Below header

ଆରମ୍ଭ ହୋଇଗଲାଣି କାଉଣ୍ଟ ଡାଉନ୍! ଆଉ ମାତ୍ର ଅଳ୍ପ ଦିନରେ ଲଞ୍ଚ୍ ହେବ iPhone 15, ଜାଣନ୍ତୁ ଦାମ୍ ଓ ଫିଚର୍ସ

ଆଇଫୋନ୍ ୧୪ ପରେ ଏବେ ଆପଲ୍ ଲଭର୍ସ ଆଇଫୋନ୍ ୧୫ସିରିଜକୁ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି । ଆଇଫୋନର ଅପକମିଙ୍ଗ ସିରିଜ ଲଞ୍ଚ୍ ହେବାର ଏବେ ବହୁତ କମ୍‌ ସମୟ ବାକି ଅଛି ।

ଆଇଫୋନ୍ ୧୪ ପରେ ଏବେ ଆପଲ୍ ଲଭର୍ସ ଆଇଫୋନ୍ ୧୫ସିରିଜକୁ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି । ଆଇଫୋନର ଅପକମିଙ୍ଗ ସିରିଜ ଲଞ୍ଚ୍ ହେବାର ଏବେ ବହୁତ କମ୍‌ ସମୟ ବାକି ଅଛି । ଆପଣ ଏହା ବି କହିପାରିବେ ଯେ ଏବେ ଆଇଫୋନ୍ ୧୫ ସିରିଜର କାଉଣ୍ଟ ଡାଉନ ଆରମ୍ଭ ହୋଇଯାଇଛି କାହିଁକିନା ଏହା ଲଞ୍ଚ୍ ହେବାର ଆହୁରି ଦୁଇ ମାସ୍ ବାକି ଅଛି । ଆପଲ୍ ସେପ୍ଟେମ୍ବରରେ ହିଁ ଆଇଫୋନ୍ ୧୫କୁ ଲଞ୍ଚ୍ କରିପାରେ । ଏମିତିରେ ଯେଉଁ ଲୋକ ଆଇଫୋନ୍ ନେବା ପାଇଁ ପ୍ଲାନ ବନାଉଛନ୍ତି ସେମାନେ ମଧ୍ୟ ଏହି ଫୋନକୁ କିଣିବା ପାଇଁ ଅପେକ୍ଷା କରି ରହିଛନ୍ତି । ଯଦି ଆପଣ ମଧ୍ୟ ଆଇଫୋନ୍ ୧୫ ନେବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ଆଜି ଆମେ ଜଣାଇବୁ ଏହା ବିଷୟରେ ଡିଟେଲରେ ।

ଆପଲ୍ ଦୁଇ ମାସ ପରେ ଅର୍ଥାତ୍ ସେପ୍ଟେମ୍ବରର ଦ୍ବିତୀୟ ସପ୍ତାହ କିମ୍ବା ତୃତୀୟ ସପ୍ତାହରେ ଆଇଫୋନ୍ ୧୫ ସିରିଜକୁ ଲଞ୍ଚ୍ କରିପାରେ । ଏହି ଆଇଫୋନ୍ ୧୫ ସିରିଜରେ କମ୍ପାନୀ ଚାରିଟି ମଡେଲକୁ ଲଞ୍ଚ୍ କରିପାରେ । ଯେଉଁଥିରେ ଆଇଫୋନ୍ ୧୫, ଆଇଫୋନ୍ ୧୫ ପ୍ଲସ, ଆଇଫୋନ୍ ୧୫ ପ୍ରୋ ଏବଂ ଆଇଫୋନ୍ ୧୫ ମାକ୍ସକୁ ଲଞ୍ଚ କରିପାରେ । ଆଇଫୋନ୍ ୧୫ ପ୍ରୋ ମାକ୍ସ ସିରିଜର ସବୁଠାରୁ ଟପ୍ ମଡେଲ ହେବ ଏବଂ ଏଥିରେ ୟୁଜର୍ସଙ୍କୁ ଏଥର ବଡ ପରିବର୍ତ୍ତନ ଦେଖିବାକୁ ମିଳିପାରେ ।

ଆଇଫୋନ୍ ୧୫ ସିରିଜକୁ ଲଞ୍ଚ୍ ହେବାକୁ ଆଉ ମାତ୍ର କିଛି ଦିନ ବାକି ଅଛି କିନ୍ତୁ ଏହାର ଦାମକୁ ନେଇ ଲିକ୍ସ ସାମ୍ନାକୁ ଆସିବାକୁ ଲାଗିଲାଣି । କୁହାଯାଉଛି ଯେ ଏହି ଦୁଇଟି ମଡେଲର ଦାମ୍ ପ୍ରାୟ ୨୦୦ ଡଲାର ବୃଦ୍ଧି ହୋଇପାରେ ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆମେରିକାରେ ଆଇଫୋନ୍ ୧୪ ପ୍ରୋର ଦାମ୍ ପ୍ରାୟ ୯୯୯ ଡଲାର ଅର୍ଥାତ୍ ପ୍ରାୟ ୮୨,୨୦୯ ଟଙ୍କା । ଏମିତିରେ ଯଦି ୨୦୦ ଡଲାର ଦାମ୍ ବୃଦ୍ଧି ପାଏ ତାହେଲେ ୟୁଏସରେ ଆଇଫୋନ୍ ୧୫ ପ୍ରୋ ୧୧୯୯ ଡଲାର ଅର୍ଥାତ୍ ପ୍ରାୟ ୯୮,୬୬୮ ଟଙ୍କାର ମିଳିବ । ସେହିପରି ଆଇଫୋନ୍ ୧୪ ପ୍ରୋ ମାକ୍ସ ଏବେ ୧୦୯୯ ଡଲାରରେ ମିଳୁଛି ଯାହାର ଭାରତୀୟ ମୂଲ୍ୟ ପ୍ରାୟ ୯୦,୪୩୮ ଟଙ୍କା ହେବ ।

ଯଦି ଭାରତୀୟ ବଜାରରେ ଆଇଫୋନ୍ ୧୫ ସିରିଜର ପ୍ରାଇସିଙ୍ଗ ବିଷୟରେ କଥା ହେବା ତ ଭାରତୀୟ ଗ୍ରାହକଙ୍କୁ ଏହା ଆମେରିକା ବଜାର ତୁଳନାରେ ସାମାନ୍ୟ ମହଙ୍ଗା ମିଳିପାରେ । ଯଦିଓ କମ୍ପାନୀ ପକ୍ଷରୁ ଆଇଫୋନ୍ ୧୫ର ପ୍ରାଇସିଙ୍ଗକୁ ନେଇ କୌଣସି ବି ସୂଚନା ଦିଆଯାଇନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.