରିବାକୁ ଚାହୁଁଥିଲେ । ଆଉ ଏକ ଗୋଷ୍ଠୀ ରହିଥିଲେ ଯେଉଁମାନେ ପରସନାଲ ଲ ସବୁକୁ ରଖିବାକୁ ଚାହୁଁଥିଲେ । ଏହାସହ ଏହି ଗୋଷ୍ଠୀ ଦ୍ବାରା ୟୁନିଫର୍ମ ସିଭିଲ କୋଡକୁ ବିରୋଧ କରାଯାଇଥିଲା । ଫଳରେ Directive Principles of State Policyର ଅନୁଚ୍ଛେଦ ୪୪ରେ ୟୁନିଫର୍ମ ସିଭିଲ କୋଡର ବ୍ୟବସ୍ଥା ରହିଥିଲା । ଯାହାକୁ ରାଜ୍ୟ ନାଗରିକ ମାନଙ୍କ ପାଇଁ ନିଶ୍ଚିତ କରିବ । ଏହା ଅଦାଲତ ଦ୍ବାରା ବି ବାଧ୍ୟ କରାଯାଇ ପାରିବ ନାହିଁ, ଏହିପରି ବ୍ୟବସ୍ଥା ରହିଥିଲା ।

ପରେ ବିଭିନ୍ନ ଆଇନ ଆସିଥିଲା ଏ ସମ୍ପର୍କରେ ।  ହିନ୍ଦୁ ବିବାହ ଆଇନ ୧୯୫୫, ହିନ୍ଦୁ ଉତ୍ତରାଧିକାରୀ ଆଇନ ୧୯୫୬, ହିନ୍ଦୁ ସଂଖ୍ୟାଲଘୁ ଓ ଉତ୍ତରାଧିକାରୀ ଆଇନ ୧୯୫୬ ଓ ହିନ୍ଦୁ ପୌଷ୍ୟ ଗ୍ରହଣ ଓ ଭରଣପୋଷଣ ଆଇନ ୧୯୫୬ ଆସିଥିଲା । ଯାହାକୁ ହିନ୍ଦୁ କୋଡ ବିଲ ବୋଲି କୁହାଯାଏ । ଯେଉଁଥିରେ ଛାଡ଼ପତ୍ର, ମହିଳାଙ୍କ ଉତ୍ତରାଧିକାର, ଜାତି ଜାତି ଭିତରେ ବିବାହ ଓ ବହୁବିଦ୍ଧ ବିବାହକୁ ବନ୍ଦ କରିବା ଭଳି ବ୍ୟବସ୍ଥା ରହିଥିଲା । ୧୯୮୫ରେ ପ୍ରଥମଥର ପାଇଁ ଦେଶର ସର୍ବୋଚ୍ଚ ଅଦାଲତ ଏକ ୟୁନିଫର୍ମ ସିଭିଲ କୋଡ ତିଆରି କରିବା ପାଇଁ ସଂସଦକୁ ନିର୍ଦ୍ଦେଶ ଦେଇଥିଲେ । ବିଭିନ୍ନ ମାମଲାର ଶୁଣାଣି କରି  ଅଦାଲତ ଏହି ନିର୍ଦ୍ଦେଶ ଦେଇଥିଲେ । ଜୁଭେନାଇଲ ଜଷ୍ଟିସ ଆଇନ ଆସିବା ପରେ ଏହା ୟୁନିଫର୍ମ ସିଭିଲ କୋଡ ଆଡ଼କୁ ବାଟ ଫିଟାଇଥିଲା । ଏହି ସମୟରେ ସବୋର୍ଚ୍ଚ ଅଦାଲତ ଲିଙ୍ଗ ବୈଷମ୍ୟ ଦୂର କରିବା ପାଇଁ ପୁଣିଥିରେ କେନ୍ଦ୍ରକୁ ୟୁସିସି ବା ୟୁନିଫର୍ମ ସିଭିଲ କୋଡ ଆଣିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯାହା ଧିରେ ଧିରେ ପରସନାଲ ଲ କୁ ଅପସାରଣ କରିବ ।

ୟୁନିଫର୍ମ ସିଭିଲ କୋଡ ଆସିଲେ କଣ ଲାଭ ହେବ?

ଜାତି, ଧର୍ମ, ଲିଙ୍ଗ ନିର୍ବିଶେଷରେ ସମସ୍ତଙ୍କୁ ସମାନତା ଅଧିକାର ମିଳିବ । ଯାହା ଲିଙ୍ଗତ ସମାନତାକୁ ଆଗକୁ ବଢାଇବ । ୟୁସିସି ପୁରୁଷ ମହିଳାଙ୍କୁ ସମାନ ଅଧିକାର ଦେବ । ଦେଶ ଗଠନରେ ଯୁବିପିଢିଙ୍କ ସମାନ ଭୂମିକା ରହିବ । ଅଦାଲତର ଆଇନ ପୂର୍ବରୁ ସମସ୍ତ ଭାରତୀୟ ସମାନ ଅଧିକାର ପାଇବେ । ଦେଶର ଏକତା ବଜାୟ ରହିବ । ପରସନାଲ ଲ କୁ ସୁଧାରିବାକୁ ପଡ଼ିବ ନାହିଁ ।

ଅସୁବିଧା କଣ ହୋଇପାରେ?

କିଛି ସଂଖ୍ୟାଲଘୁଙ୍କ ଧାର୍ମିକ ସ୍ବାଧୀନତାକୁ କ୍ଷୁର୍ଣ୍ଣ କରିବ ।

ସମ୍ବିଧାନର ଅନୁଚ୍ଛେଦ ୨୫ ଏଥିରେ ବାଧା ଦେବ କି?

ସମ୍ବିଧାନର ଅନୁଚ୍ଛେଦ-୨୫ରେ ବ୍ୟକ୍ତି ସ୍ବାଧୀନତା ଓ ଧାର୍ମିକ ପରମ୍ପରାର ସ୍ବାଧୀନତା ଦେଇଥାଏ । ତେଣୁ ୟୁନିଫର୍ମ ସିଭିଲ କୋଡକୁ ଲୋକଙ୍କ ଉପରେ ବାଧ୍ୟତାମୂଳକ ଭାବେ ଲାଗୁ କରାଯାଇ ପାରିବ ନାହିଁ । ଯଦି କରାଯାଏ ଏହା ଅନୁଚ୍ଛେଦ ୨୫ର ଉଲଘଂନ ହେବ । ତେଣୁ ୟୁନିଫର୍ମ ସିଭିଲ କୋଡ ଓ ପରସନାଲ ଲ ଉଭୟ ରହିପାରିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.