ପୁଣି ଲାଇନଚ୍ୟୁତ ହେଲା ୪ଟି ମାଲବାହୀ ଓ୍ଵାଗନ୍‌, କାହାର କିଛି କ୍ଷତି ହୋଇନି

ରାୟଗଡ଼ା ଜିଲ୍ଲା ଅମ୍ବାଦୋଲା ନିକଟରେ ଏହି ଘଟଣା ଘଟିଛି । ସ୍ୱତନ୍ତ୍ର ଲାଇନରେ ମାଲଗାଡ଼ି ଲାଇନଚ୍ୟୁତ ହୋଇଛି । ଅମ୍ବାଦୋଳା ରେଳ ଷ୍ଟେସନଠାରୁ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ କମ୍ପାନୀକୁ ଯିବା ବେଳେ ସ୍ୱତନ୍ତ୍ର ଲାଇନରେ ଏହି ଘଟଣା ଘଟିଛି ।

କେନ୍ୟୁଜ୍(ବ୍ୟୁରୋ):୪ଟି ମାଲବାହୀ ଓ୍ଵାଗନ୍‌ ଲାଇନ୍‌ଚ୍ୟୁତ । ରାୟଗଡ଼ା ଜିଲ୍ଲା ଅମ୍ବାଦୋଲା ନିକଟରେ ଏହି ଘଟଣା ଘଟିଛି । ସ୍ୱତନ୍ତ୍ର ଲାଇନରେ ମାଲଗାଡ଼ି ଲାଇନଚ୍ୟୁତ ହୋଇଛି । ଅମ୍ବାଦୋଳା ରେଳ ଷ୍ଟେସନଠାରୁ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ କମ୍ପାନୀକୁ ଯିବା ବେଳେ ସ୍ୱତନ୍ତ୍ର ଲାଇନରେ ଏହି ଘଟଣା ଘଟିଛି ।

ସ୍ୱତନ୍ତ୍ର ଲାଇନ୍‌ ହୋଇଥିବାରୁ ଅନ୍ୟ ଟ୍ରେନ୍‌ ଯାତାୟାତରେ କୌଣସି ବାଧା ସୃଷ୍ଟି ହୋଇନାହିଁ । କାହାର କିଛି କ୍ଷତି ବି ହୋଇନି । ଘଟଣାସ୍ଥଳରେ ବିଭାଗୀୟ ଅଧିକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.